Tata ସାମ୍ନାକୁ ଆଣିଲା Flex Fuel ମଡେଲ୍, ୧୦୦% ଇଥାନଲରେ ଚାଲିବ ଏହି SUV

ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ ରେ ଟାଟା ମୋଟର୍ସ ନିଜର ନୂଆ Punch Flex Fuel କନସେପ୍ଟକୁ ସାମ୍ନାକୁ ଆଣିଥିଲା । Tata Punch Flex Fuel କନସେପ୍ଟ ବହୁତ ପପୁଲାର ମଧ୍ୟ ହୋଇଛି । ଏହା ହେଉଛି Tata Punch ଯାହାକୁ ପେଟ୍ରୋଲ, ଇଲେକ୍ଟ୍ରିକ୍ ଏବଂ CNG ମଡେଲର ବ୍ୟବହାର କରାଯାଏ । ବର୍ତ୍ତମାନ ଏଥିରେ ଏକ ଖାସ୍ ପରିବର୍ତ୍ତନ କରାଯାଇଛି । Punch ବର୍ତ୍ତମାନ ୧୦୦% ଇଥାନଲରେ ଚାଲିବାକୁ କ୍ୟାପାବୁଲ୍ ହୋଇପାରିବ । Flex Fuel Concept କେଉଁ ଫିଚର୍ସ ସହିତ ଆସିପାରିବ ଆସନ୍ତୁ ଜାଣିବା ।
Tata Punch Flex Fuel ମଡେଲର ଫିଚର୍ସ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା Flex Fuel କ’ଣ? ଏହା ଗାଡ଼ିଗୁଡିକ ପାଇଁ ଏକ ଖାସ୍ ଇଞ୍ଜିନ୍ ରହିଛି, ଯାହା ପେଟ୍ରୋଲ୍ ବ୍ୟାତୀତ ଇଥାନଲ ମିଶ୍ରଣରେ ମଧ୍ୟ ଚାଲିପାରିବ । ପେଟ୍ରୋଲର ଅପ୍ସନ ଭାବରେ Flex Fuel ବ୍ୟବହାର କରାଯାଇପାରିବ । ଏହାକୁ ବ୍ୟବହାର କରିବାରେ ପଲ୍ୟୁସନକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ଏର୍ନଜି ମଧ୍ୟ ସେଭିଙ୍ଗ ହୋଇଥାଏ ।
Tata Punch Flex Fuel ର ଫିଚର୍ସ :
• Tata Punch Flex Fuel ରେ ୧.୨ ଲିଟରର ନ୍ୟାଚୁରାଲ୍ ଆସପିରେଟେଡ୍ ପେଟ୍ରୋଲ୍ ଇଞ୍ଜିନର ବ୍ୟବହାର କରାଯାଇଛି, ଯାହା ଏହାର ପେଟ୍ରୋଲ ଭ୍ୟାରିଆଣ୍ଟ ପାଇଁ କରାଯାଇଥାଏ । ଏହାର ଇଞ୍ଜିନ୍ ମଧ୍ୟ ଇଥାନଲର ଅଧିକ ବିପଜ୍ଜନକ ପ୍ରଭାବରୁ ରକ୍ଷା କରିବା ପାଇଁ ଅପଟେଡ୍ କରାଯାଇଛି । ଯାହାର ଅର୍ଥ ହେଉଛି ଏଥିରେ ଥିବା ଇଞ୍ଜିନ୍ ବର୍ତ୍ତମାନ୍ ୧୦୦% ଏଥିନଲରେ ମଧ୍ୟ କାମ କରିବ ।
• ଏଥିରେ ପେଟ୍ରୋଲ ଭ୍ୟାରିଆଣ୍ଟରେ ମିଳୁଥିବା ୮୬ bhp ର ପାୱାର ଏବଂ ୧୧୫ Nm ର ଟର୍କ ମଧ୍ୟ ସମାନ ମିଳିବ । ଏହାର ଇଞ୍ଜିନକୁ ୫-ସ୍ପିଡ୍ ମାନୁଆଲ୍ ଏବଂ AMT ଅପ୍ସନରେ ଅଣାଯିବ । ଏଥିରେ ଡ୍ରାଇଭିଂକୁ ଆହୁରି ମଧ୍ୟ କମଫରଟେବଲ୍ କରିପାରିବ ।
Tata Punch ପେଟ୍ରୋଲ ଭ୍ୟାରିଆଣ୍ଟର ଫିଚର୍ସ :
• Tata Punch ର ପେଟ୍ରୋଲ୍ ଭ୍ୟାରଆଣ୍ଟକୁ ଅପଡେଟ୍ କରାଯାଇଛି । ଏଥିରେ ୧୦.୨୫ ଇଞ୍ଚର ଟଚସ୍କ୍ରିନ୍, ୱାୟାରଲେସ୍ ଫୋନ୍ ଚାର୍ଜର, କୁଲ୍ଡ ଗ୍ଲୋବବକ୍ସ, ସିଙ୍ଗଲ-ପେନ୍ ସନରୁଫ୍, ସେମି-ଡିଜିଟାଲ୍ ଡ୍ରାଇଭର୍ ଡିସପ୍ଲେ, ରିୟର ଭେଣ୍ଟସ୍ ସହିତ ଅଟୋ ଏସି ଏବଂ ହାଇଟ୍-ଆଡଜଷ୍ଟେବଲ୍ ଡ୍ରାଇଭର ସିଟ୍ ଭଳି ଫିଚର୍ସ ସହିତ ଲ୍ୟାସ୍ କରାଯାଇଛି ।
• ସେହିଭଳି, ଏହା ୨୦୨୧ ରେ ଗ୍ଲୋବାଲ୍ NCAP ଦ୍ବାରା କ୍ରାସ୍-ଟେଷ୍ଟ କରାଯାଇଥିଲା, ଯେଉଁଠାରେ ଏହା ଏକ ୫-ଷ୍ଟାର୍ ସୁରକ୍ଷା ରେଟିଙ୍ଗ ପାଇଥିଲା । ଏଥିରେ ପ୍ୟାସେଞ୍ଜରର ସେଫ୍ଟି ପାଇଁ ୨-ଏୟାରବ୍ୟାଗ୍, ABS, EBD, ଟାୟାର ପ୍ରେସର ମନିଟାରିଂ ସିଷ୍ଟମ ସହିତ ରିଭରସିଂ କ୍ୟାମେରା, ISOFIX ଚାଇଲ୍ଡ ସିଟ୍ ମାଉଣ୍ଟ ଭଳି ଫିଚର୍ସ ଦିଆଯାଇଛି ।