ବ୍ୟବସାୟ ଓ ଅର୍ଥନୀତି

ଆପଣ କେବେ ଭାବିଛନ୍ତି କି, ୩୦ ଦିନ ଜାଗାରେ ୨୮ ଦିନ ଭ୍ୟାଲିଡିଟୀ ସହ କାହିଁକି ଆସିଥାଏ ରିଚାର୍ଜ ପ୍ୟାକ୍‌

ନଭେମ୍ବର ମାସ ପରେ ଅନେକ ଟେଲିକମ୍‌ କମ୍ପାନୀ ନିଜର ରିଚାର୍ଜ ପ୍ୟାକର ଦାମ ବୃଦ୍ଧି କରିଦେଇଛନ୍ତି। ଯାହାପରେ ଗ୍ରାହକଙ୍କ ଖର୍ଚ୍ଚ ଅଧିକ ବଢ଼ିଯାଇଛି। ଏବେ ଗରିବ ଠାରୁ ଧନୀ ସମସ୍ତଙ୍କ ପାଇଁ ଏହା ମହଙ୍ଗା ହୋଇଯାଇଛି। ତେବେ ଆପଣ କେବେ ଭାବିଛନ୍ତି କୌଣସି ବି କମ୍ପାନୀର ପ୍ଲାନ ଭ୍ୟାଲିଡିଟୀ ୨୮ ଦିନର କାହିଁକି ରହିଥାଏ। ଯଦି ଗ୍ରାହକ ମାସିକିଆ ରିଚାର୍ଜ କରନ୍ତି ତାହେଲେ ଗ୍ରାହକଙ୍କୁ ୩୦ ଦିନ କିମ୍ବା ୩୧ ଦିନ ପରିବର୍ତ୍ତେ ୨୮ ଦିନର ବୈଧତା ପ୍ଲାନ ମିଳିଥାଏ।

ଟେଲିକମ୍‌ କମ୍ପାନୀ ଦ୍ୱାରା ମାସର ରିଚାର୍ଜ କେବଳ ୨୮ ଦିନ ପର୍ଯ୍ୟନ୍ତ ହିଁ ରହିଥାଏ, କିନ୍ତୁ ଏହା ମନ୍ଥଲୀ ରିଚାର୍ଜ ପ୍ଲାନରେ ମିଳିଥାଏ। ତେବେ ଏମିତି କାହିଁକି ହୋଇଥାଏ, ଆପଣ ତ ମାସିକିଆ ରିଚାର୍ଜ କରନ୍ତି କିନ୍ତୁ ପୂରା ମାସ ନ ରହି ତାହା ୨୮ ଦିନର କାହିଁକି ହୋଇଥାଏ। କେବେ ଆପଣ ମନରେ ଏହି ପ୍ରଶ୍ନ ଆଣିଛନ୍ତି ଏୟାରଟେଲ, ଭୋଡା-ଆଇଡିଆ ଏବଂ ଜିଓ ଭଳି ଟେଲିକମ୍‌ କମ୍ପାନୀ କାହିଁକି ନିଜ ମନ୍ଥଲୀ ରିଚାର୍ଜ ପ୍ୟାକକୁ ୩୦ଦିନ ବଦଳରେ ୨୮ ଦିନ ବୈଧତା ସହିତ ଆସିଥାଏ। ଯଦି ଏହାର ଉତ୍ତର ଜାଣିନାହାଁନ୍ତି ତାହେଲେ ଜାଣନ୍ତୁ ଏହା ପଛରେ କମ୍ପାନୀକୁ କଣ ଫାଇଦା ମିଳିଥାଏ।

ଟେଲିକମ୍‌ କମ୍ପାନୀ ନିଜ ଗ୍ରାହକଙ୍କ ଠାରୁ ୩୦ ଦିନର ଟଙ୍କା ନେଇଥାଏ ଏବଂ କେବଳ ୨୮ ଦିନର ବୈଧତା ଉପଲବ୍ଧ କରାଇଥାଏ। ଏହିପରି ଭାବେ ଗ୍ରାହକଙ୍କ ପାଇଁ ତ ୧୨ ମାସ ରହିଥାଏ କିନ୍ତୁ କମ୍ପାନୀ ତା ହିସାବରେ ଆପଣଙ୍କ ଠାରୁ ୧୩ ମାସ ପର୍ଯ୍ୟନ୍ତର ରିଚାର୍ଜ କରାଇଥାଏ। ଏମିତି କରିବା ଦ୍ୱାରା କମ୍ପାନୀର ଗୋଟେ ମାସ ଟଙ୍କା ମାଗଣାରେ ରହିଯାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଜିଓ କମ୍ପାନୀ ଦ୍ୱାରା ମାସିକିଆ ରିଚାର୍ଜ ୨୮ ଦିନର ବୈଧତା ସହିତ ଆରମ୍ଭ କରାଯାଇଛି। ଯାହାପରେ ଅନ୍ୟ କମ୍ପାନୀ ବି ଏହି ବୈଧତା ସହିତ ନିଜ ପ୍ଲାନ ଲଞ୍ଚ୍‌ କରିବାକୁ ଲାଗିଲେ। ଏହାପୂର୍ବରୁ କମ୍ପାନୀ ମନ୍ଥଲୀ ରିଚାର୍ଜ ପ୍ୟାକକୁ ୩୦ ଦିନର ଭ୍ୟାଲିଡିଟୀ ସହିତ ଲଞ୍ଚ୍‌ କରୁଥିଲା।

୨୮ ଦିନର ଭ୍ୟାଲିଡିଟୀ ପ୍ଲାନ ପଛରେ ସବୁ ଗେମ୍‌ ମାର୍କେଟିଙ୍ଗର। ବର୍ଷରେ ୧୨ ମାସ ରହିଥାଏ କିନ୍ତୁ ୨୮ ଦିନ ହିସାବରେ ୧୩ ମାସ ହୋଇଯିବ। ଏମିତି ବି ବୁଝିପାରିବେ ଯେ ୨୮ ୧୩=୩୬୫ ଦିନ ଅର୍ଥାତ ଗୋଟେ ବର୍ଷର ବରାବର। ଏମିତିରେ କମ୍ପାନୀକୁ ଗୋଟେ ମାସର ଫାଇଦା ହୋଇଥାଏ।

Pritiparna

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

6 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

15 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

23 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

40 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

55 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago