EPFO ନୂଆ ରୁଲ, ନୂଆ ବର୍ଷ ପୂର୍ବରୁ ଜଲ୍ଦି ସାରି ଦିଅନ୍ତୁ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କାମ
ବର୍ତ୍ତମାନ ସବୁ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବ୍ୟାଙ୍କ ହେଉ ଅବା ଅଟୋ ମୋବାଇଲ , ସବୁ ଥିରେ ଟେକ୍ନୋଲୋଜିର ପରିବର୍ତ୍ତନ ହେଉଛି । ନୂଆ ରୁଲ ରେଗୁଲେସନ ସବୁ ଆସୁଛି , ଏମିତିକି ନିଜ ପରିଚୟପତ୍ରର ମଧ୍ୟ ଅପଡେଟ ହେଉଛି । ଯଦି ଆପଣ ଚାକିରୀ କରିଛନ୍ତି ଓ ଆପଣଙ୍କ ଖାତା ପିଏଫ ନିୟମରେ ଖୋଲାଯାଇଛି ତେବେ ଆପଣଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ ଅଟେ । କାହିଁକିନା ପିଏଫ ପାଇଁ ଏକ ନୂଆ ନିୟମ ଆସିସାରିଛି ।
କର୍ମଚାରୀ ଭବିଷ୍ୟତ ପୁଞ୍ଜି ସଂଗଠନ ବା ଇପିଏଫଓ(ଏମ୍ପ୍ଲୋଇଜ ପ୍ରୋଭିଡେଣ୍ଟ ଆଣ୍ଡ୍ ଅର୍ଗାନାଇଜେସନ ), ସବୁ ପିଏଫ ଖାତା ଧାରୀଙ୍କ ପାଇଁ ନିଜ ଖାତାରେ ନୋମିନି ଯୋଡିବା ପାଇଁ ବାଧ୍ୟତାମୂଳକ ନିୟମ ରଖିଥିବା ବେଳେ ଏହାକୁ ଭଲ ଭାବେ ଅପଡେଟ କରେଇବା ପାଇଁ ନୂଆ ନିୟମ ବାହାର କରିଛି। ତେବେ ନିଜ ଖାତାରେ ନୋମିନିଙ୍କୁ ଯୋଡିବା ପାଇଁ ସମୟସୀମା ମଧ୍ୟ କମ ରହିଛି । ଯାହାକି ଚଳିତ ବର୍ଷ ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ହିଁ ରହିଛି । ଯଦି ଆପଣ ଡିସେମ୍ବର ୩୧ ସୁଧା ନିଜ ଖାତାରେ ନୋମିନିଙ୍କ ନାମ କୁ ଯୋଡିବେ ତେବେ ଆପଣଙ୍କୁ ଅଧିକ ଲାଭ ମିଳିବ। ଯଦି ଦିଆ ଯାଇଥିବା ତାରିଖ ଭିତରେ ଆପଣ ନୋମିନିର ନାମକୁ ଯୋଡୁ ନାହାନ୍ତି ତେବେ ଆଗକୁ ଯାଇ ଆପଣଙ୍କୁ ଅନେକ ଅସୁବିଧାର ସାମ୍ନା କରିବାରୁ ପଡିବ । ବିମା ଟଙ୍କା ବା ଇନ୍ସୁରାନ୍ସ ଓ ପେନସନ ପାଇବାରେ ଆପଣଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।
ଇପିଏଫ ରେ ସାମିଲ ଥିବା ଉପଭୋକ୍ତାଙ୍କୁ ସଂଗଠନ, ଇନ୍ସୁରାନ୍ସ ଠାରୁ ଆରମ୍ଭ କରି ଅନେକ ସୁବିଧା ଦେଇଥାଏ । ଏମିତିକି ଏହା ରିଟାୟମେଣ୍ଟ ସମୟରେ ପେନ୍ସନର ସୁବିଧା ଦେଇଥାଏ ।
ତେବେ ଯଦି ଆପଣ ଦିଆଯାଇଥିବା ସମୟ ମଧ୍ୟରେ ନିଜ ନୋମିନିର ନାମ ଓ ଇପିଏଫ ସହ ଜଡିତ ଅନ୍ୟ କୌଣସି କାଗଜ ପତ୍ର ଜମା ନକରନ୍ତି ବା ଡିଟେଲ୍ସ ନ ଦିଅନ୍ତି ତେବେ ଆପଣଣଙ୍କୁ ପିଏଫ ଠାରୁ ଆରମ୍ଭ କରି ଟଙ୍କା ଟ୍ରାନ୍ସଫର ପର୍ଯ୍ୟନ୍ତ ସବୁଥିରେ ଅସୁବିଧା ହେବ । ଖାଲି ଏତିକି ନୁହେଁ ଏହା ସହିତ ଆପଣଙ୍କ ମୃତ୍ୟୁପରେ ମଧ୍ୟ ପାଇବାକୁ ଥିବା ଟଙ୍କାରୁ ଆପଣ ବଞ୍ଚିତ ହେବେ ।
ତେବେ ଇପିଏଫଓ ର ନୂଆ ନିୟମ ଅନୁଯାୟୀ ଆପଣ ଅନଲାଇନ ନିଜର ନାମାଙ୍କନ ଫାଇଲ କରିପାରିବେ ।
EPFO ୱେବସାଇଟ ମାଧ୍ୟମରେ ଆପଣ ଅନଲାଇଲ ନିଜର ନୋମିନିଙ୍କର ନାମ ଦେଇପାରିବେ। ଇପିଏଫଓ ନିଜର ସବୁ ସଦସ୍ୟଙ୍କୁ ନୋମିନେସନ କରିବା ପାଇଁ ୩୧ ଡିସେମ୍ବର ପର୍ଯ୍ୟନ୍ତ ସମୟ ଦେଇଛି । ଆପଣ ଚାହିଁଲେ ଏହା ଛଡା ଇପିଏଫ ଓ ଅଫିସ କୁ ଯାଇ ମଧ୍ୟ ନିଜର ନାମାଙ୍କନ ବା ନିଜ ନାମ ରେଜିଷ୍ଟେସନ କରିପାରିବେ।
ଜାଣନ୍ତୁ ଅନଲାଇନ ରେଜିଷ୍ଟ୍ରେସନ କରିବାର ଉପାୟ
୧. ପ୍ରଥମେ ଆପଣଙ୍କୁ ଇପିଏଫଓର ଅଫିସିଆଲ ସାଇଟ https://www.epfindia.gov.in/site_en/index.php କୁ ଯାଇ ଲଗଇନ କରିବାକୁ ପଡିବ ।
୨. ଏହାପରେ ସର୍ଭିସେସ କୁ ଯାଆନ୍ତୁ ଓ ଡ୍ରପ ଡାଉନ ମେନ୍ୟୁରୁ ଫର ଏମ୍ପ୍ଲଇଜ ଅପ୍ସନ ଉପରେ କ୍ଲିକ କରନ୍ତୁ ।
୩. ତାପରେ (OCS / OTCP) ଉପରେ ଟ୍ୟାପ୍ କରନ୍ତୁ |
୪. ଏହା ପରେ ଆପଣଙ୍କୁ ନିଜର ୟୁଏଏନ ବା ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ଏବଂ ପାସୱାର୍ଡ ସହିତ ଲଗ୍ ଇନ୍ କରିବାକୁ ପଡିବ |
୫. ସେଠାରେ ଆପଣଙ୍କୁ ମ୍ୟାନେଜ ଟ୍ୟାବ ଭିତରେ ଥିବା ଇ – ନୋମିନେସନ ର ଅପ୍ସନ ମିଳିବ , ତା ଉପରେ କ୍ଲିକ କରନ୍ତୁ ।
୬.ଆପଣଙ୍କ ଫ୍ୟାମିଲି ଡେକ୍ଲାରିସନ ଓ ଡିଟେଲ୍ସ ରେ ୟେସ କ୍ଲିକ କରନ୍ତୁ କିମ୍ବା ନୋମିନିର ଡିଟେଲ୍ସକୁ ଅପଡେଟ କରନ୍ତୁ । ତେବେ ଏହାପରେ ନୋମିନି ପାଇଁ ପଚରା ଯାଇଥିବା ସବୁ ପ୍ରଶ୍ନର ଉତ୍ତର ବା ସୂଚନା ଦେବାକୁ ପଡିବ ।
୭.ଯଦି ଆପଣ ଏକ ରୁ ଅଧିକ ନୋମିନି ଯୋଡିବା ପାଇଁ ଚାହୁଁଛନ୍ତି ତେବେ ଆଡ ନ୍ୟୁ ବଟନ ଉପରେ ଟ୍ୟାପ କରନ୍ତୁ ଓ ଅନ୍ୟ ନୋମିନିର ସବୁ ଡିଟେଲ୍ସ ଦିଅନ୍ତୁ ।
୮ . ଯେତେବେଳେ ଆପଣ ଫ୍ୟାମିଲି ଡିଟେଲ୍ସ ଦେଇ ସେଭ କରିବେ , ସେତେବେଳେ ସଙ୍ଗେ ସଙ୍ଗେ ହିଁ ଇ- ନୋମିନେସନ ପାଇଁ ଆପଣଙ୍କ ପ୍ରୋସେନ ପୁରା ହୋଇଯିବ ।
ତେବେ ଜଲ୍ଦି ହିଁ ଆପଣ ନିଜର ଇପିଏଫ ସହ ସଡିତ ସବୁ କାର୍ଡ ଅପଡେଟ କରନ୍ତୁ ଓ ଏହା ସହ ଯୋଡା ଥିବା ସବୁ ସୁବିଧା ପାଆନ୍ତୁ ।