କେବଳ ପେଟ୍ରୋଲ ନୁହେଁ ଆପଣଙ୍କୁ ଚାଲାଣ କଟିବା ଠାରୁ ମଧ୍ୟ ରକ୍ଷା କରିବ ହିରୋର ଏହି ନୂଆ ସ୍କୁଟର

ଦେଶର ବଢ଼ୁଥିବା ପ୍ରଦୂଷଣକୁ ଲକ୍ଷ୍ୟ କରି ସରକାର ଏବେ ଇଲେକଟ୍ରିକ ବାହନକୁ ପ୍ରମୋଟ କରୁଛି। ଇଲେକଟ୍ରିକ ବାହନରେ ସବସିଡି ସହିତ ଆହୁରି ଅନେକ ଫାଇଦା ଦିଆଯାଉଛି, ଯାହାର ସିଧା ପ୍ରଭାବ ଗ୍ରାହକଙ୍କୁ ମିଳିବ। ଏମିତିରେ ଲୋକମାନେ ଏବେ ଇଲେକଟ୍ରିକ ସ୍କୁଟର କିଣିବାରେ ଅଧିକ ଇଚ୍ଛା କରୁଛନ୍ତି। ଆପଣ ଦେଖିଥିବେ କିମ୍ବା ଶୁଣିଥିବେ ଯେ ଏବେ ନୂଆ ଟ୍ରାଫିକ ନିୟମ କାରଣରୁ ବହୁତ ଚାଲାଣ କଟାଯାଉଛି କିନ୍ତୁ ଏହି ସବୁ ଭିତରେ ଆପଣଙ୍କ ଚାଲାଣ କଟିବନାହିଁ।

ଏହି ସ୍କୁଟର ହେଉଛି hero electric optima e2ଏବଂ ଏଂହାକୁ କିଣିଲେ ଆପଣଙ୍କୁ ଚାଲାଣ ଭରିବାକୁ ପଡିବନାହିଁ। ଏହାସହିତ ଆପଣଙ୍କୁ ଲାଇସେନ୍ସ ମଧ୍ୟ ରଖିବାକୁ ପଡିନଥାଏ। ଆଜ୍ଞା ହଁ ଏହି ସ୍କୁଟର ପ୍ରଦୂଷଣ ରୋକିଥାଏ ଏବଂ ଗ୍ରାହକଙ୍କ ପକେଟରେ ବୋଝ ହୋଇନଥାଏ, ଏଥିପାଇଁ ଏହି ସ୍କୁଟର ବହୁତ ଖାସ୍‌ ଅଟେ। ଖାସ୍‌ କଥା ହେଉଛି ଏହି ସ୍କୁଟରରେ ଭଲ ଡିସକାଉଣ୍ଟ ମଧ୍ୟ ଦିଆଯାଉଛି।

optima electricପାଓ୍ଵାର

ପାଓ୍ଵାର ଏବଂ ସ୍ଫେସିଫିକେସନ ବିଷୟରେ କଥା ହେବା ତ ଏହି ସ୍କୁଟରରେ ୨୮AHର ଲିଥିୟମ-ଆୟନ ବ୍ୟାଟେରୀ ଦିଆଯାଇଛି ଯାହା ୨୫ ୱାଟ ମୋଟରର ପାଓ୍ଵାର ଦେଇଥାଏ। ବ୍ୟାଟେରୀ ୪୮ଭୋଲଟେଜର ଅଟେ। ଏହି ବାଇକକୁ ଫୁଲ ଚାର୍ଜ କରିବାରେ ୪ରୁ ୫ ଘଣ୍ଟା ସମୟ ଲାଗିଥାଏ।

ନିଶ୍ଚିତ ପଢନ୍ତୁ : ବହୁତ ଶସ୍ତା ଦାମରେ ଲଞ୍ଚ ହେଲା Royal Enfield Classic 350 S , ଦାମ ଜାଣିଲେ ତୁରନ୍ତ କିଣିବେ ଆପଣ

ରେଞ୍ଜ

ଖାସ୍‌ କଥା ହେଉଛି ଏହି ସ୍କୁଟର ଥରେ ଚାର୍ଜ ହେଲେ ୬୫ କିମି ଦୂରତା ଅତିକ୍ରମ କରିପାରିବ। ଅର୍ଥାତ ଏହି ସ୍କୁଟର ପ୍ରଦୂଷଣକୁ ମଧ୍ୟ ରୋକିଥାଏ। ଏହାସହିତ ଲୋକଙ୍କ ଟଙ୍କା ମଧ୍ୟ ବଞ୍ଚାଇଥାଏ।

optimaଦାମ୍‌

ହିରୋର ଏହି ଇଲେକଟ୍ରିକ ଅପଟିମା ଇ୨ର ଏକ୍ସ ଶୋରୁମର ଦାମ ୫୭,୨୮୧ ଟଙ୍କା ରହିଛି। ଏହି ସ୍କୁଟର ସହିତ ଆପଣଙ୍କୁ ତିନି ବର୍ଷର ଓ୍ଵାରେଣ୍ଟୀ ମଧ୍ୟ ମିଳିବ। ସେହିପରି ଏହି କାରକୁ କିଣିଲେ ଆପଣଙ୍କୁ ୧୦,୦୦୦ ଟଙ୍କାର ଫାଇଦା ମିଳିବ।

ଫିଚର୍ସ

ଫିଚର୍ସ ବିଷୟରେ କହିବାକୁ ଗଲେ ଡିଜିଟାଲ ସ୍ପୀଡମିଟର, ଟେଲିସ୍କୋପିକ ସସପେନସନ୍‌, ରିର୍ନେଟିଭ ବ୍ରେକିଂ, ଏଲଇଡି ବଲବ୍‌ ପିସି ହେଡ୍‌ ଲ୍ୟାମ୍ପ, କମ୍ଫଟେବୁଲ ସିଟ, ରିମୋଟ ଲକ୍‌ ସହିତ ଆଣ୍ଟି ଥେଫ୍ଟ, ମୋବାଇଲ ଚାର୍ଜିଂ ସିଷ୍ଟମ, ଏରୋଡାଇନାମିକ ଷ୍ଟାଇଲ, ହାଇ ଟର୍କ ଓ୍ଵିଥ ପିଡବ୍ଲ୍ୟୁଏମ କଣ୍ଟ୍ରୋଲର, ଲାଇସେନ୍ସ ଏବଂ ରେଜଷ୍ଟ୍ରେସନର ମଧ୍ୟ ଆବଶ୍ୟକ ପଡିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.