ଏବେ ବିନା ଠିକଣା ପ୍ରମାଣ ପତ୍ରରେ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ଅସମ୍ଭବ, ଜାଣନ୍ତୁ ନୁଆ ନିୟମ

ଡ୍ରାଇଭିଂ ଲାଇସେନ୍ସ ତିଆରି କୁ ନେଇ ଆସିଲା ବଡ଼ ଖବର। ସରକାର ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାର ନିୟମରେ ଏକ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। ଏବେ ଆପଣ ମନମୁଖୀ ଯେକୌଣସି ସ୍ଥାନରେ ଡିଏଏ ତିଆରି କରିପାରିବେ ନାହିଁ।

 ଯଦି ଆପଣ ବି ଡ୍ରାଇଭିଂ ଲାଇସେନ୍ସକୁ ତିଆରି କରିବାକୁ ଚାହୁଁଛନ୍ତି ତେବେ ଏହି ଭିଡ଼ିଓକୁ ଦେଖନ୍ତୁ ନଚେତ ବଡ଼ ହଇରାଣରେ ପଡ଼ିବେ। ସରକାର ଏବେ ଏହି ନିୟମକୁ ବଦଳାଇଛନ୍ତି। ନୂଆ ନିୟମ ଅ ନୁସାରେ ଏବେ ଆପଣ ଡ୍ରାଇଭିଂ ଲାଇସେନ୍ସ କେବଳ ସେହି ସ୍ଥାନରେ ତିଆରି କରିପାରିବେ ଯେଉଁ ସ୍ଥାନରେ ଆପଣଙ୍କର ଆଧାର କାର୍ଡ ତିଆରି ହୋଇଥିବ।

ପ୍ରକୃତରେ ସରକାର ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ନିୟମକୁ ବଦଳାଇଛନ୍ତି। ଏବେ ଏହା ଅନ୍ତର୍ଗତ ଲଣ୍ଣି ର୍ଂ ଡ୍ରାଇଭିଂ ଲାଇସେନ୍ସ ଆପଣଙ୍କୁ ଆଧାର କାର୍ଡ ତିଆରି ହୋଇଥିବା ଜିଲ୍ଲା ଅନ୍ତର୍ଗତ ମିଳିବ। ମାନେ ଆପଣ ଅନ୍ୟ କୌଣସି ଜିଲ୍ଲାରେ ରହିଲେ ବି ଯଦି ଆପଣ ଆଧାର କାର୍ଡ ସେହି ଜିଲ୍ଲାର ନୁର୍ହେ ତେବେ ଆପଣ ଚାହିଁଲେ ବି ନିଜର ଡ୍ରାଇଭିଂ ଲାଇସେନ୍ସ ତିଆରି କରିପାରିବେ ନାହିଁ।

ତେବେ ସରକାରଙ୍କ ଏହି ନିିୟମକୁ ନେଇ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଆବେଦକଙ୍କୁ ଅନଲାଇନ ମାଧ୍ୟମରେ ଟେଷ୍ଟ ଦେବାକୁ ହେବ। କେବଳ ଆପଣଙ୍କୁ ନିଜ ଆଧାର କାର୍ଡକୁ ଲିଙ୍କ କରିବାକୁ ହେବ। ତେବେ ଏହି ନିୟମ କେବଳ ଅନଲାଇନ ଆବେଦକଙ୍କ ପାଇଁ ବାହାରିଛି।

କେବଳ ଏତିକି ନୁହେଁ ବରଂ ଏବେ ଆପଣ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ଯେଉଁ ଜିଲ୍ଲାରୁ କରିବେ ପରମାନେଣ୍ଟ ମଧ୍ୟ ସୋଂରୁ ହିଁ କରିବେ। ଏଥିପାଇଁ ଆବେଦକଙ୍କୁ ଆଧାର ସହ ସମ୍ବନ୍ଧିତ ଜିଲ୍ଲାକୁ ଯିବାକୁ ହେବ। ଜାଣି ରଖନ୍ତୁ ଯେ ଏବେ ପରମାନେଣ୍ଟ ଲାଇସେନ୍ସ ପାଇଁ ଆବେଦକଙ୍କୁ ବାୟୋମାଟ୍ରିକ ଟେଷ୍ଟ ଦେବାକୁ ପଡ଼ିବ।

କାହିଁକି ବଦଳିଲା ନିୟମ:

ରିପୋର୍ଟ ମୁତାବିକ ସରକାର ଏହାକୁ ବଦଳାଇବାର କାରଣ ହେଉଛି ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ପାଇଁ ଫେସଲିଫ୍ଟ ଟେଷ୍ଟ ଦେବାକୁ ପଡ଼ିଥାଏ। କିନ୍ତୁ ମାନୁଆଲ ଟେଷ୍ଟରେ ଆବେଦକ ଯେକୌଣସି ଜିଲ୍ଲାରେ ଥାଇ ଡିଏଲ ବନାଇପାରିବେ। ସୂଚନା ଅନୁଯାୟୀ ଫେସଲେସ ଟେଷ୍ଟରେ ଆଧାର କାର୍ଡ ରୁ ସ୍ଥାନ ସମ୍ପର୍କରେ ତଥ୍ୟ ମିଳିଥାଏ ତେଣୁ ଆବେଦକ ଯେଉଁ ଜିଲ୍ଲାର ହୋଇଥିବେ ସେହି ଜିଲ୍ଲାର ହିଁ ଲର୍ଣ୍ଣିଂ ଲାଇସେନ୍ସ କଲେ ଠିକଣା ସମ୍ବନ୍ଧୀୟ ତଥ୍ୟକୁ ଭେରିଫାଏ କରିବା ସମୟରେ କୌଣସି ଅସୁବିଧା ହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.