ପ୍ରଥମ ଟ୍ରେନ ବିଳମ୍ବ ଏବଂ ଦ୍ବିତୀୟ ଟ୍ରେନ ମିସ୍ କଲେ ଫେରସ୍ତ ପାଇବେ ଟଙ୍କା

ଭାରତୀୟ ରେଳ, ଯାତ୍ରୀ ମାନଙ୍କୁ ବହୁତ ବଡ ଆଶ୍ବାସନା ଦେଇଛନ୍ତି। ଏୟାର ଲାଇନ୍ସ ସିଷ୍ଟମ ଭଳି ରେଲୱେ ମଧ୍ୟ ଏହି ସେବାର ଘୋଷଣା କରିଛନ୍ତି। ଯଦି କୁହୁଡ଼ି ଅଥବା ଅନ୍ୟ କୌଣସି କାରଣରୁ ଆପଣ ଷ୍ଟେସନରେ ପହଂଚିବା ପୂର୍ବରୁ ଆପଣଙ୍କ ଟ୍ରେନ ଛାଡ଼ି ଦେଇଥାଏ, ଏଭଳି ସ୍ଥିତିରେ ଆପଣଙ୍କ ଦ୍ୱିତୀୟ ଟ୍ରେନର ରାଶି ରେଳବାଇ ଫେରାଇବ ।

ରେଳବାଇ ଏହି ସୁବିଧା ଆଗାମୀ ଏପ୍ରିଲ ୧ରୁ ଆରମ୍ଭ କରିବାକୁ ଯାଉଛି । ରେଲୱେ ବୋର୍ଡ ଏହା ପାଇଁ ଆଦେଶ ଜାରି କରଛନ୍ତି। ଏହାର ସବୁଠୁ ଅଧିକ ଲାଭ ସେହି ଯାତ୍ରୀ ମାନଙ୍କୁ ହେବ ଯେଉଁମାନେ କୌଣସି ଅସୁବିଧାରୁ ଟ୍ରେନ ଛାଡି ଦେଇଥିବା ସମସ୍ୟାରେ ଥିବେ ଏବଂ ଏହାପରେ ଟିକେଟର ଟଙ୍କା ମଧ୍ୟ ହରାଇବାକୁ ପଡିଥାଏ। ୧ ଏପ୍ରିଲ ଠାରୁ ଯାତ୍ରୀ ମାନଙ୍କୁ ୨ଟି ଯାକ ଟିକେଟ କିଣିବା ସମୟରେ ପିଏନଆରକୁ ଲିଙ୍କ କରିବାକୁ ପଡ଼ିବ ।

railway ticketତିନି ଘଣ୍ଟା ଅନ୍ତରରେ କରିବାକୁ ହେବ କ୍ଲେମ

ଟ୍ରେନ ଛାଡିଦେଇତିଲେ ଯାତ୍ରୀଙ୍କୁ ୩ ଘଣ୍ଟା ଅନ୍ତରରେ ଷ୍ଟେସନରେ ନିଜର ଟିକେଟ କ୍ୟାନ୍ସଲ କରିବାକୁ ହେବ। ଯଦି କୌଣସି କାରଣରୁ ସେହି ସମୟରେ କାଉଣ୍ଟର ବନ୍ଦ ହୋଇଯାଇଥାଏ ତେବେ ତିନି ଦିନ ଭିତରେ ସେହି ଷ୍ଟେସନରେ ଟିଡିଆର ଫର୍ମ ଭରିବାକୁ ହେବ। ଏହାପରେ ରିଫଣ୍ଡ ଅଫିସ ଯାଞ୍ଚ କରିବା ପରେ ରିଫଣ୍ଡ ଯାତ୍ରୀଙ୍କ ଖାତାକୁ ଟାନ୍ସଫର କରିବା ପାଇଁ ଆଦେଶ ଜାରି କରାଯିବ।