ଫେବୃଆରୀ ୧୭ ଭାରତରେ ଲଞ୍ଚ ହେବ Audi RS Q8 facelift,ବୋଲ୍ଡ ଡିଜାଇନ୍ ସହ ମିଳିବ ଅନେକ ଆଡଭାନ୍ସ ଫିଚର୍ସ

ଭାରତରେ Audi RS Q8 facelift ର ଲଞ୍ଚ ଡେଟ୍ ଘୋଷଣା କରାଯାଇଛି । ଏହା ଫେବୃଆରୀ ୧୭, ୨୦୨୫ ଭାରତରେ ଲଞ୍ଚ ହେବ । ଏହା ପୂର୍ବ ମଡେଲ୍ ଅପେକ୍ଷା ଉନ୍ନତ ହେବାକୁ ଯାଉଛି । ଏହାର ନୂଆ ଭର୍ସନରେ ଏକ୍ସଟେରିୟର ଏବଂ ଇଣ୍ଟେରିୟର ଡିଜାଇନରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଫେସେଲିଫ୍ଟ ଭର୍ସନରେ ଏକ ବଡ଼ ଇଞ୍ଜିନ୍ ଦେଖିବାକୁ ମିଳିବ, ଯାହା ଅଧିକ ପାୱାର ଦେବ । ଆସନ୍ତୁ ଜାଣିବା କେଉଁ ଫିଚର୍ସ ସହିତ Audi RS Q8 Performance ଭାରତରେ ଲଞ୍ଚ ହୋଇପାରିବ ।
ଏକ୍ସଟିରିୟର୍ : (Audi RS Q8 facelift Designs)
ବର୍ତ୍ତମାନ ଚାଲିଥିବା ମଡେଲ୍ ତୁଳନାରେ Audi RS Q8 facelift ଏକ ବୋଲ୍ଡ ଡିଜାଇନ୍ ଦେଖିବାକୁ ମିଳିବ । ଏଥିରେ ଅପଡେଟେଡ୍ 3D ହନିକମ୍ବ ପ୍ୟାଟର୍ନ ସହିତ ନୂଆ ବ୍ଲାମ୍ ଗ୍ରୀଲ୍, ଫ୍ରଣ୍ଟ ଲିପରେ କାର୍ବନ ଫାଇବର ଏଲିମେଣ୍ଟ ଏବଂ ଏୟାର ଭେଣ୍ଟସ୍ ଦେଖିବାକୁ ମିଳିବ । ଡ୍ରାଇଭିଂ ସମୟରେ ଉନ୍ନତ ଭିଜିବିଲିଟି ପାଇଁ LED matrix headlights ଏବଂ OLED tail lights ମଧ୍ୟ ଦିଆଯାଇପାରିବ । ଏଥିରେ ୨୨-ଇଞ୍ଚର ଆଲଏ ହୁଇଲ୍ ସହିତ ୨୩-ଇଞ୍ଚର ହୁଇଲ୍ ଅପ୍ସନ ମଧ୍ୟ ମିଳିପାରିବ ।
ଇଣ୍ଟିରିୟର :
Audi RS Q8 Performance ର କ୍ୟାବିନରେ ଏଖ ନୂଆ ଡିଜାଇନ୍ ଦେଖିବାକୁ ମିଳିପାରିବ । ଏହା ସ୍ପୋର୍ଟ ସିଟ୍ ପ୍ଲସ୍ ସହିତ ଆସିପାରେ, ଯାହା ରେସ୍-ଟେକ୍ସ ଅପହୋଲଷ୍ଟେରୀ ସହିତ ଏକ୍ସଟ୍ରା ସପୋର୍ଟ ଏବଂ ଆରାମଦାୟକ ହେବ । ଏଥିରେ ଡୁଆଲ୍-ସ୍କ୍ରିନ୍ ସେଣ୍ଟର କନସୋଲ୍ ସହିତ RS ଡ୍ରାଇଭ୍ ମୋଡ୍ (Audi RS Q8 advanced features) ପର୍ଯ୍ୟନ୍ତ ଦେଖିବା ପାଇଁ ମିଳିପାରିବ । ଏଥିରେ ୪-ଜୋନ୍ କ୍ଲାଇମେଟ୍ କଣ୍ଟ୍ରୋଲ୍ ଏବଂ ଆରାମଦାୟକ କ୍ୟାବିନ୍ ଏନଭାୟରମେଣ୍ଟ ମଧ୍ୟ ଦେଖିବାକୁ ମିଳିପାରିବ । ଏହା ସହ ଏଥିରେ ଆକ୍ଟିଭ୍ ରୋଲ ଷ୍ଟାବ୍ଲାଇଜେସନ୍, ଅଲ ହୁଇଲ ଷ୍ଟିୟରିଂ, ଆଡପ୍ଟିଭ୍ ଏୟର ସସପେନ୍ସନ୍ ଏବଂ ନୂଆ କ୍ବାଟ୍ରୋ ସ୍ପୋର୍ଟସ୍ ଡିଫେରିଏଲ୍ ବଡ଼ି ରୋଲ୍ ମଧ୍ୟ ଦେଖିବାକୁ ମିଳିବ ।
Audi RS Q8 facelift ରେ ୪.୦-ଲିଟର ଟ୍ବିନ୍-ଟର୍ବୋ V8 ଇଞ୍ଜିନ୍ ଦେଖିବା ପାଇଁ ମିଳିପାରିବ, ଯାହା ୬୩୧ bhp ର ପାୱାର ଏବଂ ୮୫୦ Nm ର ଟର୍କ ଜେନେରେଟ୍ କରିବ । ବର୍ତ୍ତମାନର ମଡେଲ (୫୯୧ bhp ଏବଂ ୮୦୦ Nm)ଠାରୁ ଅଧିକ ହେବ । ଏହା ବ୍ୟତୀତ Audi RS Q8 Performance ରେ 48V ମାଇଲ୍ଡ-ହାଇବ୍ରିଡ୍ ସିଷ୍ଟ ମଧ୍ୟ ଦିଆଯାଇପାରିବ । ଏହା ମାତ୍ର ୩.୬ ସେକେଣ୍ଡରେ ୦-୧୦୦ କିଲୋମିଟର ସ୍ପିଡରେ ପହଞ୍ଚି ପାରିବ । ଏହାର ଟପ୍ ସ୍ପିଡ୍ ଘଣ୍ଟାପ୍ରତି ୩୦୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ।
ପ୍ରାଇସ୍ :
ଭାରତରେ Audi RS Q8 facelift ର ଏକ୍ସ-ସୋରୁମ୍ ପ୍ରାଇସ୍ ୨ କୋଟି ଟଙ୍କା ପାଖାପାଖି ହୋଇପାରେ । ଭାରତୀୟ ମାର୍କେଟରେ Lamborghini Urus SE ଏବଂ Porsche Cayenne GTS ସହିତ ଟକ୍କର କରିବ
।