ଆପଣ ବି ହୋଇପାରିବେ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ୍ ପମ୍ପର ମାଲିକ, ଜାଣନ୍ତୁ ଆବେଦନ କରିବାର ପୁରା ପ୍ରକ୍ରିୟା

ସବୁଠାରୁ ଲାଭଦାୟକ ବ୍ୟବସାୟ ହେଉଛି ପେଟ୍ରୋଲ୍ ପମ୍ପ । ସଠିକ୍ ସ୍ଥାନରେ ପମ୍ପ ଖୋଲି ଆପଣ ବହୁତ ଭଲ ଆୟ କରିପାରିବେ । ଯଦି ଆପଣ ଚାହିଁବେ ନିଜର ଏକ ପେଟ୍ରୋଲ୍ ପମ୍ପ ଖୋଲିବାକୁ ତେବେ ସରକାର ଦେଉଛି ସୁବର୍ଣ୍ଣ ସୁଯୋଗ । ସରକାରୀ ତେଲ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ଦେଶରେ ପେଟ୍ରୋଲ୍ ପମ୍ପ ପାଇଁ ଦେଉଛି ଡିଲରସିପ୍ । ପ୍ରାୟ ୨୭ ହଜାର ନୂଆ ପେଟ୍ରୋଲ୍ ପମ୍ପ ଖୋଲିବା ପାଇଁ ଆବେଦନ ମାଗିଛି IOCL। ଯଦି ଆପଣଙ୍କ ନିକଟରେ ବେଶୀ ଟଙ୍କା ନାହିଁ କିମ୍ବା ନିଜ ନାଁରେ କୌଣସି ଜାଗା ନାହିଁ , ତେବେ ବି ଆପଣ ଏହି ପେଟ୍ରୋଲ୍ ପମ୍ପର ଡିଲରସିପ୍ ପାଇଁ ଆବେଦନ କରିପାରିବେ । ଆସନ୍ତୁ ଜାଣବା କେମିତି ଏବଂ କେଉଁଠି କରିବେ ଆବେଦନ ।
ପେଟ୍ରୋଲ୍ ପମ୍ପ୍ ଡିଲରସିପ୍ ନେବା ପାଇଁ ଆବେଦନ କରିବାକୁ ଚାହୁଁଥିଲେ www.petrolpumpdealerchayan.in ଯାଆନ୍ତୁ । ଏହି ୱେବସାଇଟରେ ସମସ୍ତ ନିୟମ ଏବଂ ସର୍ତ୍ତ ଗୁଡିକ ବିଷୟରେ ସୂଚନା ଦିଆଯାଇଛି । ପେଟ୍ରୋଲ୍ ପମ୍ପ ଖୋଲିବା ପାଇଁ ଆବେଦନ ମଧ୍ୟ ଅନଲାଇନ୍ କରିବାକୁ ପଡିବ । ଅନଲାଇନ୍ ଆବେଦନ କରିବା ପାଇଁ ମଡ୍ୟୁଲ୍ସ ଦିଆଯାଇଛି । ରାଜ୍ୟର ରିଜିଓନାଲ୍ ଅଫିସର ଆଡ୍ରେସ୍ ଏବଂ ନମ୍ବର ମଧ୍ୟ ଦିଆଯାଇଛି । ଏହି ନମ୍ବରରେ ସମ୍ପର୍କ କରି କିମ୍ବା ଅଫିସ୍ ଯାଇ ସମ୍ପୂର୍ଣ୍ଣ ସୂଚନା ପାଇ ପାରିବେ । ଏହି ଡିଲରସିପ୍ ପାଇଁ ଅନଲାଇନ୍ ଆବେଦନ କରିବାର ଅନ୍ତିମ ତାରିଖ ୨୪ ଡିସେମ୍ବର ୨୦୧୮ ।
କିଏ ଖୋଲି ପାରିବେ ଏହି ପେଟ୍ରୋଲ୍ ପମ୍ପ :
ପେଟ୍ରୋଲ୍ ପମ୍ପ୍ ମାଲିକ ହେବା ପାଇଁ ହେଲେ ଆପଣଙ୍କୁ ଭାରତୀୟ ନାଗରିକ ହୋଇଥିବା ଜରୁରୀ । ଏହା ସହ ଆପଣଙ୍କ ବୟସ ୨୧ ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ସହ ଶିକ୍ଷାଗତ ଯୋଗ୍ୟତା ୧୦ ମ ପାସ୍ କରିଥିବା ଆବଶ୍ୟକ ।
ତେବେ ଡକ୍ୟୁମେଂଟ୍ ସେହିମାନେ ଜମା କରିବେ ଯେଉଁମାନେ ସିଲେକ୍ଟ ହେବେ । ଯେଉଁମାନଙ୍କ ନିକଟରେ ନିଜର ଜମି ନାହିଁ ସେମାନେ ମଧ୍ୟ ଆବେଦନ କରିପାରିବେ । ଯଦିଓ ଯେତେବେଳେ ଜମି ଦେଖାଇବାକୁ କୁହାଯିବ ସେତେବେଳେ ତାଙ୍କୁ ଏଗ୍ରିମେଂଟ୍ କରାଯାଇଥିବା ଜମି ଦେଖାଇବାକୁ ପଡିବ ।