୩୦ ଜାନୁଆରୀରେ ଲଞ୍ଚ ହେବ KTM ର ଏହି ଦମଦାର୍ ବାଇକ୍, ସୋସିଆଲ୍ ମିଡିଆ ପୋଷ୍ଟରେ ହେଲା ଭାଇରାଲ୍

KTM ଇଣ୍ଡିଆ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ନିଜର ନୂଆ ବାଇକର ଝଳକ ଧେଖାଇଛି । ଏହା ସହିତ ମୋଟରସାଇକେଲର ଲଞ୍ଚ ଡେଟ୍ ମଧ୍ୟ ପ୍ରକାଶ ପାଇଛି । ଆସନ୍ତା କାଲି ଅର୍ଥାତ୍ ଜାନୁଆରୀ ୩୦ ରେ ଭାରତୀୟ ବଜାରରେ KTM 390 Adventure S ଲଞ୍ଚ ହେବାକୁ ଯାଉଛି । ବାଇକ୍ ଲଞ୍ଚ ହେବା ସହିତ କମ୍ପାନୀ ଏହି ମୋଟରସାଇକେଲର ଫିଚର୍ସ ବିଷୟରେ ଇନଫରମେସନ୍ ଦେବାକୁ ଯାଉଛି ।
KTM 390 Adventure :
KTM ର ନୂଆ 390 Adventure ରେ ତିନୋଟି ଭ୍ୟାରିଆଣ୍ଟରେ ସାମିଲ୍ କରାଯାଇଛି ଯାହା ରହିଛି- base X, middle S ଏବଂ top R । ଏଥି ସହିତ KTM ଇଣ୍ଡିଆ ମଧ୍ୟ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଭାରତରେ KTM 390 Adventure S ର ଏଲାନ୍ ମଧ୍ୟ କରିଛି । କମ୍ପାନୀ ପ୍ରଥମେ ଏହି ମୋଟରସାଇକେଲକୁ IBW ଫେଷ୍ଟିଭାଲରେ ରିବଲ କରିଥିଲା । କିନ୍ତୁ ଏହାର ସ୍ପେସିଫିକେସନ୍ ବିଷୟରେ କୈଣସି ଇନଫରମେସନ୍ ସେୟାର ହୋଇନଥିଲା ।
KTM ର ନୂଆ ବାଇକକୁ ଦେଖିଲେ ଏହା ଦର୍ଶାଏ ଯେ ଏହାକୁ ଏକ ନୂଆ ଲୁକ୍ ଦିଆଯାଇଛି । ଏହାର ବଡ଼ି ବହୁତ୍ ସ୍ଲିମ୍ ହୋଇଛି । KTM ର ନୂଆ ବାଇକ୍ ଆଙ୍ଗୁଲାର୍ ଷ୍ଟାଇଲିଂ ସହିତ ଆସିପାରେ । ଏହାର ଷ୍ଟାଣ୍ଡାର୍ଡ ମଡେଲରେ ହିଁ କ୍ରୁଜ୍ କଣ୍ଟ୍ରୋଲର ଫିଚର ଦିଆଯାଇଛି । ବାଇକରେ ୨୧/୨୭ ଇଞ୍ଚର ଟ୍ୟୁବଲେସ୍ ୱାୟାର-ସ୍ପୋକେଡ୍ ରିମ୍ ସହିତ ଲ୍ୟାସ୍ ହୋଇପାରେ । ଏହା ସହିତ ଟାୟାରର ଉଭୟ ପାର୍ଶ୍ବରେ ଆଡଜେଷ୍ଟେବଲ୍ ସସପେନ୍ସନ ଦିଆ ଯାଇପାରିବ । ଏହି ନୂଆ ମୋଟର ସାଇକେଲରେ KTM 390 Duke ପରି ୫-ଇଞ୍ଚ TFT ଡିସପ୍ଲେ ମିଳିପାରିବ ।
KTM ବାଇକର ପ୍ରାଇସ୍ :
KTM ର ନୂଆ ମୋଟରସାଇକେଲରେ ଉନ୍ନତ ରାଇଡିଂ ମୋଡ୍ ଦିଆଯାଇଛି ଯାହା ରହିଛି- traction control ଏବଂ switchable ABS ର ଫିଚର ମଧ୍ୟ ଦିଆଯାଇପାରେ । ଭାରତୀୟ ବଜାରରେ ଥିବା ମିଡିଲ୍ ୩୯୦ ଆଡଭେଞ୍ଚର ଭ୍ୟାରିଆଣ୍ଟର ଏକ୍ସ-ସୋରୁମ୍ ପ୍ରାଇସ୍ ୩.୪୨ ଲକ୍ଷ ଟଙ୍କା ରହିଛି ।