ଜାଣନ୍ତୁ ଏଲ୍‌ଆଇସି ଯୋଜନା : ଦିନକୁ ମାତ୍ର ୧୩୦ ଟଙ୍କାରେ ସୁରକ୍ଷିତ ହେବ ଝିଅର ଜୀବନ, ମିଳିବ ୨୭ ଲକ୍ଷ

ନୂଆଦିଲ୍ଲୀ : ଝିଅ ଲକ୍ଷ୍ମୀଙ୍କ ସ୍ୱରୁପ ହୋଇଥାନ୍ତି । ଯଦି ଆପଣ ଚାହୁଁଥାନ୍ତି ଯେ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ପଡ଼ୁ ବୋଲି ତେବେ ଏଲଆଇସିର କନ୍ୟାଦାନ ପଲିସି ଆପଣାନ୍ତୁ । ଏହି ପଲିସି ଆପଣଙ୍କ କନ୍ୟାର ଆବଶ୍ୟକତା ପୂରଣ କରିବା ସହ ଭବିଷ୍ୟତ ମଧ୍ୟ ଗଢ଼ିହୋଇଯିବ ।

ଏହି ପଲିସି ଏହି ପିତା-ମାତାଙ୍କୁ କରିବା ଉଚିତ୍‌ ଯେଉଁମାନଙ୍କ ଆୟ କମ୍‌ ହୋଇଥିବ । ଏହି ପଲିସି ଅନୁଯାୟୀ, ପିତାଙ୍କୁ ଦୈନିକ ୧୩୦ ଟଙ୍କା ବା ବର୍ଷକୁ ୪୭,୪୫୦ ଟଙ୍କା ଦେବାକୁ ହେବ । ଯାହାକି ମାଚ୍ୟୁରିଟି ପରେ ୨୭ ଲକ୍ଷ ଟଙ୍କା ହୋଇଯିବ । ହେଲେ ପ୍ରମିୟମ୍‌ ୨୨ ବର୍ଷ ପର୍ଯ୍ୟନ୍ତ ଦେବାକୁ ପଡ଼ିବ । କନ୍ୟାଦାନ ପଲିସିର ମାଚ୍ୟୁରିଟି ୨୫ ବର୍ଷ ଅଟେ । ହେଲେ ପ୍ରିମିୟମ କେବଳ ୨୨ ବର୍ଷ ଯାଏ ଦେବାକୁ ହେବ ।

kanyadan policy
photo credit: zee News

ଏହି ପଲିସି କିଣିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ବୟସ ଅତି କମରେ ୩୦ ବର୍ଷ ହେବା ଜରୁରୀ । ଏବଂ ଯେଉଁ କନ୍ୟା ନାମରେ ପଲିସି ହେବ ତା’ର ବୟସ ଅତି କମରେ ୧ ବର୍ଷ ହେବା ଜରୁରୀ । ଅର୍ଥାତ ଝିଅ ଯେବେ ୨୬ ବର୍ଷ ହୋଇଯିବ ୨୭ ଲକ୍ଷ ଟଙ୍କା ମିଳିବ ।

ଏହି ପଲିସି ୧୩ ବର୍ଷ ପାଇଁ ମଧ୍ୟ କିଣାଯାଇପାରିବ । ଯଦି ଏହି ପଲିସି କାଳରେ ପିତାଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇଯାଏ ତେବେ ପ୍ରିମିୟମ ଛାଡ କରାଯିବା ସହ କନ୍ୟାକୁ ତୁରନ୍ତ ୧୦ ଲକ୍ଷ ଟଙ୍କା ମିଳିବ । ଯଦି ପିତାଙ୍କ ମୃତ୍ୟୁ ସାଧାରଣ ପ୍ରକ୍ରିୟାରେ ହୁଏ ତେବେ ତୁରନ୍ତ କନ୍ୟାକୁ ୫ ଲକ୍ଷ ମିଳିବା ସହ ପଲିସିର ମାଚ୍ୟୁରିଟି ହେବା ଯାଏ ବର୍ଷକୁ ୫୦ ହଜାର ଟଙ୍କା ମିଳିବ । ମ୍ୟାଚୁରିଟି ସମୟରେ ପୁରା ଅର୍ଥ ରାଶି ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.