କମ ଖର୍ଚ୍ଚରେ ଅଧିକ ରେଞ୍ଜ ଦେଉଥିବା ପ୍ରଥମ ଇଲେକଟ୍ରିକ ବାଇକ, ଖୁବ ଶୀଘ୍ର ହେବ ବଜାର ପ୍ରବେଶ, ଜାଣନ୍ତୁ ତାରିଖ

କୋମାକି ଇଲେକଟ୍ରିକ ବାଇକ କମ୍ପାନୀ ନିଜ ୱେବସାଇଟରେ ପ୍ରଥମ ଥର ଭାବେ ଦମଦାର ଇଲେକଟ୍ରିକ ବାଇକ ସୋ କରିଛି । ଯାହାର ଅପେକ୍ଷା ଅନେକ ସମୟ ଧରି ରହିଥିଲା । ଏହା ଭାରତର ଇଲେକଟ୍ରିକ ମୋଟର ସାଇକେଲ । କମ୍ପାନୀ ଆଗାମୀ ୧୬ ତାରିଖରେ ଏହି ବାଇକର ଦାମ ସମ୍ପର୍କରେ ସୂଚନା ଦେବ । ଗ୍ରାହକଙ୍କ ପସନ୍ଦକୁ ଧ୍ୟାନରେ ରଖି କୋମାକି ରେଞ୍ଜର ଇଲେକଟ୍ରିକ ବାଇକ ଟିପିକାଲ କ୍ରୁଜର ଡିଜାଇନରେ ତିଆରି ହୋଇଛି । ଏହା ଦେଖିବାକୁ ଖୁବ ଆକର୍ଷଣୀ ହୋଇଥିବା ବେଳେ ଏହା ପ୍ରାୟତଃ ବଜାଜ୍ ଆଭ୍ୟେଞ୍ଜର ଭଳି ଦେଖାଯାଉଛି ।

ଏଥିରେ କ୍ରୋମ ଗାର୍ନିଶ ଦିଆଯାଇଛି । ଏହାସହ ବାଇକକୁ ରେଟ୍ରୋ ଷ୍ଟାଇଲର ଲୁକ ଦିଆଯାଇଛି । ଏଥିରେ ହାଣ୍ଡଲ୍ୟାମ୍ପ ସହିିତ ରେଟ୍ରୋ ଥିମର ସାଇଡ ଇଣ୍ଡିକେଟର୍ସ ମଧ୍ୟ ଲଗାଯାଇଛି । ଏହାର ବ୍ୟାକ ସାଇଡରେ ବସିବା ପାଇଁ ଆରାମ ଦାୟକ ବ୍ୟାକରେଷ୍ଟ ଲଗାଯାଇଛି । ବାଇକର ଦୁଇ ସାଇଡରେ ଶକ୍ତ ପେନିୟର୍ସ ଲଗାଯାଇଛି । ଯାହାଦ୍ୱାରା ଲମ୍ବା ଯାତ୍ରାରେ କୌଣସି ସମସ୍ୟା ହେବ ନାହିଁ । ତେବେ ମୋଟ ରୂପେ ଏହା ଗ୍ରାହକଙ୍କୁ ସୁହାଇଲା ଭଲି ତିହାରି କରାଯାଇଛି ।

bike
pc:talkaaj

ଏଥିରେ ୪ କିଲୋୱାଟର ବ୍ୟାଟେରୀ ଦିଆଯାଇଛି । ଯାହା ୫ହଜାର ୱାଟର ମୋଟର ସହିତ ଆସିବ । କମ୍ପାନୀର କହିବା ଅନୁଯାୟୀ ଏହାକୁ ଥରେ ଚାର୍ଜ କଲେ ଏହା ସିଧା ୨୫୦ କିଲୋମିଟର ଯିବ । ଏହା ଭାରତର ସବୁଠୁ ଅଧିକ ରେଞ୍ଜ ଥିବା ଇଲେକଟ୍ରିକ ମୋଟର ବାଇକ ହେବାକୁ ଯାଉଛି । ଏହା ଯେକୌଣସି ରାସ୍ତାରେ ଖୁବ ସହଜରେ ଯାଇପାରିବ । ଏବେ କେବଳ ଏହାର ଦାମ୍ କୁ ନେଇ ସମସ୍ତଙ୍କ ଅପେକ୍ଷା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.