ନୂଆ Honda CBR650R ଭାରତରେ ହେଲା ଲଞ୍ଚ, Auto Expo ୨୦୨୫ ରେ ମଧ୍ୟ ହେବ ପ୍ରଦର୍ଶିତ

Honda ଟୁ-ହୁଇଲର 2025 Honda CBR650R କୁ ଭାରତୀୟ ବଜାରରେ ଲଞ୍ଚ କରାଯାଇଛି । ଏହା ସହିତ କମ୍ପାନୀ ଏହାକୁ ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ ରେ ମଧ୍ୟ ଉପସ୍ଥାପନା କରିବାକୁ ଯାଉଛି । ଏହାକୁ ଅଧିକ sporty ଲୁକ୍ ସହିତ ଆକର୍ଷଣୀୟ ଗ୍ରାଣ୍ଡ ପ୍ରିକ୍ସ ରେଡ୍ କଲୱେ ସହିତ ଅଣାଯାଇଛି । ଆସନ୍ତୁ ଜାଣିବା 2025 Honda CBR650R କେଉଁ ଫିଚର୍ସ ସହିତ ଲଞ୍ଚ କରାଯାଇଛି ।
ଡିଜାଇନ୍ :
• ନୂଆ Honda CBR650R ର ଡିଜାଇନ୍ ପୂର୍ବ ଅପେକ୍ଷା ଅଧିକ ସାର୍ପ ହୋଇଛି । ଏଥିରେ ଲିଟର-କ୍ଲାସ୍ CBR ର ଡିଜାଇନ୍ ଜାରି ରଖିଛି । ବାଇକକୁ twin LED ହେଡ୍ ଲାଇଟ୍ସ, ଫିୟରିଂରେ କଟ, କ୍ରେଜ୍ ଏବଂ upswept tail ଦିଆଯାଇଛି, ଯାହା ମିଶି CBR650R କୁ ଦମଦାର sporty ଲୁକ୍ ଦେବ । ଏଥିରେ ଏକ ଆଟ୍ରାକ୍ଟାଭ୍ ଗ୍ରାଣ୍ଡ ପ୍ରିକ୍ସ ରେଡ୍ କଲୱେରରେ ଅଣାଯାଇଛି ।
• ଏହା ସହିତ ଏହାର ବଡି ୱାର୍କ ତଳେ ଏକ ଷ୍ଟିଲ୍ ଡାଏମଣ୍ଡ ଫ୍ରେମର ବ୍ୟବହାର କରାଯାଇଛି, ଯାହା ଏକ Showa SFF USD fork ଏବଂ ୧୦-ସ୍ଟେପ୍ ପ୍ରିଲୋଡ୍ ଆଡଜଷ୍ଟମେଣ୍ଟ ସହିତ ଏକ ମୋନୋସକ୍ ମାଧ୍ୟମରେ ସସପେଣ୍ଡ କରାଯାଇଛି । ବାଇକର ଫ୍ରଣ୍ଟ ଏବଂ ବ୍ୟାକରେ ୧୭ ଇଞ୍ଚର ହୁଇଳ୍ ଲଗାଯାଇଛି । ସେହିଭଳି, ଏହାର ବ୍ରେକିଂ ବିଷୟରେ କହିବାକୁ ଗଲେ ଏହାର ଫ୍ରଣ୍ଟରେ ଟ୍ୱିନ୍ ଡିସ୍କ ଏବଂ ବ୍ୟାକରେ ଡିସ୍କ ବ୍ରେକ୍ ରହିଛି, ଯେଉଁ କାରଣରୁ ଏହାର ବ୍ରେକିଂ ସିଷ୍ଟମ ବହୁତ ଉନ୍ନତ ହୋଇଛି ।
ଇଞ୍ଜିନ୍ :
ନୂଆ Honda CBR650R ରେ ୬୪୯ cc, ଲିକ୍ବିଇଡ୍-କୁଲ୍ଡ, ୪-ସିଲିଣ୍ଡର ଇଞ୍ଜିନ୍ର ବ୍ୟବହାର କରାଯାଇଛି । ଏଥିରେ ଲାଗିଥିବା ଇଞ୍ଜିନ୍ ୧୨,୦୦୦ rpm ରେ ୯୩ bhp ର ପାୱାର ଏବଂ ୯,୫୦୦ rpm ରେ ୬୩ Nm ର ଟର୍କ ଜେନେରେଟ୍ ହୋଇଥାଏ । ସେହିଭଳି ଏହାର ଇଞ୍ଜିନର ୬-ସ୍ପିଡ୍ ମାନୁଆଲ୍ ଗିୟରବକ୍ସ ସହିତ ଯୋଡାଯାଇଛି । କମ୍ପାନୀ ଏହାକୁ ଇ-କ୍ଳଚ୍ ଭ୍ୟାରିଆଣ୍ଟ ସହିତ ମଧ୍ୟ ପ୍ରଦାନ କରିପାରିବ । ଏଥିରେ କିଛି ସର୍ଭୋ ମୋଟର ଦିଆଯାଇଛି, ଯାହା ଗିୟର ସିଫ୍ଟରେ ସାହାଯ୍ୟ କରେ । ନୂଆ Honda CBR650R ର ଫିଚସ
ର୍ ବିଷୟରେ କହିବାକୁ ଗଲେ ଏଥିରେ all-LED lights, TFT display ଏବଂ ଅନ୍ୟାନ୍ୟ ଦମଦାର୍ ଫିଚର୍ସରେ ଲ୍ୟାସ୍ କରାଯାଇଛି ।
ଫିଚର୍ସ ଏବଂ ପ୍ରାଇସ୍ :
କମ୍ପାନୀ ଏହାକୁ ଭାରତୀୟ ବଜାରରେ ଲଞ୍ଚ କରିଛି । Honda CB650R ର ଏକ୍ସ-ସୋରୁମ୍ ପ୍ରାଇସ୍ ୯.୨୦ ଲକ୍ଷ ଟଙ୍କା ରଖାଯାଇଛି । ସେହିଭଳି, Honda CBR650R ର ଏକ୍ସ-ସୋରୁମ୍ ପ୍ରାଇସ୍ ୯.୯୯ ଲକ୍ଷ ଟଙ୍କା ନିର୍ଦ୍ଧାରିତ କରାଯାଇଛି । କମ୍ପାନୀ ଏହାର ବୁକିଂ ଆରମ୍ଭ କରିଛି । ଏହା ସହ ଏହାର ଡେଲଭରୀ ଫେବୃଆରୀ ୨୦୨୫ ରୁ ଆରମ୍ଭ ହେବ ।