ବର୍ତ୍ତମାନ Creta ଏବଂ Vitara ର ବଢ଼ିଲା ଟେନସନ୍, MG ଦମଦାର୍ ଫିଚର୍ସ ସହିତ ଲଞ୍ଚ କରିଛି Astor SUV

ଭାରତୀୟ ବଜାରରେ ବ୍ରିଟିଶ ଅଟୋମେକର JSW MG ମୋଟର୍ସ ଉନ୍ନତ ଫିଚର୍ସ ଏବଂ ଟେକ୍ନୋଲୋଜି ସହିତ ଅନେକ କାର୍ ଏବଂ SUV ଆଣିଥାଏ । କମ୍ପାନୀ ଦ୍ବାରା ଅଫର କରାଯାଇଥିବା MG Astor SUV କୁ ଏପରି ଫିଚର୍ସ ସହି ଅଣାଯାଇଛି ଯାହା ଭାରତରେ ବହୁତ ପସନ୍ଦ କରାଯାଉଛି । ଏହି ଫିଚର କ’ଣ ଏବଂ କେଉଁ SUV ଗୁଡିକୁ କଡ଼ା ଚ୍ୟାଲେଞ୍ଜ ମିଳିପାରିବ ଆସନ୍ତୁ ଜାଣିବା ।

MG Astor କୁ ମିଳିଲା ନୂଆ ଫିଚର୍ସ :

MG ଦ୍ବାରା ପ୍ରଦାନ କରାଯାଇଥିବା ଆଷ୍ଟରକୁ ଉନ୍ନତ ଫିଚର୍ସ ସହିତ ଅଣାଯାଇଛି । କମ୍ପାନୀ ଏହି କାରଟିକୁ ଏକ ପାନୋରାମିକ୍ ସନରୁଫ୍ ସହିତ ଉପସ୍ଥାପନ କରାଯାଇଛି । ଏହା ସହିତ SUV ର ଅଡିଓ ସିଷ୍ଟମକୁ ଉନ୍ନତ କରିବା ପାଇଁ ୬ଟି ସ୍ପିକର ପ୍ରଦାନ କରାଯାଇଛି । ଏହାକୁ ୬ଟି ଏୟାରବ୍ୟାଗ୍ ଏବଂ ଲେଦର ସିଟ୍ ସହିତ ଅପଡେଟ୍ କରାଯାଇଛି ।

MG Astor SUV ର ଫ୍ରଣ୍ଟରେ ଭେଣ୍ଟିଲେଟେଡ୍ ସିଟ୍, ୱାୟାରଲେସ୍ ଚାର୍ଜର, ୱାୟାରଲେସ୍ ଆଣ୍ଡ୍ରଏଡ୍ ଅଟୋ, ଆପଲ କାର୍ ପ୍ଲେ, ଅଟୋ ଡିମିଂ ORVM ଭଳି ଫିଚର୍ସଗୁଡିକ SUV ରେ ଅଫର କରାଯାଉଛି । ଏହା ବ୍ୟତୀତ SUV ରେ Level 2 ADAS ଭଳି ସେଫ୍ଟି ଫିଚରକୁ ମଧ୍ୟ ଦିଆଯାଇଛି । SUV ରେ ସେଫ୍ଟି ପାଇଁ ୫୦ ରୁ ଅଧିକ ସେଫ୍ଟି ଫିଚର୍ସକୁ ମଧ୍ୟ ପ୍ରଦାନ କରାଯାଇଛି ।

MG Astor କୁ ୫ଟି ଭ୍ୟାରିଆଣ୍ଟରେ ଭାରତକୁ ଅଣାଯାଇଛି । ଯେଉଁଥିରେ Sprint, Shine, Select, Sharp Pro ଏବଂ Savvy Pro ପରି ଭ୍ୟାରିଆଣ୍ଟ ଅଛି ।

ପ୍ରାଇସ୍ :

କମ୍ପାନୀ ଏହି SUV କୁ ୯.୯୯ ଲକ୍ଷ ଟଙ୍କା ଏକ୍ସ-ସୋରୁମ୍ ପ୍ରାଇସରେ ପ୍ରଦାନ କରୁଛି । ଏହାର ଟପ୍ ଭ୍ୟାରିଆଣ୍ଟର ଏକ୍ସ-ସୋରୁମ୍ ପ୍ରାଇସ୍ ୧୭.୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଖାସ୍ କଥା ହେଉଛି ଯେ SUV କୁ ପାନୋରାମିକ୍ ସନରୁଫ୍ ସହିତ ୧୨.୫ ଲକ୍ଷ ଟଙ୍କାରେ ଅଫର କରାଯାଉଛି । ଏହି ପ୍ରାଇସର ଏହି ସେଗମେଣ୍ଟର ଅନ୍ୟ SUV ରେ ଏହି ଫିଚରକୁ ଦିଆଯାଇ ନାର୍ହି ।

JSW MG Astor କୁ ଭାରତ ବଜାରରେ ମିଡ୍ ସାଇଜ୍ SUV ସେଗମେଣ୍ଟରେ ଅଣାଯାଇଛି । ଏହି ସେଗମେଣ୍ଟରେ ଏହା ସିଧାସଳଖ Hyundai Creta, Maruti Grand Vitara, Toyota Urban Cruiser Hyryder ଭଳି SUV ସହିତ କଡା ଟକ୍କର ଦେବ ।