ଏସବିଆଇ HDFC, ICICI ଓ PNB ବ୍ୟାଙ୍କର ନିୟମ ଜାଣନ୍ତୁ, ୨୦୦୦ ଟଙ୍କିଆ ନୋଟ୍ ଜମା ସମୟରେ ହେବେନି ହଇରାଣ

୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ କେଉଁ କେଉଁ ବ୍ୟାଙ୍କର କ’ଣ କ’ଣ ନିୟମ ରହିଛି, ଆସନ୍ତୁ ଜାଣିବା ସେହି ବିଷୟରେ ।

RBI ଦ୍ୱାରା ୨ ହଜାର ଟଙ୍କିଆ ନୋଟ୍ ବନ୍ଦ ହେବା ପରେ ଏହାକୁ ୨୩ ମଇରୁ ପ୍ରତ୍ୟାହାର ଆରମ୍ଭ ହୋଇଥିଲା । ଲୋକମାନେ ଏ ସମ୍ପର୍କରେ ବ୍ୟାଙ୍କକୁ ଆସିବା ଆରମ୍ଭ କରିଛନ୍ତି । ମେ ୨୩ ରୁ ସେପ୍ଟେମ୍ବର ୩୦ ମଧ୍ୟରେ ୨୦୦୦ ଟଙ୍କିଆ ନୋଟକୁ ଆପଣ ବ୍ୟାଙ୍କ ଯାଇ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲା । ତେବେ ନୋଟ୍ ବଦଳାଇବା ସଂପର୍କରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ କେଉଁ କେଉଁ ବ୍ୟାଙ୍କର କ’ଣ କ’ଣ ନିୟମ ରହିଛି, ଆସନ୍ତୁ ଜାଣିବା ସେହି ବିଷୟରେ ।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ : ଏସବିଆଇ କହିଛି ଯେ, ଲୋକଙ୍କୁ ଏସବିଆଇର କୌଣସି ବ୍ରାଞ୍ଚରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ଲୋକଙ୍କୁ କୌଣସି ପ୍ରକାରର ପରିଚୟ ପତ୍ର ଦେଖାଇବା କିମ୍ବା ସ୍ଲିପ ଭରିବାର ଆବଶ୍ୟକ ନାହିଁ ।

HDFC ବ୍ୟାଙ୍କ : ମେ ୨୩ ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଗ୍ରାହକମାନେ ସେମାନଙ୍କର ଏଚଡିଏଫସି ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିପାରିବେ । ଏହି ବ୍ୟାଙ୍କରେ ଗୋଟିଏ ଦିନରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ବଦଳାଯାଇପାରିବ ।

ICICI ବ୍ୟାଙ୍କ : ଗ୍ରାହକମାନେ ଯେକୌଣସି ଆଇସିଆଇସିଆଇ ବ୍ୟାଙ୍କ ବ୍ରାଞ୍ଚରେ କିମ୍ବା ବ୍ୟାଙ୍କର କ୍ୟାସ୍ ଡିପୋଜିଟ୍ ମେସିନରେ ୨୦୦୦ ଟଙ୍କା ନୋଟ୍ ଜମା କରିପାରିବେ । ବରିଷ୍ଠ ନାଗରିକମାନେ ଆଇସିଆଇସିଆଇ ବ୍ୟାଙ୍କର ଡୋର୍ ଷ୍ଟେପ୍ ବ୍ୟାଙ୍କିଂ ସେବା ବ୍ୟବହାର କରିପାରିବେ । ଏହି ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବା ପାଇଁ କୌଣସି ସ୍ଥିର ସୀମା ନାହିଁ । ଏହା ସହିତ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ପ୍ରକ୍ରିୟାରେ କୌଣସି ଦେୟ ଆଦାୟ କରାଯିବ ନାହିଁ ।

କାନାରା ବ୍ୟାଙ୍କ : କାନାରା ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବା ଉପରେ, ନଗଦ ଟଙ୍କା ଫେରସ୍ତ ଉପରେ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ । ବ୍ୟାଙ୍କ ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଛି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ : PNBରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ବଦଳ କରିବାକୁ କୌଣସି ପ୍ରକାରର ଆଇଡି ପ୍ରୁଫର ଆବଶ୍ୟକତା ପଡ଼ିବ ନାହିଁ । PNB ଏହାର ସମସ୍ତ ବ୍ରାଞ୍ଚକୁ ଆଧାର କାର୍ଡ, କୌଣସି ଅଫିସିଆଲ୍ ଡକ୍ୟୁମେଣ୍ଟ୍ କିମ୍ବା ନୋଟ୍ ବଦଳ ସମ୍ବନ୍ଧରେ କୌଣସି ଫର୍ମ ପୂରଣ ନକରିବାକୁ ନିର୍ଦ୍ଦେଶ ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.