Kia Carens Facelift ଏବଂ Carens EV ର ଲଞ୍ଚ ଡେଟ୍ କନଫର୍ମ, ଅଗଷ୍ଟରେ କରିବ ଏଣ୍ଟ୍ରି

Kia ଭାରତୀୟ ବଜାରରେ MPV ଏବଂ EV ଉଭୟ ସେଗମେଣ୍ଟରେ ନିଜର ପୋର୍ଟଫୋଲିଓକୁ ବଢ଼ାଇବାରେ ଲାଗିଛି । ଚଳିତ ବର୍ଷ Kia EV6 କୁ ଉପସ୍ଥାପନ କରାଯାଇଛି । ସହିଭଳି ଫେବୃଆରୀ ୧ ରେ ଏହାର Syros ଲଞ୍ଚ ହେବାକୁ ଯାଉଛି । ଏହି ସ୍ଥିତିରେ ବର୍ତ୍ତମାନ୍ ଖବର ଆସୁଛି ଯେ ଆଉ ଦୁଇଟି ଗାଡ଼ି କୋରିଆ ଅଟୋ ମେକର ଅଗଷ୍ଟ ୨୦୨୫ ରେ ଲଞ୍ଚ ହେବାକୁ ଯାଉଛି ଯାହାର ନାମ ରହିଛି – Kia Carens Facelift ଏବଂ Carens EV । ନିକଟରେ ଭାରତୀୟ ରୋଡରେ Carens ର ଟେଷ୍ଟ ମଧ୍ୟ କରାଯାଇଛି । ଆସନ୍ତୁ ଜାଣିବା Kia Carens Facelift ଏବଂ Carens EV ର କେଉଁ ନୂଆ ଫିଚର୍ସ ଦେଖିବାକୁ ମିଳିବ ।
• Kia Carens Facelift ର ଡିଜାଇନ୍ ନୂଆ ହୋଇପାରେ ଏବଂ ଏହା ଅନେକ ଦମଦାର୍ ଫିଚର୍ସ ସହିତ ଲ୍ୟାସ୍ ମଧ୍ୟ ହୋଇପାରେ । ଏଥିରେ କିଛି ADAS ର ଫିଚର୍ସ ମିଳିବ ବୋଲି ଆଶା କରାଯାଉଛି, ଯାହା ଦ୍ବାରା କମ୍ପାନୀ ୩-ରୋ MPV ସେଗମେଣ୍ଟରେ କମ୍ପେଟିଟିଭ୍ ବଜାୟ ରଖିପାରିବ ।
• Kia Carens ରେ ନୂଆ ଗ୍ରୀଲ୍, ସ୍ଲିକର LED ହେଡଲ୍ୟାମ୍ପ ଏବଂ ନୂଆ ଡିଜାଇନ୍ ଭଳି ଆଲଏ ହୁଇଲ୍ ଦେଖିବାକୁ ମିଳିବ । ସେହିଭଳି ଏହାର ଇଣ୍ଟେରିୟରରେ ବଡ଼ ଇନଫୋଟେନ୍ମେଣ୍ଟ ସ୍କ୍ରିନ୍, ରିୟର ଭେଣ୍ଟିଲେଟେଡ୍ ସିଟ୍ ଏବଂ ଉନ୍ନତ ଅପହୋଲଷ୍ଟେରୀ ଭଳି ସୁବିଧା ଦିଆଯାଇ ପାରିବ ।
• ଏହାର ଇଲେକ୍ଟ୍ରିକ୍ ଭର୍ସନ୍ Kia Carens EV ରେ ଅଲ୍-ଇଲେକ୍ଟ୍ରିକ୍ MPV ହେବାକୁ ଯାଉଛି । ଏଥିରେ ICE ଭର୍ସନ୍ ଅପେକ୍ଷା ଭଲ ଡିଜାଇନ୍ ଏଲିମେଣ୍ଟ ଦିଆଯାଇପାରେ । ଏଥିରେ EV- special ଷ୍ଟାଇଲିଂ ଭଳି closed-off grille, aerodynamic wheels ଏବଂ blue accents ଦେଖିବାକୁ ମିଳିପାରିବ । EV, ICE ମଡେଲ୍ ସହିତ ଆର୍କିଟେକ୍ଚର ଉପରେ ବେସ୍ଡ ହୋଇପାରେ । ଏହାର ଡ୍ରାଇଭିଂ ରେଞ୍ଚ ୪୦୦ କିଲୋମିଟରରୁ ଅଧିକ ହୋଇପାରେ ଏବଂ ଏଥିରେ ଫାଷ୍ଟ ଚାର୍ଜିଂର ଫିଚର ମଧ୍ୟ ଦିଆଯାଇପାରେ ।
ଲଞ୍ଚ ଟାଇମଲାଇନ୍ :
• Kia ଚଳିତ ବର୍ଷରେ ଏହାର ପ୍ରଥମ ଗାଡ଼ି Syros ଲଞ୍ଚ କରିବାକୁ ଯାଉଛି । କୋରିଆ ଅଟୋ ମେକର ଏହାକୁ ଫେବୃଆରୀ ୧, ୨୦୨୫ ରେ ଲଞ୍ଚ କରିବ । ଏହା ପରେ କମ୍ପାନୀ ଅଗଷ୍ଟ ମାସରେ Carens Facelift ଏବଂ Carens EV କୁ ଲଞ୍ଚ କରିପାରିବ ।
• ଏହାର ପ୍ରାଇସ ବିଷୟରେ କହିବାକୁ ଗଲେ Carens Facelift ର ପ୍ରାଇସ୍ ୧୧.୫ ଲକ୍ଷ ଟଙ୍କା ହେବ ବୋଲି ଆଶା କରାଯାଉଛି । ଏଥି ସହ Carens EV ର ପ୍ରାଇସ୍ ପ୍ରାୟ ୧୬ ଲକ୍ଷ ଟଙ୍କା ମଧ୍ୟ ହୋଇପାରେ ।
Carens Facelift ଲଞ୍ଚ ହେବା ପରେ MPV ସେଗମେଣ୍ଟରେ Kia ର ସ୍ଥିତି ଷ୍ଟ୍ରଙ୍ଗ ରହିବ ଏବଂ ଏହି ସେଗମେଣ୍ଟରେ ଇଲେକ୍ଟ୍ରିକକୁ ଖୋଜୁଥିବା ଲୋକଙ୍କ ଆବଶ୍ୟକତା ମଧ୍ୟ ପୂରଣ ହୋଇପାରିବ ।