Lexus ଲଞ୍ଚ କଲା LX 500D ର ଅପଡେଟେଡ୍ ମଡେଲ୍, ଜାଣନ୍ତୁ ଏହାର ଫିଚର୍ସ

ଲଗଜୁରୀ କାର ନିର୍ମାତା Lexus ଭାରତରେ ଏହାର ପ୍ରିମିୟମ୍ SUP LX 500Dର ଅପଡେଟେଡ୍ ମଡେଲ୍ ଲଞ୍ଚ କରିଛି । Lexus LX 500d ଦୁଇଟି ଭିନ୍ନ ଭିନ୍ନ ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ଏହାର ପ୍ରଥମ ଭାରିଆଣ୍ଟର ନାମ ଅର୍ବାନ ଏବଂ ଦ୍ୱିତୀୟ ଭାରିଆଣ୍ଟର ନାମ ଓଭରଟେଲ୍ ରଖାଯାଇଛି । ଚଳିତ ବର୍ଷ ଜାନୁଆରୀରେ ଅନୁଷ୍ଠିତ ଇଣ୍ଡିଆ ମୋବିଲିଟି ଗ୍ଲୋବାଲ ଏକ୍ସପୋରେ ଲେକ୍ସସ୍ ଏହି ଦମଦାର SUV ଶୋକେସ୍ କରିଥିଲା ।
Lexus LX 500D ମୂଲ୍ୟ:
ଲେକ୍ସସ୍ ହେଉଛି ଜାପାନର ପ୍ରମୁଖ ଅଟୋମୋବାଇଲ୍ କମ୍ପାନୀ ଟୟୋଟାର ଏକ ସବସିଡାରି କମ୍ପାନୀ, ଯାହା ପ୍ରିମିୟମ୍ ସେଗମେଣ୍ଟରେ ଲଗଜୁରୀ କାର ତିଆରି କରେ । Lexus LX 500d ର Urban ଭାରିଆଣ୍ଟର ପ୍ରାରମ୍ଭିକ ମୂଲ୍ୟ ୩ କୋଟି ଟଙ୍କା ସ୍ଥିର କରାଯାଇଛି । ଯେତେବେଳେ କି ଏହାର ଓଭରଟେଲ୍ ଭାରିଆଣ୍ଟର ପ୍ରାରମ୍ଭିକ ମୂଲ୍ୟ ୩.୧୨ କୋଟି ଟଙ୍କା ସ୍ଥିର କରାଯାଇଛି । ଅପଡେଟ୍ ପୂର୍ବରୁ, Lexus LX 500dର ପ୍ରାରମ୍ଭିକ ମୂଲ୍ୟ ୨.୮୩ କୋଟି ଟଙ୍କା ଥିଲା ।
କିନ୍ତୁ ଅପଡେଟ୍ ପରେ ଏହାର ମୂଲ୍ୟ ସିଧାସଳଖ ୧୭ ଲକ୍ଷ ଟଙ୍କା ବୃଦ୍ଧି ପାଇଛି । ଅର୍ବାନ୍ ଭାରିଆଣ୍ଟଟି ସ୍ୱତନ୍ତ୍ର ଭାବରେ ସହରରେ ଡ୍ରାଇଭ ପାଇଁ ଡିଜାଇନ୍ ହୋଇଥିବା ବେଳେ, ଓଭରଟେଲ୍ ଭାରିଆଣ୍ଟଟି ଆଡଭେଞ୍ଚର ଅଫ୍-ରୋଡିଂ ପାଇଁ ଡିଜାଇନ୍ କରାଯାଇଛି । Lexus LX 500d ର ଉଭୟ ଭାରିଆଣ୍ଟ ବାହାରକୁ ପ୍ରାୟ ସମାନ ଦେଖାଯାଏ । ଉଭୟ ଭାରିଆଣ୍ଟକୁ ଭିନ୍ନ ଗ୍ରୀଲ୍, ଆଲୟ ଏବଂ ଟାୟାର ଭଳି ବିଭିନ୍ନ ପାର୍ଟ୍ସ ଦ୍ୱାରା ଚିହ୍ନଟ କରାଯାଇପାରିବ ।
Lexus LX 500D ଫିଚର୍ସ:
ଲେକ୍ସସର ଅପଡେଟ୍ ହୋଇଥିବା LX 500d ଏକ ୩. ୩-ଲିଟର V6 ଡିଜେଲ ଇଞ୍ଜିନ ସହିତ ସଜ୍ଜିତ, ଯାହା ବହୁତ ପାୱାରଫୁଲ୍ । ଏହି ପାୱାରଫୁଲ୍ SUV ମାତ୍ର ୮ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ବୃଦ୍ଧି କରିପାରିବ । ଏହାର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୨୧୦ କିଲୋମିଟର । ନୂଆ LX 500d ପୂର୍ବ ଅପେକ୍ଷା ବହୁତ ସୁରକ୍ଷିତ ହେବ । ଲେକ୍ସସର ଏହି SUV ‘ସେଫ୍ଟି ସିଷ୍ଟମ 3.0’ ସହିତ ଆସିବ ।
ଯେଉଁଥିରେ ପ୍ରି-କଲିଜନ ସିଷ୍ଟମ, ଆଡାପ୍ଟିଭ୍ କ୍ରୁଜ୍ କଣ୍ଟ୍ରୋଲ୍, ବ୍ଲାଇଣ୍ଡ ସ୍ପଟ୍ ମନିଟରିଂ, ସେଫ୍ଟି ଏଗଜିଟ୍ ଆସିଷ୍ଟ, ଲେନ୍ ଡିପାର୍ଚର ଆସିଷ୍ଟ, ଅଟୋ ହାଇ ବିମ୍ ଏବଂ ଆଡାପ୍ଟିଭ୍ ହାଇ ବିମ୍ ସିଷ୍ଟମ ଭଳି ସମସ୍ତ ଲାଟେଷ୍ଟ ସେପ୍ଟି ଫିଚର୍ସ ରହିଛି । କମ୍ପାନୀ ଏହି କାରରେ ସିଟ୍ ମସାଜରକୁ ମଧ୍ୟ ଅପଗ୍ରେଡ୍ କରିଛି, ଯାହା ଦୀର୍ଘ ଯାତ୍ରା ସମୟରେ ବହୁତ ଶାନ୍ତି ଏବଂ ଆରାମ ପ୍ରଦାନ କରିବ ।
Also read: ଭାରତରେ ଲଞ୍ଚ ହେଲା BMW C 400 GT ସ୍କୁଟର, ପ୍ରାଇସ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ