ହ୍ୟୁଣ୍ଡାଇର ଏହି ଶସ୍ତା କାର ଉପରେ ମିଳୁଛି ଭାରି ଡ଼ିସକାଉଣ୍ଟ, ଜୁନରେ କିଣିଲେ ଫାଇଦାରେ ରହିବେ ଆପଣ

ଜୁନ୍ ମାସରେ ହୁଣ୍ଡାଇ ଏହାର କାର କ୍ରୟ ଉପରେ ଆକର୍ଷଣୀୟ ଅଫର ଦେଉଛି । ଗତ କିଛି ମାସ ମଧ୍ୟରେ କରୋନାଭାଇରସ୍ ପାଇଁ ଲକଡାଉନ ଯୋଗୁଁ ଦେଶରେ କାର ବିକ୍ରି ଯଥେଷ୍ଟ ହ୍ରାସ ପାଇଛି । ଏହି କାରଣରୁ ରିହାତି ପ୍ରଦାନ କରି ଏହି କମ୍ପାନୀ ବର୍ତ୍ତମାନ ବିକ୍ରୟ ବୃଦ୍ଧି କରିବାକୁ ଚେଷ୍ଟା କରୁଛି । ତେବେ ଯଦି ଆପଣ ଜୁନ୍ ମାସରେ ହୁଣ୍ଡାଇର ଏକ ସୁଲଭ କାର୍ ହୁଣ୍ଡାଇ ସାଣ୍ଟ୍ରୋ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ଲାଭବାନ ରହିବ ।

ଏହି ଅଫର ବିଷୟରେ କହିବାକୁ ଗଲେ କମ୍ପାନୀ ଜୁନ୍ ମାସରେ ହୁଣ୍ଡାଇ ସାଣ୍ଟ୍ରୋରେ 30 ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି । ମେଡିକାଲ୍ ପ୍ରଫେସନାଲ, ସିଲେକ୍ଟ କର୍ପୋରେଟ୍, SME, ଶିକ୍ଷକ ଏବଂ CA ପାଇଁ ସ୍ୱତନ୍ତ୍ର ଅଫର୍ ଦିଆଯାଉଛି । ଏହି କାର ସହିତ ତିନି ବର୍ଷ ପାଇଁ ଅସୀମିତ କିମି ୱାରେଣ୍ଟି ଏବଂ ରୋଡ଼ ସାଇଡ ଆସିଷ୍ଟାଣ୍ଟ (RSA) ଦିଆଯାଉଛି । ଏହା ବ୍ୟତୀତ, ହୁଣ୍ଡାଇ EMI ଇନ୍ସ୍ୟୁରାନ୍ସ କଭରେଜ୍ ଯାହା ଚାକିରି ହରାଇବା କ୍ଷେତ୍ରରେ 3 EMI ପର୍ଯ୍ୟନ୍ତ ସହାୟକ ହେବ ।

Hyundai इस सस्ती कार पर जून में दे रही भारी डिस्काउंट, इतना होगा फायदा

ସୁରକ୍ଷା ଫିଚର ବିଷୟରେ କହିବାକୁ ଗଲେ, ଏହି କାରରେ ଷ୍ଟ୍ରଙ୍ଗ ବଡି ଷ୍ଟ୍ରକ୍ଚର, ଡୁଆଲ୍ ଫ୍ରଣ୍ଟ ଏୟାରବ୍ୟାଗ, ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ୍, ଇବିଡି, ରିୟର ପାର୍କିଂ ସେନ୍ସର, ରିଅର ପାର୍କିଂ କ୍ୟାମେରା, ରିଅର ଡିଫୋଗର୍, ଇଫେକ୍ଟ / ସ୍ପିଡ୍ ସେନ୍ସିଂ ଅଟୋ ଡୋର ଅନଲକ୍ / ଲକ୍ ଏବଂ ଫ୍ରଣ୍ଟ ସିଟ୍ ବେଲ୍ଟ ପ୍ରିଟେନସର୍ ଫିଚର ଦିଆଯାଇଛି । ସୂଚନା ଅନୁଯାୟୀ ହୁଣ୍ଡାଇ ସାଣ୍ଟ୍ରୋର ପ୍ରାରମ୍ଭିକ ଶୋ’ରୁମ୍ ମୂଲ୍ୟ 4,57,490 ଟଙ୍କା ରହିଛି । ଇଣ୍ଟେରିୟର ବିଷୟରେ କହିବାକୁ ଗଲେ, ହୁଣ୍ଡାଇ ସେଣ୍ଟ୍ରୋରେ ଏକ ପ୍ରିମିୟମ୍ ଡୁଆଲ୍ ଟୋନ୍ ବ୍ୟାଜ୍ ଏବଂ ବ୍ଲାକ ଇଣ୍ଟେରିଅର୍ ଦିଆଯାଇଛି । ସ୍ପୋର୍ଟ ବ୍ଲାକ ଇଣ୍ଟେରିଅର୍ ସହିତ ଡିଆନା ଗ୍ରୀନ୍ ଇନ୍ସର୍ଟ ଫ୍ରଣ୍ଟ, ରିୟର ଡୋର ମ୍ୟାପ ପକେଟ୍ ସହିତ 1 ଲିଟର ବଟଲ ହୋଲଡ଼ର , ରୁମ୍ ଲ୍ୟାମ୍ପ, ସାମ୍ପେନ୍ ଗୋଲଡ ଇଣ୍ଟରିୟର କଲର ଗାର୍ନିସ୍ ଏବଂ ସାମ୍ପେନ୍ ଗୋଲଡ କଲର ଇନସାଇଡ ଡୋର ହ୍ୟାଣ୍ଡେଲ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.