ବ୍ୟବସାୟ ଓ ଅର୍ଥନୀତି

ଭାରତରେ ଲଞ୍ଚ ହେଲା KTM 250 ଆଡଭେନ୍ଚର ବାଇକ, ରୟାଲ ଏନଫିଲ୍ଡ ହିମାଲୟନ ଏବଂ BMW G310 GS କୁ ଦେବ ଟକ୍କର

ରେସିଙ୍ଗ ବାଇକ ନିର୍ମାତା କେଟିଏମ୍ (KTM) କମ୍ପାନୀ KTM 250 ଆଡଭେନ୍ଚରକୁ ଭାରତରେ ଲଞ୍ଚ୍‌ କରିଦେଇଛି। ଏହାର ଏକ୍ସ ସୋ ରୁମର ମୂଲ୍ୟ ୨.୪୮ ଲକ୍ଷ ରହିଛି। ସେହିପରି ଏହି ବାଇକ୍କୁ କେଟିଏମ୍ ୩୯୦ ଆଡଭେନ୍ଚର ପ୍ଲାଟଫର୍ମରେ ପ୍ରସ୍ତୁତ କରାଯାଇଛି। ଅଲ୍ ନିୟୁ କେଟିଏମ୍ 250 ଆଡଭେନ୍ଚର ଏକ Travel-enduro ମୋଟର ସାଇକେଲ । ଏହି କେଟିଏମ୍ 250 ର ଲୁକ୍ 390 ପରି ହୋଇଛି । କିନ୍ତୁ ଦୁଇଟି ବାଇକ୍ର ଇଞ୍ଜିନ ଏବଂ କଲ୍ର ମଧ୍ୟରେ ଭିନ୍ନତା ରହିଛି। କେଟିଏମ୍ 250 ଆଡଭେନ୍ଚର ବ୍ଲାକ ଏବଂ ଅରେଞ୍ଜ କଲରରେ ଲଞ୍ଚ କରାଯାଇଛି।

କେଟିଏମ୍ 250 ଆଡଭେନ୍ଚରର ଇଞ୍ଜିନ ଏବଂ ଫିଚର :

• ବାଇକ୍‌ରେ 248cc ସିଙ୍ଗଲ ସିଲେଣ୍ଡର ଲିକ୍ୱିଡ କୁଲ ଇଞ୍ଜିନ ଦିଆଯାଇଛି। ଏହି ଇଞ୍ଜିନ 30hp ରେ ୯୦୦୦ ପାଓ୍ଵାର ଏବଂ 24 Nm ରେ 7500 rpm ର ଟାର୍କ ଜେନେରେଟ କରିଥାଏ । ଏହା ସହିତ ଇଞ୍ଜିନକୁ ୬ ସ୍ପିଡ ଗିଅର ବାଇକ ସହିତ ଜୋଡା ଯାଇଥିବା ବେଳେ ବାଇକରେ ୧୪.୫ ଲିଟର କାପାସିଟି ଯୁକ୍ତ ପେଟ୍ରୋଲ ଟାଙ୍କି ଦିଆଯାଇଛି।

• ବାଇକ୍‌ରେ ଜିପିଏସ ବ୍ରେକେଟ, ରେଡିଏଟର ପ୍ରୋଟେକ୍ସନ ଗ୍ରିଲ, କ୍ରେସ ବଙ୍ଗସ୍, ହେଡ ଲ୍ୟାମ୍ପ ପ୍ରୋଟେକ୍ସନ ଓ ହ୍ୟାଣ୍ଡଲବାର ପ୍ୟାଡ୍ସ, ଆଣ୍ଟି ଲକ୍ ବ୍ରେକିଙ୍ଗ ସିଷ୍ଟମ୍ ସାମିଲ ରହିଛି । ଏହା ସହିତ ଏଥିରେ 320 ର ଫ୍ରଣ୍ଟ ଡିସ୍କ ବ୍ରେକ ଏବଂ 230MM ରିୟର ଡିସ୍କ ବ୍ରେକ ମଧ୍ୟ ସାମିଲ ରହିଛି।

• ଆଡଭେନ୍ଚର ସିରିଜର ଏହି ବାଇକ୍‌କୁ ସାଧାରଣ ସଡ଼କ ଠାରୁ ଆରମ୍ଭ କରି କାଦୁଅ ମାଟି ଭଳି ସମସ୍ତ ପ୍ରକାର ରାସ୍ତାରେ ଚଲାଇ ପାରିବେ।

• ତେବେ ଭାରତୀୟ ଅଟୋ ବଜାରରେ କେଟିଏମ୍ 250 ଆଡଭେନ୍ଚରର ମୁକାବିଲା ରୟାଲ ଏନଫିଲ୍ଡ ହିମାଲିୟନ ସହିତ ହେବ। ରୟାଲ ଏନଫିଲ୍ଡର ମୂଲ୍ୟ ୧.୯୧ ଠାରୁ ୧.୯୫ ଲକ୍ଷ ମଧ୍ୟରେ ରହିଛି। ଏହା ସହିତ ୨.୮୫୫ ଲକ୍ଷ ମୂଲ୍ୟର BMW G 310 GS କୁ ମଧ୍ୟ ଏହା ଟକ୍କର ଦେବ ବୋଲି କମ୍ପାନୀ କହିଛି ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

25 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

34 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago