ବିମାନରେ ହନିମୁନ୍ ସୁଇଟ୍ … ମଝି ଆକାଶରେ ରୋମାନ୍ସ କରିବା ସୁଯୋଗ ଦେଉଛି ଏହି ଏୟାରଲାଇନ୍ସ

ମଝି ଆକାଶରେ ଦମ୍ପତିଙ୍କୁ ରୋମାନ୍ସ କରିବା ସୁବିଧା ଦେଉଛି ଏୟାରଲାଇନ୍ସ। ଆମେରିକାର ଏକ ବିମାନ କମ୍ପାନୀ ଧନୀ ଦମ୍ପତିଙ୍କୁ ଆକାଶରେ ସମ୍ବନ୍ଧ ରଖିବା ସୁଯୋଗ ପ୍ରଦାନ କରୁଛି। ଲଭ୍ କ୍ଲାଉଡ୍ ଜେଟ୍ ଚାର୍ଟର ନାମକ ଏହି କମ୍ପାନୀ ଏହି ନୂତନ ସେବା ଯୋଗାଉଛି। ଏହି ସର୍ଭିସ ପାଇଁ ଏୟାରଲାଇନ୍ସ ପକ୍ଷରୁ ୯୯୫ ଆମେରିକୀୟ ଡଲାର ବା ପାଖାପାଖି ୭୩ ହଜାର ଟଙ୍କା ନିଆଯାଉଛି। ଇଚ୍ଛୁକ ଦମ୍ପତି ୭୩ ହଜାର ଟଙ୍କା ଦେଇ ୪୫ ମିନିଟ୍ ପାଇଁ ଏହି ସୁଯୋଗର ଫାଇଦା ନେଇପାରିବେ।

ଏୟାରଲାଇନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ବିମାନକୁ ନୂଆ ଟେକ୍ନିକ ବ୍ୟବହାର କରି ତିଆରି କରାଯାଇଛି। ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଆଗ ପଟେ ପାଇଲଟ ଚାମ୍ବର୍ ଥିବା ବେଳେ ପଛପଟେ କପଲଙ୍କ ପାଇଁ ବିଳାସପୂର୍ଣ୍ଣ ବେଡ଼ରୁମ ରହିଛି। ଏଠାରେ ଦମ୍ପତି ପ୍ରାଇଭେଟ ଟାଇମ୍ ବିତାଇ ପାରିବେ। ଏହି ବିମାନ ଯାତ୍ରା ୪୫ ମିନିଟର ରହିଛି। କିନ୍ତୁ ଯଦି ଯାତ୍ରୀ ଚାହିଁବେ ଦେଢ଼ ଘଣ୍ଟା ମଧ୍ୟ ରହିପାରିବେ। ଏଥିପାଇଁ ପାଖାପାଖି ଲକ୍ଷେ ଟଙ୍କା ଦେବାକୁ ପଡ଼ିବ।

ବିମାନ ଟେକଅଫ୍ କରିବାର ୨ ମିନିଟ ପରେ କପଲ ନିଜ ସିଟ ବେଲ୍ଟ ଖୋଲିପାରିବେ। ଏହାର ପଛପଟେ ଥିବା ବେଡ଼ରୁମରେ ଦମ୍ପତି ଏକ ନିଆରା ମଜା ଉଠାଇପାରିବେ। ଏନେଇ ବିମାନର ପାଇଲଟ କହିଛନ୍ତି, ମୋତେ ଶାରୀରିକ ସମ୍ପର୍କ ଖୁବ ପସନ୍ଦ। କିନ୍ତୁ ତା ଠୁ ଅଧିକ ପସନ୍ଦ ଆକାଶରେ ଉଡ଼ିବା। ଏହି ବିମାନରେ ୬ ଜଣ ବସିବା ଭଳି ସୁବିଧା ଅଛି।

ପାଇଲଟଙ୍କ କହିବାନୁସାରେ, ନବ ବିବାହିତ ଯୋଡ଼ି ଏହି ବିମାନ ଯାତ୍ରା କରିବାକୁ ଅଧିକ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି। ସାଥିଙ୍କ ସହ ନୂଆ ଅନୁଭବ ପାଇଁ ଏହି ବିମାନ ଯାତ୍ରା କରିବାକୁ ବହୁତ ଲୋକ ପୂର୍ବରୁ ହିଁ ଟିକେଟ ବୁକ କରୁଥିବା ପାଇଲଟ କହିଛନ୍ତି। ତେବେ ଏଇ କିଛି ଦିନ ହେବ ବୟସ୍କ ଦମ୍ପତି ମଧ୍ୟ ଏହି ଟ୍ରିପରେ ନିଜକୁ ସାମିଲ କରୁଛନ୍ତି ବୋଲି କହିଛନ୍ତି ପାଇଲଟ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.