ମହିଳାମାନଙ୍କ ପାଇଁ ଆସିଲା LIC ର ‘ଆଧାରଶୀଳା ପଲିସି’, ଜାଣନ୍ତୁ କ’ଣ ରହିଛି ଫାଇଦା

ଯଦି ଆପଣ ଇସ୍ଯୁରାନ୍ସରେ ନିବେଶ କରୁଛନ୍ତି, ତେବେ ଏହାଦ୍ବାରା ଆପଣଙ୍କ ମୋଟା ସେଭିଂ ସହିତ ଭଲ କଭରେଜ ମଧ୍ୟ ମିଳିଛି। ଏବେ ମାର୍କେଟରେ ଅନେକ ଇସ୍ଯୁରାନ୍ସ କମ୍ପାନୀ ରହିଛି କିନ୍ତୁ ଅଧିକାଂଶ ଲୋକ LIC ର ପଲିସି ନେବାକୁ ପସନ୍ଦ କରନ୍ତି। ଏଥିରେ ନିବେଶ କରିବା ସୁରକ୍ଷିତ ବୋଲି ଲୋକେ ମାନନ୍ତି। ଏମିତିରେ ଏଲଆଇସି ମହିଳାଙ୍କ ପାଇଁ ଏକ ଖାସ୍ ପଲିସି ଆଣିଛି। ଯାହାର ନାମ ଏଲ୍ଆଇସି ଆଧାରଶୀଳା ପଲିସି। ଏହି ପଲିସିରେ ଆପଣ ପ୍ରତିଦିନ ୨୯ ଟଙ୍କା ଜମା କରି ୩.୯୭ ଲକ୍ଷ ଟଙ୍କା ପାଇପାରିବେ।

LIC ର ଏହି ଆଧାରଶୀଳା ପଲିସି କେବଳ ମହିଳାଙ୍କ ପାଇଁ। ଏହି ପଲିସି ଅଧିନରେ ୮ରୁ ୫୫ ବର୍ଷର ମହିଳା ଲାଭ ଉଠାଇପାରିବେ। ଏଥିରେ ନିୟମିତ ପ୍ରିମିୟମ ଭରିବାକୁ ହେବ। ପଲିସି ସମୟରେ ଯଦି ନିବେଶକଙ୍କ ମ୍‌ତ୍ଯୁ ହୋଇଯାଏ, ତେବେ ତାଙ୍କ ପରିବାରକୁ ଆର୍ଥିକ ସହାୟତା କରାଯାଏ। ଯଦି ପଲିସିଧାରକ ପଲିସି ଅବଧି ସମୟରେ ଜୀବିତ ରହିଥାନ୍ତି ତେବେ ମ୍ଯାଚୁରିଟିରେ ତାଙ୍କୁ ଥରକେ ମୋଟା ଅଙ୍କର ଅର୍ଥ ମିଳିଥାଏ।

adharshila plan

ସେହିପରି ଯଦି କୌଣସି ମହିଳା ୩୧ ବର୍ଷ ବୟସରେ ଏହି ପଲିସି ନିଅନ୍ତି ଯାହାର ଅବଧି ୨୦ ବର୍ଷ ହୋଇଥାଏ, ତେବେ ୪.୫ ପ୍ରତିଶତ ଟ୍ଯାକ୍ସ ସହିତ ପ୍ରଥମ ବର୍ଷର ପ୍ରିମିୟମ ୧୦,୯୫୯ ଟଙ୍କା ଭରିବାକୁ ହେବ। ଏଥିରେ ୨.୨୫ ପ୍ରତିଶତ ସହିତ ଫାଷ୍ଟ ଇଅର ପ୍ରିମିୟମ ବାଦ୍ ୧୦,୭୨୩ ଟଙ୍କା ରହିବ। ପ୍ରତିଦିନ ୨୯ ଟଙ୍କା ସଞ୍ଚୟ କରିବାକୁ ହେବ। ଏମିତିରେ ଆପଣଙ୍କୁ ସମୁଦାୟ ୨୧,୪୬୯ ଟଙ୍କା ଜମା କରିବାକୁ ହେବ। ଯାହା ପରେ ମ୍ଯାଚୁରିଟିରେ ୩.୯୭ ଲକ୍ଷ ଟଙ୍କା ମିଳିବ। ଏହାର ପ୍ରିମିୟମ ଆପଣ ମାସିକ, ତ୍ରେୟମାସିକ କିମ୍ବା ଛଅମାସ ସୁଦ୍ଧା ଜମା କରିପାରିବେ। ଆପଣ ନିଜ ଅନୁସାରେ ଏହାର ଚୟନ କରିପାରିବେ। ଏଲଆଇସି ପ୍ରିମିୟମ ଭରିବା ପାଇଁ ୧୫ରୁ ୩୦ ଦିନ ଅତିରିକ୍ତ ସମୟ ସୀମା ମଧ୍ୟ ଦିଆଯାଉଛି। ଯଦି ଆପଣ ପଲିସି ରଦ୍ଦ କରିବାବାକୁ ଚାହୁଁଛନ୍ତି ତେବେ ପ୍ଲାନ ନେବା ପରେ ୧୫ ଦିନର ରଦ୍ଦ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.