କରୋନା ଆର୍ଥିକ ସମସ୍ୟା ଭିତରେ ବଢ଼ିଲା ପେଟ୍ରୋଲ ଡିଜେଲ ଦର

କରୋନା ଆର୍ଥିକ ସଂକଟ ଭିତରେ ବଢ଼ିଚାଲିଛି ପ୍ରେଟ୍ରୋଲ ଡିଜେଲ ଦର। ଏହି ସମୟରେ ଲୋକେ ବହୁତ ସମସ୍ୟା ଦେଇ ଗତି କରୁଥିବାବେଳ ଦରଦାମ ମୁଣ୍ଡବ୍ୟଥାରେ କାରଣ ପାଲଟିଛି। ଗାଡି ଚଳାଉଥିବା ଲୋକଙ୍କ ପାଇଁ ଏବେ ଚିନ୍ତା, କାହିଁକିନା ଦେଶରେ ବଢ଼ିଛି ପେଟ୍ରାଲ ଡିଜେଲ ଦର। ପୂର୍ବରୁ ପେଟ୍ରୋଲ ଦର ୭୧.୬୯ ଟଙ୍କା ଥିଲା ଯାହା ଏବେ ବୃଦ୍ଧି ପାଇ ୭୨.୩୨ଟଙ୍କା ହୋଇଛି। ସେହିପରି ଡିଜେଲର ଦାମ ପୂର୍ବରୁ ୬୭.୭୦ ଟଙ୍କା ଥିଲା ଯାହା ଏବେ ୬୮.୩୧ ଟଙ୍କା ହୋଇଛି।

ଅନ୍ୟପଟେ ଓଡିଶା ପେଟ୍ରୋଲର ଦାମ ୪୬ ପଇସା ବଢ଼ିଥିବାବେଳେ ଡିଜେଲ ବଢ଼ିଛି ୪୪ ପଇସା। ଏହି ନୁଆ ଦାମକୁ ମିଶାଇ ପେଟ୍ରୋଲର ଦାମ ହୋଇଛି ୭୨.୦୩ ଟଙ୍କା ଏବଂ ଡିଜେଲର ଦାମ ହୋଇଛି ୬୮.୦୩ ଟଙ୍କା। ସେହିପରି ଭୁବନେଶ୍ୱରରେ ପେଟ୍ରୋଲର ଦାମ ରହିଛି ୭୨.୩୮ ଟଙ୍କା ଏବଂ ଡିଜେଲର ଦାମ ରହିଛି ୬୮.୩୮ ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.