ଘରେ ବସି ଏମିତି ସହଜ ଉପାୟରେ ଖୋଲିପାରିବେ ନୂଆ ସେଭିଂସ୍ ଆକାଉଣ୍ଟ, ରହିବନାହିଁ KYC ଚିନ୍ତା

କରୋନା ଭାଇରସ ସଂକଟକୁ ଦେଖି ପ୍ରାଇଭେଟ ସେକ୍ଟରର କୋଟକ ମହିନ୍ଦ୍ରା ବ୍ୟାଙ୍କ ଗ୍ରାହକଙ୍କ KYC ପାଇଁ ନିଜର ଏକ ନୂଆ ପ୍ରୟୋଗ ବାହାର କରିଛି। କୋଟକ ମହିନ୍ଦ୍ରା ବ୍ୟାଙ୍କ ସୋମବାର ଜଣାଇଛି ଯେ ଭିଡ଼ିଓ ବେସଡ KYC ର ସାହାରା ନିଆଯାଇଛି। ଯାହାଦ୍ୱାରା କୌଣସି ବି ସ୍ଥାନରେ ଗ୍ରାହକଙ୍କୁ ଆକାଉଣ୍ଟ ଖୋଲିବାରେ ସହଜ ହୋଇପାରିବ।

ଚଳିତ ବର୍ଷ ଆରମ୍ଭରେ ହିଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଭିଡ଼ିଓ ବେସଡ KYC ପ୍ରକ୍ରିୟାକୁ ପୂରା କରିବା ପାଇଁ ଡିଟେଲ ଗାଇଡ଼ଲାଇନ ଜାରି କରିଥିଲେ। ଏହାପୂର୍ବରୁ ବ୍ୟାଙ୍କକୁ ରିମୋର୍ଟ ଏରିଆରେ ଆକାଉଣ୍ଟ ଖୋଲିବା ପାଇଁ ଆଧାର ଡାଟା ଉପରେ ନିର୍ଭର କରିବାକୁ ପଡୁଥିଲା।

bankଭିଡ଼ିଓ ମାଧ୍ୟମରେ କେମିତି ପୂରା ହେବ KYC

ଭିଡ଼ିଓ କନଫେରେନ୍ସିଂ KYC ସିଷ୍ଟମ ଦ୍ୱାରା କୋଟକ ମହିନ୍ଦ୍ରା ବ୍ୟାଙ୍କରେ ‘Kotak 811 savings account’ ଖୋଲବା ପାଇଁ ଗ୍ରାହକଙ୍କୁ ଆଧାର ଏବଂ ପାନ କାର୍ଡ ଦେବାକୁ ହେବ। ବ୍ୟାଙ୍କ ନିଜ ବୟାନରେ ଜଣାଇଛି ଯେ ଏହି ସୁବିଧା କେବଳ ସେଭିଂସ୍ ଆକାଉଣ୍ଟ ପାଇଁ ପାଇଲଟ ବେସିସ ହୋଇପାରିବ।

ଏଥିପାଇଁ ସର୍ବ ପ୍ରଥମେ ଗ୍ରାହକଙ୍କୁ ବ୍ୟାଙ୍କର ଅଫିସିଆଲ ୱେବସାଇଟକୁ ଯାଇ ନୂଆ ଆକାଉଣ୍ଟ ଖୋଲିବା ପାଇଁ ରିକ୍ୱେଷ୍ଟ ଭରିବାକୁ ପଡୁଥିଲା। ଏହାପରେ ଯାଇ ବ୍ୟାଙ୍କ ଜଣେ ଅଫିସିଆଲ ଗ୍ରାହକଙ୍କ ସହିତ ଭିଡ଼ିଓ କଲରେ KYC ପ୍ରକ୍ରିୟା ପୁରା କରିବ। ବ୍ୟାଙ୍କ ଜଣାଇଛି ଏହି ପୂରା ଭିଡ଼ିଓକୁ ସେଭ କରାଯିବ। ଏହାପୂର୍ବରୁ ଗ୍ରାହକ ଆଧାର ନମ୍ବର ସାହଯ୍ୟରେ ଚିହ୍ନଟ କରୁଥିଲା, ତାପରେ ଯାଇ KYC ଅବଶ୍ୟକକୁ ପୂରା କରାଯାଉଥିଲା।

କଣ ରହିଛି ସର୍ତ୍ତ

accountsବ୍ୟାଙ୍କ ଜଣାଇଛି ଯେ ଏହି ସୁବିଧାର ଲାଭ ଭାରତରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ହିଁ ଉପଲବ୍ଧ ହେବ। ଏହାସହିତ ବ୍ୟାଙ୍କ ଏହା ମଧ୍ୟ ଜଣାଇଛି ଯେ କୋଟକ ମହିନ୍ଦ୍ରା ବ୍ୟାଙ୍କର ନୂଆ ଗ୍ରାହକ ମଧ୍ୟ ଏହି ସୁବିଧାର ଲାଭ ନେଇପାରିବେ।

ଗେମ ଚେଞ୍ଜର ପ୍ରମାଣିତ ହୋଇପାରେ ଭିଡ଼ିଓ KYC

ଗ୍ରାହକଙ୍କ ଭେରୀଫିକେସନ ପାଇଁ ଭିଡ଼ିଓ KYC ଗେମ ଚେଞ୍ଜର ପ୍ରମାଣିତ ହୋଇପାରେ। ଗ୍ରାହକ ଘରେ ବସି ହିଁ KYC ପ୍ରକ୍ରିୟା ପୂରା କରିପାରିବେ। ଏଥିପାଇଁ ଗ୍ରାହକଙ୍କୁ ବ୍ୟାଙ୍କ ଯିବାକୁ ପଡିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.