କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି ଖାଲି, ୪୦୦୦ ଟିଚିଂ ଓ ନନ ଟିଚିଂ ପଦବି ପାଇଁ କରନ୍ତୁ ଆବେଦନ, ଜାଣନ୍ତୁ ପୁରା ପ୍ରକ୍ରିୟା

କେନ୍ଦ୍ରୀୟ ବିଦ୍ୟାଳୟରେ ପିଜିଟି,ଟିଜିଟି ଆଦି ପଦରେ ସରକାରୀ ନିଯୁକ୍ତି ପାଇଁ ଭଲ ଖବର । କେନ୍ଦ୍ରୀୟ ବିଦ୍ୟାଳୟରେ ଅନିୟମିତଭାବେ ଚାକିରି କରୁଥିବା ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍‌) ଦ୍ୱାରା ପ୍ରିନିସପାଲ, ଭାଇସ ପ୍ରିନିସପାଲ, ସେକସନ ଅଫିସର, ଫାଇନାନ୍ସ ଅଫିସର, ବିଭିନ୍ନ ବିଷୟ ପାଇଁ ପିଜିଟି, ଟିଜିଟି ଓ ହେଡମାଷ୍ଟର ପଦ ପାଇଁ ସୀମିତ ବିଭାଗୀୟ ପ୍ରତିଯୋଗିତା ପରୀକ୍ଷା ୨୦୨୨ ପାଇଁ ବିଜ୍ଞାପନ ଜାରି କରିଛି । ସଂଗଠନ ବୁଧବାର ୨ ନଭେମ୍ବର ୨୦୨୨ ରେ ଜାରି ବିଜ୍ଞାପନ ଅନୁଯାୟୀ ଉପରୋକ୍ତ ମୋଟ ୪୦୧୪ ପଦ ପାଇଁ ଆବେଦନ ଓ ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ୱାରା ଆୟୋଜିତ ପ୍ରତିଯୋଗିତା ପରୀକ୍ଷା (ଏଲ୍‌ଡିସିଇ) ୨୦୨୨ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ନିଜ ସମ୍ପର୍କୀତ ଡେପୁଟି କମିଶନର, ଇନ ଚାର୍ଜ ଡେପୁଟି କମିଶନର, ପ୍ରିନ୍ସପାଲ ବା ଇନ ଚାର୍ଜ ପ୍ରିନିସପାଲଙ୍କୁ ସିବିଏସଇ ଦ୍ୱାରା ପ୍ରାପ୍ତ ହେବାକୁ ଥିବା ଅନଲାଇନ ଆପ୍ଲିକେସନ ଲିଙ୍କ୍‌ ମାଧ୍ୟମରେ ଆବେଦନ କରି ପାରିବେ । ସମ୍ବନ୍ଧିତ ଅଧିକାରୀ ଆବେଦନକାରୀଙ୍କ ବିବରଣୀ ଯାଞ୍ଚ ଓ ଆଟେଷ୍ଟଡ କରିବେ । ଏଥିସହିତ ଅନଲାଇନ ଆବେଦନ ପ୍ରିଣ୍ଟ ଆଉଟ ଉପରେ ପ୍ରାର୍ଥୀ ନିଜ ହେଡଙ୍କ ସ୍ୱାକ୍ଷର କରାଇବେ ।

ନଭେମ୍ବର ମାସର ପ୍ରଥମ ସପ୍ତାହରେ ଅନଲାଇନ ଲିଙ୍କ୍‌ ଆକ୍ଟିଭ ହେବ ବୋଲି କେଭିଏସ ପକ୍ଷରୁ ସୂଚନା ଦିଆଯାଇଛି । ୧୬ ନଭେମ୍ବର ଭିତରେ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ନଭେମ୍ବର ୨୩ ଭିତରେ ଯାଞ୍ଚ କରାଯିବ । ଏହାପରେ ପରୀକ୍ଷା ତାରିଖ ଘୋଷଣା କରାଯିବ ।

କେଭିଏସ ରେ ପଦ ଅନୁଯାୟୀ ଖାଲି ଥିବା ପଦ ସଂଖ୍ୟା

• ଟିଜିଟି – ୨୧୫୪ ପଦ

• ପିଜିଟି – ୧୨୦୦ ପଦ

• ହେଡମାଷ୍ଟର – ୨୩୭ ପଦ

• ପ୍ରିନ୍ସପାଲ – ୨୭୮ ପଦ

• ଭାଇସ ପ୍ରିନ୍ସପାଲ୍‌ – ୧୧୬ ପଦ

• ଫାଇନାନ୍ସ ଅଫିସର – ୭ ପଦ

• ସେକସନ ଅଫିସର – ୨୨ ପଦ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.