ଟାଟା ଆଣୁଛି ଏକ କ୍ୟୁଟ୍ ଇଲେକ୍ଟ୍ରିକ୍ କାର୍, ବିନା ଡ୍ରାଇଭରରେ ଚାଲିବ ଏହି ଗାଡ଼ି

ବିନା ଡ୍ରାଇଭରରେ ଚାଲିବ କାର୍ । ଗାଡ଼ି ଚାଲିବ ହେଲେ ଚଳାଇବାକୁ ଡ୍ରାଇଭର ରହିବନି । ହଁ ଆଜ୍ଞା ଭାରତୀୟ ବଜାରକୁ ଖୁବ ଶୀଘ୍ର ଆସିବାକୁ ଯାଉଛି Tata ର ଏହି ରୋବର୍ଟିକ୍‌ କାର୍‌‌ । ଆଜିକାଲିର ବ୍ୟସ୍ତ ବହୁଳ ସମୟରେ ଲୋକଙ୍କୁ ନିଜ କାମ କରିବାକୁ ବି ସମୟ ନାହିଁ । ସେଥିପାଇଁ ପ୍ରାୟତଃ ଲୋକେ ଆଜିକାଲି ଡ୍ରାଇଭର ରଖୁଛନ୍ତି । କିନ୍ତୁ ଡ୍ରାଇଭର ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ । ଯାହାକୁ ଦୃଷ୍ଟିରେ ଦେଖି ବର୍ତ୍ତମାନ Tata Motors ଉପସ୍ଥାପନ କରିବାକୁ ଯାଉଛି ଏକ କ୍ୟୁଟ୍ ଇଲେକ୍ଟ୍ରିକ୍ କାର୍ । ଏହି ଇଲେକ୍ଟ୍ରିକ୍ କାରକୁ ଦେଖି ଆପଣମାନେ ବି ହୋଇଯିବେ ଆଶ୍ଚର୍ଯ୍ୟ ।

ତେବେ ଆସନ୍ତୁ ଜାଣିବା ଏହି କ୍ୟୁଟ୍ ଇଲେକ୍ଟ୍ରକ୍ ଗାଡ଼ିର ଡିଟେଲ୍ସ । ନିକଟରେ ଭାରତୀୟ ଅଟୋମୋବାଇଲ୍ ନିର୍ମାତା Tata Motors ଏକ ଏପରି ଗାଡି ପାଇଁ ପେଟେଣ୍ଟ ଫାଇଲ୍ କରିଛି ଯାହା ଭାରତୀୟ କମ୍ପାନୀର ପ୍ରଥମ ଡ୍ରାଇଭରଲେସ୍ ଗାଡି ହେବାକୁ ଯାଉଛି । ଏହି ଅଟୋମେଟିକ୍ ଗାଡି କେବଳ ସାମଗ୍ରୀ ଡେଲିଭରି ନୁହେଁ ବରଂ ଲୋକମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳୀକୁ ମଧ୍ୟ ନେଇପାରିବ । ଟାଟାର ଏହି ଅଟୋମେଟିକ୍ ଗାଡିର ନାମ ହେଉଛି Tata Yu, ଯାହା ସେଲ୍ଫ ଡ୍ରାଇଭିଂ ଫିଚର ସହିତ ଆସିଥାଏ । ତେବେ ଆସନ୍ତୁ ଜାଣିବା Tata Yu କିପରି କାମ କରେ ଏବଂ ଏଥିରେ କେଉଁ ସବୁ ଫିଚର୍ସ ରହିବ ।

Tata Yu କିପରି କାମ କରେ ?

Tata Yu କୁ ଏପରି ଡିଜାଇନ୍ କରାଯାଇଛି ଯେ ଏହା ସାମଗ୍ରୀ ଏବଂ ଲୋକଙ୍କୁ ଏକା ସହିତ ନେଇ ଚାଲିପାରିବ । ଏହି ଗାଡିର ସିଟ୍ ମଝିରେ ବହୁତ୍ ସ୍ପେସ୍ ଦିଆଯାଇଛି, ଯେଉଁଠାରେ ଇ-କମର୍ସ ପାର୍ସଲ ରଖାଯାଇପାରିବ । ଏହି ଗାଡି ସିଧାସଳଖ ଗୋଦାମରୁ ଜିନିଷ କଲେକ୍ଟ କରି ପାର୍ସଲକୁ ସେମାନଙ୍କର ଡେଲିଭରି ସ୍ଥାନରେ ପହଞ୍ଚାଇପାରିବ । ଏଥି ସହିତ ଏହି ଗାଡ଼ିରେ ପାର୍ସଲକୁ ଦୁଇଟି ଉପାୟରେ ଡେଲିଭରୀ କରାଯାଇପାରିବ । କିଛି ସ୍ଥାନରେ ଅଟୋମେଟିକ୍ ଟ୍ରାନ୍ସଫର ସିଷ୍ଟମ ଉପଲବ୍ଧ ହୋଇଥାଏ ।

ଯେଉଁଠାରେ ଏହି ଗାଡି ମାଧ୍ୟମରେ ସିଧାସଳଖ ପାର୍ସଲ ବିତରଣ କରାଯାଇପାରିବ । ଭବିଷ୍ୟତରେ ଏହି ସିଷ୍ଟମ ଅଫିସ୍ ଏବଂ ରେସିଡେଣ୍ଟାଲ୍ କମ୍ପ୍ଲେକ୍ସରେ ମଧ୍ୟ ସ୍ଥାପନ କରାଯାଇପାରିବ । ଏହି ସିଷ୍ଟମରେ, ୱାର୍କରମାନଙ୍କୁ ପ୍ୟାକେଜ୍ ବିଷୟରେ ଇନଫରମେସନ୍ ଦିଆଯାଏ । ସେ ନିର୍ଦ୍ଦିଷ୍ଟ ସ୍ଥାନରୁ ପ୍ୟାକେଜ୍ କଲେକ୍ଟ କରନ୍ତି ଏବଂ ଏହାକୁ ଡେଲିଭରି କରିବା ପରେ ନିଜ କମିଶନ ପାଇପାରିବେ । କେବଳ ଯେ ଜିନିଷ ଡେଲିଭରି ତା ନୁହେଁ Tata Yu କୁ ଟ୍ୟାକ୍ସି ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ ।

ଲୋକମାନେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଏହି ଗାଡିକୁ ଆପ୍ ମାଧ୍ୟମରେ ବୁକ୍ କରିପାରିବେ । ଏଥି ସହିତ ଯାତ୍ରା ଶେଷ ହେବା ପରେ ଆପଣ କେବଳ ଆପ୍ ମାଧ୍ୟମରେ ହଁ ପେମେଣ୍ଟ କରିପାରିବେ । ଏହି ଭ୍ୟାନରେ ଦୁଇଜଣ ଲୋକ ଏକାଠି ଯାତ୍ରା କରିପାରିବେ । ଏହି ଗାଡ଼ିରେ ଅନେକ ଦମଦାର ଫିଚର୍ସ ମଧ୍ୟ ରହିଛି ତେବେ ଆସନ୍ତୁ ଜାଣିବା ଏହା ବିଷୟରେ…

Tata Yu ଭ୍ୟାନଟି ୩,୭୦୦ ମିମି ଲମ୍ବା, ୧,୫୦୦ ମିମି ଚଉଡ଼ା ଏବଂ ୧,୮୦୦ ମିମି ଉଚ୍ଚତାରେ ଅଛି । ଏହା ହବ୍-ମାଉଣ୍ଟେଡ୍ ମୋଟର୍ସ ଦ୍ବାରା ଚାଳିତ ହେବ । ଏପର୍ଯ୍ୟନ୍ତ କମ୍ପାନୀ ଏହାର ବ୍ୟାଟେରୀ ପାୱାର ଏବଂ ରେଞ୍ଜ ବିଷୟରେ ଅଧିକ ଇନଫରମେସନ୍ ଦେଇନାହିଁ । ଏହା କେବଳ ଅଟୋମେଟିକ୍ ଗାଡ଼ି ହେବ ନାହିଁ ବରଂ ଏହା ଭବିଷ୍ୟତର ସ୍ମାର୍ଟ ସିଟି, ଗିଗ୍ ଇକୋନୋମି ଏବଂ ଅଟୋମେଟେଡ୍ ଡ୍ରାନ୍ସପୋର୍ଟ ସିଷ୍ଟମର ମଧ୍ୟ ଏକ ସଙ୍କେତ ହୋଇପାରେ ।