ଏବେ ଆଉ ସହଜରେ ମିଳିବନି ଡ୍ରାଇଭିଂ ଲାଇସେନ୍ସ ! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ : ଡ୍ରାଇଭିଙ୍ଗ୍ ଲାଇସେନ୍ସକୁ ନେଇ ନୂଆ ନିୟମ ଲାଗୁ କରିଛନ୍ତି ସରକାର। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବାକୁ ସରକାର ଗୋଟିଏ ପଟେ ଅନଲାଇନ୍ ଆବେଦନ ସହିତ ରାଜ୍ୟଗୁଡିକରେ ଆରଟିଓ ସଂଖ୍ୟା ବୃଦ୍ଧି କରୁଥିବା ବେଳେ ଅନ୍ୟପଟେ ଟେଷ୍ଟକୁ ଆହୁରି କଡାକଡି କରି ନୂତନ ପାରାମିଟରକୁ ମଧ୍ୟ ଯୋଡି ଦେଇଛନ୍ତି। ଯେଉଁକାରଣରୁ ଏବେ ଡ୍ରାଇଭିଙ୍ଗ୍ ଲାଇସେନ୍ସ ପାଇବା ପାଇଁ ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ତାହେଲେ ଆସନ୍ତୁ ଜାଣିବା କେମିତି ରହିବ ନୂଆ ନିୟମ।

ନୂଆ ନିୟମ

ଗତ କିଛି ଦିନ ପୂର୍ବେ ଗୃହରେ ନୂତନ ନିୟମ ଏବଂ ପାସିଂଗ ପ୍ରତିଶତ ଉପରେଏକ ଲିଖିତ ଜବାବରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, ‘ଡ୍ରାଇଭିଂ ଲାଇସେନ୍ସ ହାସଲ କରିବା ପାଇଁ ଆବେଦକଙ୍କୁ ଅତି କମରେ ୬୯ ପ୍ରତିଶତ ଅଙ୍କ ହାସଲ କରିବା ଜରୁରୀ। ଯାହା ପରେ ଯାଇ ଆଗାମୀ ଟେଷ୍ଟ ପାଇଁ କ୍ଵାଲିଫାଏ କରାଯିବ। ଏଥିସହ ଆବେଦକଙ୍କ ପାଖରେ କିଛି ସ୍ଵତନ୍ତ୍ର ଦକ୍ଷତା ଯେମିତିକି ସୀମିତ ଦୂରତାରେ ଗାଡିକୁ ବାମ-ଡାହାଣ ବିପରୀତ ଦିଗକୁ ବୁଲାଇବା ଏବଂ ସଠିକ ଭାବେ ଚଲାଇବା ବାଧ୍ୟତାମୂଳକ କରାଯାଇଛି।’ ସେହିପରି ଟେଷ୍ଟରେ ରିଭର୍ସ ସମୟରେ ଆବେଦନର ସଠିକତା ଉପରେ ସ୍ୱତନ୍ତ୍ର ନଜର ରଖାଯିବ।

dlଏମିତି ହେବ ନୂତନ ଟେଷ୍ଟ

ଆବେଦକଙ୍କୁ ଟେଷ୍ଟ ଦେବା ପାଇଁ ଆରମ୍ଭରୁ ଏକ ଭିଡିଓ ଲିଙ୍କ୍ ଦିଆଯିବ, ଯେଉଁଥିରେ ଡ୍ରାଇଭିଂ ଟେଷ୍ଟ ବିଷୟରେ ସମସ୍ତ ସୂଚନା ଉପଲବ୍ଧ ରହିଥିବ। ଏହା ବ୍ୟତୀତ ଡ୍ରାଇଭିଂ ଟେଷ୍ଟ ଟ୍ରାକ୍ ଉପରେ ଏଲଇଡି ସ୍କ୍ରିନ ଜରିଆରେ ଟେଷ୍ଟର ଡେମୋ ଆବେଦକଙ୍କୁ ଦେଖାଇ ଦିଆଯିବ।

ପୁଣି ଥରେ ବଢ଼ିଲା ଶେଷ ତାରିଖ

ଗତ ଶୁକ୍ରବାର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଦ୍ଵାର ଜାରି ବିଜ୍ଞପ୍ତିରେ କେନ୍ଦ୍ର ସରକାର କରୋନା ଭାଇରସର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ଡ୍ରାଇଭିଂ ଲାଇସେନ୍ସ (ଡିଏଲ), ପଞ୍ଜୀକରଣ ପ୍ରମାଣପତ୍ର(ଆରସି) ପରି କାଗଜପତ୍ରର ବୈଧତାକୁ ଜୁନ ୩୦ ପର‌୍ୟ୍ୟନ୍ତ ବଢ଼ାଇ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.