ଗ୍ରାହକଙ୍କ ପାଇଁ ଫେଷ୍ଟିଭ୍‌ ଅଫର ନେଇ ଆସିଛି କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ, ଦେଉଛି ଏସ୍‌ବିଆଇ ଭଳି ଅଫର

ଆରମ୍ଭ ହୋଇଛି ପାର୍ବଣ ଋତୁ। ଏହାକୁ ଦୃଷ୍ଟିରେ ରଖି ଦେଶର ଘରୋଇ ଓ ସରକାରୀ ବ୍ୟାଙ୍କ ଗ୍ରାହକଙ୍କ ଧ୍ୟାନ ଆକର୍ଷଣ କରିବାକୁ ବିଭିନ୍ନ ପ୍ରକାରର ଅଫର ଦେଉଛନ୍ତି। ଏଅବସରରେ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ଏକ ଅଫର ଲଞ୍ଚ୍‌ କରିଛି। ଘରୋଇ ବ୍ୟାଙ୍କ କୋଟାକ୍‌ ମହିନ୍ଦ୍ରା ହୋମ୍‌ ଲୋନ୍‌ରେ ସୁଧହାର କମାଇ ୭ ପ୍ରତିଶତ କରି ଦେଇଛି। ଏହା ବଜାରର ସବୁଠୁ ଅଧିକ ଅଂଶଧନ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସହ ସମାନ। କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଏହି ଅଫରର ନାଁ ରଖିଛି ‘ଖୁସି କା ସିଜନ୍‌’।

Kotak2

ଖୁସି କା ସିଜନ୍‌ ଅଫରରେ ଲୋନ୍‌ ଉପରେ ପ୍ରୋସେସିଂ ଶୁଳ୍କରେ ଛାଡ଼ ବ୍ୟତୀତ ରିଟେଲ ଓ ଏଗ୍ରୀ ଲୋନ୍‌ ଉତ୍ପାଦ ଉପରେ ଜଲଦି ଅନ୍‌ଲାଇନ୍‌ ମଞ୍ଜୁରୀ ରହିଛି। କୋଟାକ୍‌ ବ୍ୟାଙ୍କ ନିଜ କଷ୍ଟମରଙ୍କୁ ସେଭିଂ ଆକାଉଣ୍ଟ, ଡେବିଟ୍‌-କ୍ରେଡିଟ୍‌ କାର୍ଡ ଓ ନୋ କଷ୍ଟ ଇଏମ୍‌ଆଇ ପେମେଣ୍ଟ ପାଇଁ ମଧ୍ୟ ଅଫର ଦେଉଛନ୍ତି।

ଆମାଜନ୍‌ ଓ ଫ୍ଲିପ୍‌କାର୍ଟ ସହ ମିଶି କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଏହି ଅଫର ଦେଉଛି। ଏହି ଅଫର କୋଟାକ୍‌ର ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡଧାରୀଙ୍କ ପାଇଁ ଲାଗୁ ହେବ। କୋଟାକ୍‌ ନିଜ ଡେବିଟ୍‌-କ୍ରେଡିଟ୍‌ କାର୍ଡ, ନେଟ୍‌ ବ୍ୟାଙ୍କିଂ ଓ ମୋବାଇଲ ବ୍ୟାଙ୍କିଂ ଚ୍ୟାନେଲ ଜରିଆରେ ପେମେଣ୍ଟ ଉପରେ ଆକର୍ଷକ ଡିଲ୍‌ ଦେଉଛି। ଏହି ଅଫର ଆସନ୍ତା ମାସ ଯାଏଁ ରହିବ ବୋଲି ବ୍ୟାଙ୍କର ଅଧ୍ୟକ୍ଷ ଶାନ୍ତି ଏକମ୍ବରମ୍‌ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.