ବ୍ୟବସାୟ ଓ ଅର୍ଥନୀତି

ଲକଡାଉନରେ ଅତି ଜରୁରୀ ରାସନ କାର୍ଡ, କୁଆଡେ ଯିବା ଦରକାର ନାହିଁ ଘରେ ବସି ଅତି ସହଜରେ ଆପ୍ଲାଏ କରନ୍ତୁ ରାସନ କାର୍ଡ

ରାସନ କାର୍ଡ ମଧ୍ୟ ଆଧାର, ପାନ ଏବଂ ଭୋଟର କାର୍ଡ ଭଳି ଏକ ବହୁତ ଜରୁରୀ ଦସ୍ତାବିଜ ଅଟେ। ଏଥିରେ ଲୋକମାନେ ସରକାରଙ୍କ ତରଫରୁ କେବଳ ମାଗଣାରେ ରାସନ ପାଆନ୍ତିନାହିଁ ବରଂ ଏହା ଏକ ପରିଚୟ ପତ୍ର ଭଳି ମଧ୍ୟ କାମ କରେ। କେନ୍ଦ୍ର ସରକାରଙ୍କ ୱାନ ନେସନ-ୱାନ ରାସନ କାର୍ଡ ଯୋଜନା ଦ୍ୱାରା ଅଲଗା ରାଜ୍ୟରୁ ମଧ୍ୟ ରାସନ ନିଆଯାଇପାରିବ।

କିନ୍ତୁ ଯଦି ଆପଣଙ୍କ ପାଖରେ ରାସନ କାର୍ଡ ନାହିଁ କିମ୍ବା ଆପଣ ସରକାରଙ୍କ ଏହି ସୁବିଧାରୁ ବଂଚିତ ଅଛନ୍ତି ତାହେଲେ କଣ କରିବେ। କିଛି ବ୍ୟସ୍ତ ହେବା ଦରକାର ନାହିଁ କାହିଁକିନା ଆପଣ ନିଜେ ବି ଘରେ ଅତି ସହଜରେ ଅନଲାଇନ ଆବେଦନ କରିପାରିବେ। ପ୍ରତ୍ୟେକ ରାଜ୍ୟ ନିଜର ଏକ ୱେବସାଇଟ ଆରମ୍ଭ କରିଛନ୍ତି। ଆପଣ ନିଜ ରାଜ୍ୟର ସମ୍ବନ୍ଧିତ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ରାସନ କାର୍ଡ ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ହେଉଛି ବିପିଏଲ କ୍ୟାଟଗୋରୀ ଏବଂ ଅନ୍ୟଟି ବିନା ବିପିଏଲ କ୍ୟାଟଗୋରୀ ଅଟେ। ଆୟ ଅନୁଯାୟୀ ଆପଣ ଏହା ବାଛିପାରିବେ ଯେ କେଉଁ ରାସନ କାର୍ଡ ପାଇଁ ଆପଣ ଆବେଦନ କରିବାକୁ ଚାହୁଁଛନ୍ତି।

ସେହିପରି ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କୌଣସି ବି ଭାରତୀୟ ରାସନ କାର୍ଡ ପାଇଁ କରିପାରିବେ ଆବେଦନ। କିନ୍ତୁ ଏଥିପାଇଁ ଆପଣଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବା ଦରକାର, ତାହେଲେ ଯାଇ ଆପଣ ଆବେଦନ କରିପାରିବେ। ତାହେଲେ ଏବେ ଆସନ୍ତୁ ଜାଣିବା ରାସନ କାର୍ଡ ପାଇଁ ଆବେଦନ କରିବେ ଏବଂ ଏଥିପାଇଁ ଆପଣଙ୍କୁ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ।

  • ରାସନ କାର୍ଡ ବନାଇବା ପାଇଁ ବ୍ୟକ୍ତି ଭାରତୀୟ ନାଗରିକ ହୋଇଥିବା ବାଧ୍ୟତାମୂଳକ।
  • ବ୍ୟକ୍ତିଙ୍କ ପାଖରେ କୌଣସି ଅନ୍ୟ ରାଜ୍ୟର ରାସନ କାର୍ଡ ନଥିବା ଉଚିତ।
  • ଯେଉଁ ବ୍ୟକ୍ତି ଆବେଦନ କରିବାକୁ ଚାହୁଁଛନ୍ତି ତାଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବା ଦରକାର।
  • ୧୮ ବର୍ଷରୁ କମ ବୟସର ପିଲାଙ୍କ ନାମ ତାଙ୍କ ବାପା-ମାଆଙ୍କ ରାସନ କାର୍ଡରେ ସାମିଲ କରାଯାଏ।
  • ଗୋଟିଏ ପରିବାରରେ ଜଣେ ମୁଖ୍ୟଙ୍କ ନାମରେ ରାସନ କାର୍ଡ କରାଯାଏ।
  • ରାସନ କାର୍ଡରେ ଯେଉଁ ସଦସ୍ୟଙ୍କୁ ସାମିଲ କରାଯିବ, ତାଙ୍କ ପରିବାରର ମୁଖ୍ୟଙ୍କ ଦ୍ୱାରା ସମ୍ପର୍କ ଥିବା ଦରକାର।
  • ପରିବାରର କୌଣସି ବି ସଦସ୍ୟଙ୍କର ଏହା ପୂର୍ବରୁ ରାସନ କାର୍ଡ ନଥିବା ଦରକାର।

ଏବେ ଆସନ୍ତୁ ଜାଣିବା ଘରେ ବସି କେମିତି କରିବେ ଆବେଦନ

-ଆପଣ ନିଜ ରାଜ୍ୟ ଅନୁଯାୟୀ ଆବେଦନ କରିପାରିବେ। ଉଦାହରଣ ସ୍ୱରୂପ ଯଦି ଆପଣ ଓଡ଼ିଶାର ବାସିନ୍ଦା, ତାହେଲେ hindiyojana.in/apply-ration-card-odisha ର ଆବେଦକ mahafood.gov.inରେ କ୍ଲିକ କରି ଆବେଦନ କରିପାରିବେ।

-ଆବେଦନକାର୍ତ୍ତା ଚାହିଁଲେ ରାସନ କାର୍ଡ ପାଇଁ କମନ ସର୍ଭିସ ସେଣ୍ଟରରେ ମଧ୍ୟ ଆବେଦନ କରିପାରିବେ।

-ରାସନ କାର୍ଡ ପାଇଁ ଆଇଡି ପୃଫ ଭାବରେ ଆଧାର କାର୍ଡ, ଭୋଟର ଆଇଡି ଏବଂ ପାସପୋର୍ଟ ଦେଇପାରିବେ।

-ଯଦି ଆପଣଙ୍କ ପାଖରେ ଏହି କାର୍ଡ ନାହିଁ ତେବେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଯେକୌଣସି ଆଇ କାର୍ଡ, ହେଲ୍ଥ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଦେଇପାରିବେ।

-ଆପଣଙ୍କୁ ରାସନ କାର୍ଡ ଆବେଦନ କରିବା ସହିତ ପାଞ୍ଚରୁ ୪୫ ଟଙ୍କା ଫିସ ଦେବାକୁ ହେବ।

-ଆପ୍ଲିକେସନ ସବମିଟ କରିବା ପରେ ଏହାକୁ ଫିଲଡ଼ ଭେରୀଫିକେସନ ପାଇଁ ପଠାଯିବ। ଅଫିସିଆଲ ଫର୍ମରେ ଭରିଥିବା ସୂଚନାକୁ ଯାଞ୍ଚ କରାଯିବ।

-ଯାଞ୍ଚ ପ୍ରକ୍ରିୟା ଶେଷ ପରେ ୩୦ ଦିନ ଭିତରେ ପୂରା ହୋଇଯିବ।

-ଯାଞ୍ଚ ସଠିକ ହେଲେ ୩୦ ଦିନ ଭିତରେ ରାସନ କାର୍ଡ ଜାରି ହୋଇଯିବ।

Pritiparna

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

26 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

28 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

32 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

37 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

40 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

52 mins ago