ଭାରତରେ ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Leapmotor B10 ଏବଂ C10 SUV, ଜାଣନ୍ତୁ ଫିଚର୍ସ ଡିଟେଲ୍ସ

ଷ୍ଟେଲାଣ୍ଟିସ୍ ଗ୍ରୁପ୍ ନିକଟରେ ଘୋଷଣା କରିଛି ଯେ ଏହା ଭାରତ ସମେତ ଇଣ୍ଟରନେସନାଲ୍ ମାର୍କେଟରେ ଚୀନର Leapmotor ବ୍ରାଣ୍ଡକୁ ଆଣିବାକୁ ପ୍ରସ୍ତୁତ ହେଉଛି । ଏଥି ସହ ଦୁଇଟି କମ୍ପାନୀ Leapmotor ଇଣ୍ଟରନ୍ୟାସନାଲ୍ ନାମକ ଏକ ଜଏଣ୍ଟ ଭେନଚର ଗଠନ କରିଛନ୍ତି ।
ହେଲେ ଭାରତରେ କେଉଁ ମଡେଲଗୁଡିକ ଲଞ୍ଚ ହେବ ତାହା ଅଫିସିଆଲି ଭାବରେ କନଫର୍ମ ହୋଇନାହିଁ । କିନ୍ତୁ ବିଶ୍ସସ କରାଯାଉଛି ଯେ Leapmotor ଭାରତୀୟ ବଜାରରେ ଏହାର ଦୁଇଟି ପ୍ରିମିୟମ୍ ମଡେଲ ଯାହା ହେଉଛି- C10 ଏବଂ B10 କୁ ଉପସ୍ଥାପନ କରିପାରେ ।
Leapmotor C10 SUV ଏକ ପ୍ରିମିୟମ୍ ଇଲେକ୍ଟ୍ରିକ୍ ଗାଡ଼ି ହେବ ଯାହା ଦୁଇଟି ଭର୍ସନରେ ଉପଲବ୍ଧ ହେବ । EV ଭର୍ସନର ରେଞ୍ଜ ପ୍ରାୟ ୪୨୪ କିଲୋମିଟର ହେବ । ଯେତେବେଳେ REEV ଭର୍ସନ୍ ୯୫୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରିବାକୁ ସକ୍ଷମ ହେବ । ଏଥି ସହ ଏହି SUV ର ଲମ୍ବ ୪.୭ ମିଟର ହେବ, ଯାହା ଏହାକୁ ଏକ ବଡ଼ ଏବଂ ପ୍ରିମିୟମ୍ କ୍ୟାଟାଗରୀରେ ରଖେ ।
Leapmotor C10 SUV ର ଫିଚର୍ସ :
ଏହାର ମେନ୍ ଫିଚର୍ସଗୁଡିକ ମଧ୍ୟରେ ହିଟିଙ୍ଗ ଏବଂ ଭେଣ୍ଟିଲେସନ୍ ସହିତ ଫାଷ୍ଟ କ୍ଲାସ୍ ସିଟ୍, ପାନାରୋମିକ୍ ସନରୁଫ୍, ୧୨-ସ୍ପିକର, ପ୍ରମିୟମ ଅଡିଓ ସିଷ୍ଟମ ଏବଂ ୭ଟି ଏୟାରବ୍ୟାଗ୍ ସାମିଲ ଅଛି । ଏଥି ସହ EV ଭର୍ସନରେ ୬୯.୯ kWh ର ବଡ଼ ବ୍ୟାଟେରୀ ଏବଂ ୧.୫ ଲିଟର ପେଟ୍ରୋଲ ଇଞ୍ଜିନ୍ ରହିବ । Leapmotor C10 ଭାରତରେ BYD Sealion 7 ଭଳି ପ୍ରିମିୟମ୍ EV SUVs କୁ ସିଧାସଳଖ ଟକ୍କର କରିପାରିବ । ଏଥିରେ ୬୭.୧ kWh ବ୍ୟାଟେରୀ ରହିବ ଯାହା ୪୦୦ କିଲୋମିଟରରୁ ଅଧିକ ରେଞ୍ଜ ଦେବ । B10 ର ଇଣ୍ଟେରିୟର ମଧ୍ୟ ପ୍ରିମିୟମ ହେବ, ଯେଉଁଥିରେ ଏକ ବଡ଼ ୧୪.୮ ଇଞ୍ଚ ଟଚସ୍କ୍ରିନ୍ ଦିଆଯାଇଛି । ଏହାକୁ ୟୁରୋପୀୟ ବଜରେକୁ ଧ୍ୟାନରେ ରଖି ସ୍ବତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି ।
Leapmotor ଆସନ୍ତା ବର୍ଷ ସୁଦ୍ଧା ଭାରତରେ ଏହାର ଗାଡ଼ି ଲଞ୍ଚ କରିବାକୁ ଲକ୍ଷ୍ୟ ରଖିଛି । ଏହି ବ୍ରାଣ୍ଡ ଭାରତରେ Vinfast, Tesla ଏବଂ ଅନ୍ୟାନ୍ୟ ନୂତନ EV ବ୍ରାଣ୍ଡ ସହିତ ଟକ୍କର କରିବ । ଭାରତରେ, Leapmotor ଷ୍ଟେଲାଣ୍ଟିସର ଥିବା ବ୍ରାଣ୍ଡ ଯେପରିକି Citroen, Jeep ଏବଂ Maserati ସହିତ ଏହାର ପୋର୍ଟଫୋଲିଓକୁ ଏକ୍ସପାଣ୍ଡ କରିବ ।