ଗ୍ଲୋବାଲ୍ ମାର୍କେଟରେ ଲଞ୍ଚ ହେଲା Yamaha MT-03 ଏବଂ MT-25, ନୂଆ ଲୁକ୍ ସହ ମିଳିବ ଦମଦାର ଫିଚର୍ସ

ଭାରତୀୟ ବଜାରରେ ଅନେକ ପ୍ରକାରର ବାଇକ୍ ଲଞ୍ଚ ହେଉଛି । ହେଲେ ବର୍ତ୍ତମାନ Yamaha ନିଜର ପପୁଲାର୍ ଷ୍ଟ୍ରଟ୍ ଫାଇଟର ମୋଟରସାଇକେଲ୍ MT-03 ଏବଂ MT-25 କୁ ଲଞ୍ଚ କରିଛି । ଉଭୟ ମୋଟରସାଇକେଲକୁ ନୂଆ ଫିଚର୍ସ ଦେବା ସହିତ ଏକ ନୂଆ ଲୁକ୍ ମଧ୍ୟ ଦିଆଯାଇଛି । ଏଥିରେ ନୂଆ ଅପଡେଟଗୁଡିକରେ ସ୍ଲିପ୍-ଏଣ୍ଡ-ଆସିଷ୍ଟ କ୍ଲଚ୍, ସ୍ମାର୍ଟଫୋନ୍ କନେକ୍ଟିଭିଟି ସହିତ LCD ଇନଷ୍ଟ୍ରୁମେଣ୍ଟ କନସୋଲ୍ ଏବଂ ହାଲୁକା ଡିଜାଇନ୍ ରହିଛି । ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ମୋଟରସାଇକେଲର ଡିଟେଲ୍ସ ।

ପ୍ରାଇସ୍ : Yamaha MT-03 ର ପ୍ରାଇସ୍ ୩.୫୯ ଲକ୍ଷ ଟଙ୍କା ରଖାଯାଇଥିବାବେଳେ Yamaha MT-25 ର ମୂଲ୍ୟ ୩.୩୧ ଲକ୍ଷ ଟଙ୍କା ରହିଛି ।

୨୦୨୫ Yamaha MT-03 :

୧. ୨୦୨୫ Yamaha MT-03 କୁ ପୂର୍ବ ଅପେକ୍ଷା ଅଧିକ ସିଲ୍କ ଏବଂ ଆକର୍ଷଣ ଲୁକ୍ ଦିଆଯାଇଛି । ଏହାର ବଡି ପ୍ୟାନେଲଗୁଡିକୁ ହାଲୁକା ରି-ଡିଜାଇନ୍ କରାଯାଇଛି । ଏଥିରେ ଦିଆଯାଇଥିବା ନୂଆ ଶାର୍ପ ଗ୍ରାଫିକ୍ସ ଏବଂ DRL ଏହାକୁ ସ୍ପୋର୍ଟି ଲୁକ୍ ଦେଇଛି । ଏଥିରେ ତିନୋଟି କଲର ଅପ୍ସନ ମଧ୍ୟ ରହିଛି ଯାହା ହେଉଛି-Matte Light Gray Metallic, Deep Purplish Blue Metallic ଏବଂ Matt Dark Gray Metallic ରହିଛି ।

୨. ଏଥିରେ ୩୨୧cc, ଲିକ୍ୟୁଡ୍-କୋଲ୍ଡ, ଇନଲାଇନ୍-ଟ୍ୟୁନ୍ ସିଲିଣ୍ଡରର ବ୍ୟବହାର କରାଯାଇଛି । ଯାହା ୪୨ PS ର ପାୱାର ଏବଂ ୩୦ Nm ର ଟର୍କ ଜେନେରେଟ୍ କରେ । ଏହାର ଇଞ୍ଜିନଟି ସ୍ଲିପ୍-ଏଣ୍ଡ-ଆସିଷ୍ଟ କ୍ଳଚ୍ ସହିତ ୬-ସ୍ପିଡ୍ ଗିୟରବକ୍ସ ସହିତ ମଧ୍ୟ ଆଡ୍ ହୋଇଛି । ଏହି ମୋଟରସାଇକେଲର ରିଲାୟବିଲିଟି ଏବଂ ଲିନିୟର ପାୱାର ଡେଲିଭରି ପାଇଁ ଜଣାଶୁଣା । ଏଥିରେ Yamaha Y-କନେକ୍ଟ ଆପ୍ ମାଧ୍ୟମରେ ସ୍ମାର୍ଟଫୋନ୍ କନେକ୍ଟ ସହିତ ଏକ ଡିଜିଟାଲ୍ LCD ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଏବଂ USB ଟାଇପ୍- A ଚାର୍ଜିଂ ସକେଟ୍ ଦିଆଯାଇଛି ।

୨୦୨୫ Yamaha MT-25 :

୧. Yamaha MT-25 କୁ ମଧ୍ୟ MT-03 ପରି ଷ୍ଟାଇଲିଂ ଅପଡେଟ୍ସ ଦିଆଯାଇଛି । ଏହାର ସିଟ୍, ବଡି ପ୍ୟାନେଲ୍ ଏବଂ ସିଲ୍କ DRL ଗୁଡିକୁ ରି-ଡିଜାଇନ୍ କରାଯାଇଛି । ଏଥି ସହ MT-03 ପରି ସମାନ କଲର ଅପ୍ସନ ମଧ୍ୟ ଦିଆଯାଇଛି ଯାହା- Matte Light Gray Metallic, Deep Purplish Blue Metallic ଏବଂ Matt Dark Gray Metallic ରହିଛି ।

୨. ଏଥିରେ ୨୪୯ cc, ଲିକ୍ୟୁଡ୍-କୋଲ୍ଡ, ଇନଲାଇନ୍-ଟ୍ୟୁନ୍ ସିଲିଣ୍ଡରର ବ୍ୟବହାର କରାଯାଇଛି । ଯାହା ୩୫ PS ର ପାୱାର ଏବଂ ୨୩ Nm ର ଟର୍କ ଜେନେରେଟ୍ କରେ । ଏହାର ଇଞ୍ଜିନଟି ୬-ସ୍ପିଡ୍ ଗିୟରବକ୍ସ ଏବଂ ସ୍ଲିପ୍-ଏଣ୍ଡ-ଆସିଷ୍ଟ କ୍ଳଚ୍ ସହିତ ମଧ୍ୟ ଆଡ୍ ହୋଇଛି ।

ଉଭୟ ମୋଟରସାଇକେଲର ଫିଚର୍ସ :

୧. ହୁଇଲ୍ ଏବଂ ସସପେନସନ୍ : ନୂଆ Yamaha MT-03 ଏବଂ MT-25 ରେ ୧୭-ଇଞ୍ଚର ଆଲଏ ହୁଇଲ୍ ସହିତ ୧୧୦-ସେକ୍ସନର ଫ୍ରଣ୍ଟ ଏବଂ ୧୪୦- ସେକ୍ସନର ରିୟର ଟ୍ୟୁବଲେସ୍ ଟାୟାର ଦିଆଯାଇଛି । ସସପେନସନରେ ୩୭ମିମି ଇନଭର୍ଟେଡ୍ ଫ୍ରଣ୍ଟ ଫର୍କ ଏବଂ KYB ମନୋଶକ୍ ରହିଛି ।

୨. ବ୍ରେକିଂ : ଏଥିରେ ଡୁଆଲ୍ ଚ୍ୟାନେଲ୍ ABS ଷ୍ଟାଣ୍ଡାର୍ଡ ଦିଆଯାଇଛି, ଯାହାର ଫ୍ରଣ୍ଟରେ ୨୯୮ mm ଡିସ୍କ ଏବଂ ରିୟରରେ ୨୨୦ mm ର ଡିସ୍କ ବ୍ରେକ୍ ଅଛି ।

୩. ଡାଇମେନସନ୍ : ଉଭୟ ମୋଟରସାଇକେଲର ଡାଇମେନସନ୍ ସମାନ । ଉଭୟ ମଧ୍ୟରେ ସାଧାରଣତଃ ସିଟ୍ ହାଇଟ୍ ୭୮୦ mm, ଗ୍ରାଉଣ୍ଡ କ୍ଲିୟରାନ୍ସ ୧୬୦ mm, ୱେଟ୍ ୧୬୬ kg ଏବଂ ୧୪-ଲିଟର ଫ୍ୟୁଏଲ୍ ଟ୍ୟାଙ୍କ୍ ଦିଆଯାଇଛି । ଏହି ଦୁଇଟି ବାଇକକୁ ଜାପାନ୍ ବଜାରରେ ଲଞ୍ଚ କରାଯାଇଛି ।