ଫାସ୍‌ଟ୍ୟାଗ୍‌ର ବାଲାନ୍ସ ଜାଣିବା ପାଇଁ ୟୁଜରଙ୍କୁ କରିବାକୁ ହେବ ମାତ୍ର ଗୋଟେ ମିସ୍‌ଡ କଲ, NHAI ଜାରି କଲା ନମ୍ବର

ଫାସ୍‌ଟ୍ୟାଗ୍‌ ବ୍ୟବହାର କରୁଥିବା ଲୋକ ଏବେ ଖୁବ୍‌ ସହଜରେ ନିଜ ଫାସ୍‌ଟ୍ୟାଗ୍‌ ବାଲାନ୍ସ ଜାଣିପାରିବେ। କେବଳ ଗୋଟେ ମିସ୍‌ଡ କଲ୍‌ ଦେଇ ଲୋକମାନେ ଏବେ ଫାସ୍‌ ଟ୍ୟାଗ୍‌ର ବାଲାନ୍ସ ଜାଣିପାରିବେ। ଇଣ୍ଡିଆନ୍‌ ହାଇୱେଜ୍‌ ମ୍ୟାନେଜ୍‌ମେଣ୍ଟ କମ୍ପାନୀ ଏହି ସେବା ବିଷୟରେ ସୂଚନା ଦେଇଛି। ତେବେ ଏହି ସୁବିଧା ସମ୍ପୂର୍ଣ୍ଣ ଭାବେ ମାଗଣାରେ କମ୍ପାନୀ ଯୋଗାଉଥିବା ଜଣାଯାଇଛି। NHAI ଇଣ୍ଡିଆନ୍‌ ହାଇୱେଜ୍‌ ମ୍ୟାନେଜ୍‌ମେଣ୍ଟ କମ୍ପାନୀକୁ ପ୍ରମୋଟ୍‌ କରୁଛି। ଯେଉଁ ଫାସ୍‌ଟ୍ୟାଗ୍‌ ୟୁଜର ନିଜ ମୋବାଇଲ୍‌ ନମ୍ବରକୁ ଏନ୍‌ଏଚ୍‌ଏଆଇରେ ରେଜିଷ୍ଟର କରିଛନ୍ତି, ସେମାନେ ମୋବାଇଲ ନମ୍ବରରୁ ୯୧-୮୮୮୪୩୩୩୩୩୧ରେ ମିସ୍‌ଡ କଲ୍‌ ଦେଇ ନିଜ ଏନ୍‌ଏଚ୍‌ଏଆଇ ପ୍ରିପେଡ୍‌ ଓ୍ଵାଲେଟ୍‌ର ବାଲାନ୍ସ ଦେଖିପାରିବେ। ଏହି ଟେଲ୍‌ଫ୍ରି ନମ୍ବର ୨୪ ଘଣ୍ଟା କାମ କରିବ।

Related image

ଏହି ମେସେଜିଂ ସେବା ଆପଣଙ୍କ ଫାସ୍‌ଟ୍ୟାଗ୍‌ ଆକାଉଣ୍ଟର ବାଲାନ୍ସ କମ୍‌ ଥିଲେ ମଧ୍ୟ ମେସେଜ୍‌ ମାଧ୍ୟମରେ ସୂଚନା ଦେବ। ବର୍ତ୍ତମାନ ପର୍ଯ୍ୟନ୍ତ ୧.୧୫ କୋଟିରୁ ଊର୍ଦ୍ଧ୍ୱ ଫାସ୍‌ଟ୍ୟାଗ୍‌ ଜାରି କରାଯାଇସାରିଲାଣି। ହାଇୱେରୁ ଗହଳି ହଟାଇବା ପାଇଁ ସରକାରଙ୍କ ତରଫରୁ ଏହି ନୂତନ ନିୟମ ପ୍ରଣୟନ କରାଯାଇଛି। ଏହି ଫାସ୍‌ଟ୍ୟାଗ୍‌ ଲାଗୁ ହେବା ପରେ ଡିସେମ୍ବର ମାସରେ ୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର ହୋଇଥିଲା। ଏନ୍‌ଏଚ୍‌ଏଆଇ ମୁତାବକ ବର୍ତ୍ତମାନ ପ୍ରତିଦିନ ୧ ଲକ୍ଷରୁ ଊର୍ଦ୍ଧ୍ୱ ଫାସ୍‌ଟ୍ୟାଗ୍‌ ବିକ୍ରି ହେଉଛି।

Related image

ତେବେ ଖୁବ୍‌ଶୀଘ୍ର ଏହି ଫାସ୍‌ଟ୍ୟାଗ୍‌ର ବ୍ୟବହାର ଟୋଲ ଟ୍ୟାକ୍ସ ପେମେଣ୍ଟ ବ୍ୟତୀତ ତେଲ ଭରିବା ବେଳେ ପେମେଣ୍ଟ ଓ ଯାନବାହାନ ପାର୍କିଂ ଚାର୍ଜ ଦେବା ପାଇଁ ମଧ୍ୟ କରାଯିବ। ଏହାର ଆରମ୍ଭ ହାଇଦ୍ରାବାଦ ଏୟାରପୋର୍ଟରୁ ହୋଇସାରିଲାଣି। ସେଠାରେ କାର ପାର୍କିଂ ସମେତ ଅନ୍ୟାନ୍ୟ ଚାର୍ଜର ପେମେଣ୍ଟ ଫାସ୍‌ ଟ୍ୟାଗ୍‌ ଜରିଆରେ କରାଯାଉଛି। ଏହି ଫାସ୍‌ଟ୍ୟାଗ୍‌ ୨.୦ ଭାବେ ଜଣାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.