ଜୁଲାଇ ୩୧ ତାରିଖ ସୁଦ୍ଧା ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବ, ନହେଲେ ଗଣିବେ ଜରିମାନା

ନୂଆଦିଲ୍ଲୀ: ଆୟକର ବିଭାଗ ନଜର‌ରେ ରିଟର୍ଣ୍ଣ ଦାଖଲ କରୁ ନଥିବା ବ୍ୟକ୍ତି । ଏବେ ରିଟର୍ଣ୍ଣ ଦାଖଲ କରୁନଥିବା ବ୍ୟକ୍ତିଙ୍କ ଠାରୁ ଆଦାୟ ହେବ ଜରିମନା । ହଁ ଆଜ୍ଞା ଆସନ୍ତା ଜୁଲାଇ ୩୧ ତାରିଖ ହେଉଛି ଆୟକର ଦାଖଲର ଶେଷ ତାରିଖ । ପ୍ରତ୍ୟେକ ଆର୍ଥିକ ବର୍ଷରେ ଆପଣଙ୍କୁ ନିଜ ଆୟ ବିଷୟରେ ସରକାରଙ୍କୁ ସୂଚନା ଦେବାକୁ ପଡିଥାଏ । ତେଣୁ ଆୟକର ବିଭାଗରେ ଦାଖଲ କରିବାକୁ ପଡ଼ିଥାଏ ଏ ସମ୍ପର୍କିତ ସୂଚନା । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆୟକର ରିଟର୍ଣ୍ଣ ଦାଖଲ ନ କଲେ ଜରିମାନା ଦେବାକୁ ପଡିବ । ତେବେ ପ୍ରଥମେ ଜାଣିବାକୁ ହେବ କେଉଁମାନେ ଆୟକର ଦେବେ । କାରଣ ଭିନ୍ନ ଭନ୍ନ ଆୟ ପାଇଁ ଭିନ୍ନ ପ୍ରକାରର ସ୍ଲାବ୍ ରହିଛି । ସେହି ଅନୁଯାୟୀ ଆପଣ ରିଟର୍ଣ୍ଣ ଦାଖଲ କରିବେ ।

ସମୟସୀମା ମଧ୍ୟରେ ଆୟକର ଦାଖଲ ନକଲେ ଗଣିବାକୁ ପଡିବ ଜରିମାନା:

ତେବେ ସୂଚନା ମୁତାବକ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରିଟର୍ଣ୍ଣ ଦାଖଲ କରିବାକୁ ହେବ । ସମୟସୀମା ମଧ୍ୟରେ ଆୟକର ଦାଖଲ ନକଲେ ଗଣିବାକୁ ପଡିବ ଜରିମାନା । ବାର୍ଷିକ ଆୟ ୫ ଲକ୍ଷରୁ କମ୍ ଥିଲେ ୧ ହଜାର ଟଙ୍କା ଜରିମାନା । ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ ଅଧିକ ଥିଲେ ୫ ହଜାର ଟଙ୍କା ଜରିମାନା । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବିଳମ୍ବିତ ଆୟକର ଦାଖଲ କରି ହେବ । ନିଜ ଆୟ ସମ୍ପର୍କରେ ଲୁଚାଇଲେ କାର୍ଯ୍ୟାନୁଷ୍ଠାନ ନେବ ଆୟକର ବିଭାଗ ।

ଆସନ୍ତୁ ଜାଣିବା କେଉଁମାନେ ଆକର ରିଟର୍ଣ୍ଣ ଦାଖଲ କରିବେ:

ଦରମା ପାଉଥିବା, ଘର ସମ୍ପତ୍ତିରୁ ଆୟ, ଫ୍ୟାମିଲି ପେନସନ୍, କୃଷି ଜନିତ ଆୟ କିମ୍ବା ଅନ୍ୟ କୌଣସି ସୂତ୍ରରୁ ୫୦ ହଜାର ଟଙ୍କା ଲେଖାଏଁ ଆୟ କରୁଥିବା ବ୍ୟକ୍ତି ଆୟକର ରିଟର୍ଣ୍ଣ ଦାଖଲ କରିବେ । ସେଭିଂସ ଆକାଉଣ୍ଟ ଓ ଫକ୍ସଡ ଡିପୋଜିଟ୍ ସୁଧ ଉପରେ ମଧ୍ୟ ଆୟକର ଦେବାକୁ ହେବ ।

ତେବେ କେଉଁମାନେ ଏହି ଆୟକର ଦାଖଲ କରିବେ ନାହିଁ ଜାଣିଛନ୍ତି? ଯଦି ଜାଣିନାହାନ୍ତି ଆସନ୍ତୁ ଜାଣିବା ୭୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼େ ନାହିଁ । ସେହିପରି ଅଢ଼େଇ ଲକ୍ଷରୁ କମ୍ ବାର୍ଷିକ ଆୟ ଥିବା ବ୍ୟକ୍ତ ରିଟର୍ଣ୍ଣ ଦାଖଲ କରିବେ ନାହିଁ । ୬୦ରୁ ୮୦ ବର୍ଷ ବୟସର ବ୍ୟକ୍ତିଙ୍କୁ ୩ ଲକ୍ଷ ଆୟ ପର୍ଯ୍ୟନ୍ତ ଆୟକର ଛାଡ଼ ।