LIC ସରଲ ପେନ୍ସନ୍ ସ୍କିମ୍: ଗୋଟିଏ ପ୍ରିମିୟମରେ ପାଆନ୍ତୁ ଆଜୀବନ ପେନ୍ସନ୍! ଜାଣନ୍ତୁ ସଂପୂର୍ଣ୍ଣ ଯୋଜନା

ବର୍ତ୍ତମାନ ବ୍ୟାଙ୍କ ଗୁଡିକ ନିଜର ଉପଭୋକ୍ତାମାନଙ୍କୁ ଯୋଗାଇ ଦେଉଛି ବିଭିନ୍ନ ପ୍ରକାର ସହାୟତା। ତେବେ ଏହା ସହିତ ଯଦି ଆପଣଙ୍କର କୌଣସି ପେନ୍ସନ୍ ବ୍ୟବସ୍ଥା ରହିଛି ତାହା ମଧ୍ୟ ବ୍ୟାଙ୍କ ସହ ମିଶି ଆପଣଙ୍କୁ ସବୁ ସୁବିଧା ଯୋଗାଇ ଦେଉଛି । ଆପଣ ଯଦି ଏଲଆଇସି ଉପଭୋକ୍ତା। ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର। ଆପଣ ପାଇପାରିବେ ଲାଇଫଟାଇମ୍ ପେନସନ ସରଲ ପେନ୍ସନ ଯୋଜନା ମାଧ୍ୟମରେ। ସରଲ ପେନ୍ସନ୍ ସ୍କିମ୍ ପାଇଁ ସର୍ବନିମ୍ନ ବୟସ ୪୦ ବର୍ଷ ଏବଂ ସର୍ବାଧିକ ବୟସ ୮୦ ବର୍ଷ ହେବା ଉଚିତ୍।ଏହା ସହିତ ଏଲଆଇସି ପଲିସି ହୋଲ୍ଡର୍ସ ଭାରତୀୟ ନାଗରିକ ହେବା ଉଚିତ୍। ଭାରତୀୟ ଜୀବନ ବୀମା ନିଗମ ଅନୁଯାୟୀ, ପଲିସିଧାରୀମାନେ ଦୁଇଟି ଅପ୍ସନରୁ କୌଣସି ଗୋଟିଏ ଏନ୍ୟୁଟି ବା ଏମାଉଣ୍ଟ ବାଛିପାରିବେ।

ତେବେ ଏହି ଏଲଆଇସି ସରଲ ପେନସନ ଯୋଜନା କ’ଣ ଜାଣନ୍ତୁ:
ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ସରଲ ପେନ୍ସନ୍ ଯୋଜନା ଆରମ୍ଭ କରିଛି, ଯାହାକି ସିଙ୍ଗିଲ ପ୍ରିମିୟମରେ ଜୀବନ ସାରା ପେନ୍ସନ୍ ପ୍ରଦାନ କରୁଥିବା ଏକ ଯୋଜନା । ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି। ତେବେ ଏହା ବିଷୟରେ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ,ଯେଉଁଥିରେ ଆପଣ ଜାଣିବେ ଏହି ଯୋଜନାରେ ସିଙ୍ଗଲ ପ୍ରିମିୟମ ଦେବା ପରେ ଆପଣ ସାରା ଜୀବନ ପାଇଁ କେତେ ପେନ୍ସନ୍ ପାଇବେ। ଏହା ସହିତ, ଆପଣ ଏହି ଯୋଜନାର ଅନ୍ୟାନ୍ୟ ଲାଭ ବିଷୟରେ ମଧ୍ୟ ସୂଚନା ପାଇବେ।
ତେବେ ଜାଣି ରଖନ୍ତୁ ସରଲ ପେନ୍ସନ୍ ସ୍କିମ୍ ବିଷୟରେ:

ସରଲ ପେନ୍ସନ୍ ସ୍କିମ୍ ହେଉଛି IRDAI (ଇନ୍ସ୍ୟୁରାନ୍ସ ରେଗୁଲେଟୋରୀ ଆଣ୍ଡ୍ ଡେଭେଲୋପମେଣ୍ଟ ଅଥରିଟି ଅଫ୍ ଇଣ୍ଡିଆ) ର ନିୟମ ଅନୁଯାୟୀ ଏକ ତୁରନ୍ତ ପ୍ରତିରକ୍ଷା ଯୋଜନା ବା ଇମିଡିଏଟ ଇମ୍ୟୁନିଟି ପ୍ଲାନ । ଯେଉଁଥି ପାଇଁ ଜଣେ ଉପଭୋକ୍ତାଙ୍କ ବୟସ ସର୍ବନିମ୍ନ ବୟସ ୪୦ ଏବଂ ସର୍ବାଧିକ ବୟସ ୮୦ ବର୍ଷ ହେବା ଉଚିତ୍।
ଏହା ସହିତ ପଲିସିହୋଲ୍ଡର୍ସ ଭାରତୀୟ ନାଗରିକ ହେବା ଦରକାର । ଭାରତୀୟ ଜୀବନ ବୀମା ନିଗମ ଅନୁଯାୟୀ, ପଲିସିହୋଲ୍ଡର୍ସ ଏହାର ଦୁଇଟି ଅପ୍ସନ ମଧ୍ୟରୁ ଯେକୌଣସି ଗୋଟିଏ ଏନ୍ୟୁଟି ବାଛିପାରିବେ । ଏହା ସହିତ,ସରଲ ପେନ୍ସନ ସ୍କିମ ଆରମ୍ଭ ହେବାର ୬ ମାସ ପରେ ଲୋନ ମଧ୍ୟ ନେଇ ପାରିବେ ।
ତେବେ ଏହା ମଧ୍ୟରେ ଆପଣଙ୍କୁ କିଛି ଅପ୍ସନ ମଧ୍ୟ ମିଳିବ,ଯାହାର ନାମ ହେଉଛି ଲାଇଫ୍ ଆନ୍ୟୁଟି ଉଇଥ୍ ରିଟର୍ଣ୍ଣ ଅଫ୍ ପରଚେସ ପ୍ରାଇସ୍ । ଏହି ପ୍ଲାନ ଅନୁଯାୟୀ ପେନସନରେ ମିଳୁଥିବା ଟଙ୍କା କେବଳ ଜଣେ ବ୍ୟକ୍ତିଙ୍କୁ ହିଁ ପ୍ରଦାନ କରାଯିବ । ସେହି ପେନସନ ହୋଲଡରଙ୍କ ମୃତ୍ୟୁ ପରେ , ବେସ ପ୍ରାଇସ ବା ରହିଥିବା ଟଙ୍କା ଦିଆଯିବ ପେନସନ ହୋଲ୍ଡରଙ୍କ ନୋମିନିଙ୍କୁ ।
ଏହାପରେ ଆସୁଛି ଜଏଣ୍ଟ ଲାଇଫ ପ୍ଲାନ – ଜଏଣ୍ଟ ଲାଇଫ ପ୍ଲାନ ମୁତାବକ ଉଭୟ ସ୍ୱାମୀ-ସ୍ତ୍ରୀ ଏହି ଯୋଜନା ସହିତ ଜଡିତ ହୋଇ ରହିପାରିବେ । ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରୁ ଯିଏ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚିବ ତାଙ୍କୁ ସେପର୍ଯ୍ୟନ୍ତ ପେନ୍ସନ୍ ରାଶି ମିଳିବ । ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ ସମ୍ପୂର୍ଣ୍ଣ ପେନସନ୍ ଯୋଗାଇ ଦିଆଯିବ |
ସେହିଭଳି ପତ୍ନୀଙ୍କ ମୃତ୍ୟୁ ପରେ ସ୍ୱାମୀଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ପେନସନ୍ ଦିଆଯିବ। ପେନସନ୍ ରାଶିରୁ କିଛି ଟଙ୍କା ମଧ୍ୟ କଟିବନି। ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ପରେ ପେନସନର ସବୁ ଟଙ୍କା ତାଙ୍କ ନାମରେ ଥିବା ନୋମିନିଙ୍କୁ ମିଳିବ।
ତେବେ ବର୍ତ୍ତମାନ ଜାଣନ୍ତୁ କେମିତି ଉଠାଇବେ ଏହି ପ୍ଲାନ ର ଫାଇଦା:
ପ୍ରଥମେ ଆପଣ ଏହି ଯୋଜନାଗୁଡିକ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ କିଣି ପାରିବେ।
ଆପଣ ଏହାକୁ http://www.licindia.in ୱେବସାଇଟରୁ ମଧ୍ୟ ଅନଲାଇନରେ କିଣିପାରିବେ।
ଏହି ଯୋଜନାରେ ମିନିମମ୍ ଆନ୍ୟୁଟି ହେଉଛି ୧୨୦୦୦ ଟଙ୍କା।
ଏହାର ସର୍ବନିମ୍ନ କ୍ରୟ ମୂଲ୍ୟ ବା ମିନିମମ ପର୍ଚେସ ପ୍ରାଇସ ନିର୍ଭର କରିବ ଆନୁଆଲ ମୋଡ, ବଛା ଯାଇଥିବା ଅପ୍ସନ ଓ ପଲିସି ହୋଲ୍ଡରଙ୍କ ବୟସ ଉପରେ।
ଏହି ଯୋଜନାରେ ପର୍ସେଚ ପ୍ରାଇସ ର କୌଣସି ଲିମଟ ନାହିଁ ।
୪୦ ବର୍ଷରୁ ୮୦ ବର୍ଷର ଲୋକମାନେ ଏହି ଯୋଜନା କିଣି ପାରିବେ ।
ଯଦି ଆପଣ ମାସିକ ପେନସନର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ମାସରେ ଅତି କମରେ ଏକ ହଜାର ଟଙ୍କା ଆପଣଙ୍କୁ ବିନିଯୋଗ କରିବାକୁ ପଡ଼ିବ।
ସେହିଭଳି ତ୍ରୈମାସିକ ପେନ୍ସନ୍ ପାଇଁ ଅତି କମରେ ଆପଣଙ୍କୁ ୩ ହଜାର ଟଙ୍କା ଏକ ମାସରେ ବିନିଯୋଗ କରିବାକୁ ପଡିବ।ଏହିପରି ଭାବେ ଆପଣ ପାଇ ପାରିବେ ଲାଇଫ୍ ଟାଇମ୍ ପେନସନ।