ଗ୍ୟାରେଣ୍ଟି ରିଟର୍ଣ୍ଣ ସହିତ LIC ର ନୂଆ ମନି ବ୍ଯାକ ପଲିସି, ଜାଣନ୍ତୁ ମ୍ୟାଚୁରିଟି ଲାଭ

ବର୍ତ୍ତମାନ ବ୍ୟାଙ୍କ୍ ଗୁଡ଼ିକ ନିଜ ଉପଭୋକ୍ତାଙ୍କ ପାଇଁ ନୂଆ ନୂଆ ପ୍ଲାନ୍ ଆଣୁଛନ୍ତି। ଖାଲି ସେତିକି ନୁହେଁ ନିଜ ବ୍ୟାଙ୍କର ୟୁଜରମାନେ କିପରି ସୁବିଧା ପାଇପାରିବେ ସେଥିପାଇଁ ମଧ୍ୟ ବ୍ୟାଙ୍କ୍ ସବୁବେଳେ ଚେଷ୍ଟା କରୁଛି। ସେଥିପାଇଁ ପେନସନ ଠାରୁ ଆରମ୍ଭ କରି ଏଲ୍ଆଇସି ପର୍ଯ୍ୟନ୍ତ ଜୀବନ ବୀମା ପଲିସି ଗୁଡ଼ିକ ସହ ମଧ୍ୟ ଭଲ ଭାବେ ଟାଏଅପ କରିଛି ବ୍ୟାଙ୍କ ଗୁଡ଼ିକ । ତେବେ LIC ବିଷୟରେ ତ ଆପଣ ଜାଣିଥିବେ। ଏହି ଜୀବନ ବୀମା ପ୍ଲାନ୍ କରିବା ଦ୍ଵାରା ଏହା ନିଜର ଗ୍ରାହକଙ୍କୁ କୌଣସି ଅସୁବିଧା ସମୟରେ ସାହାଯ୍ୟ କରିଥାଏ। କିନ୍ତୁ ବର୍ତ୍ତମାନ ଆପଣଙ୍କ ପାଇଁ ଏହା ଆଉ ଏକ ନୂଆ ପ୍ଲାନ୍ ବା ମନି ବ୍ଯାକ୍ ପଲିସି ଆଣିଛି। ଯାହାର ନାମ ହେଉଛି ଏଲଆଇସି ଧନ ରେଖା ପଲିସି ।

ଏହା ହେଉଛି ଏକ ଜୀବନ ବୀମା ଓ ନନ୍ ଇକ୍ୟୁଟି ଲିଙ୍କ ହୋଇଥିବା ପଲିସି ବା ଯୋଜନା। ଯାହା LIC ହୋଲ୍ଡର ଓ ତାଙ୍କ ପରିବାରରେ ଯଦି କିଛି ଆର୍ଥିକ ସ୍ଥିତି ଖରାପ ହେଉଛି ତେବେ ଏହା ସାହାଯ୍ୟ କରିବା। ତେବେ ଧନ ରେଖା ଯୋଜନା ହେଉଛି ଏମିତି ଏକ ଯୋଜନା ଯେଉଁ ପ୍ଲାନରେ ଆପଣ ଯେତିକି ଟଙ୍କା ଜମା କରିବେ, କେବଳ ତାର ମ୍ୟାଚୁରିଟି ପରେ ଟଙ୍କା ଆସିବନି। ଏହା ଆପଣ ଦେଉଥିବା ଜମା ରାଶି ଶେଷ ହେବା ପୂର୍ବରୁ ମଧ୍ୟ ଆପଣଙ୍କ ପାଖକୁ ସମୟକ୍ରମେ ଆସିବ। କିନ୍ତୁ ଏହା ନିର୍ଭର କରେ ଆପଣ କେତେ ବର୍ଷ ପାଇଁ କେତେ ଟଙ୍କା ଦେଉଛନ୍ତି। ତେବେ ଏହା ହିଁ ହେଉଛି ଏଲଆଇସି ମନି ବ୍ୟାକ ପଲିସି। ତେବେ ମହିଳା ଓ ଥାର୍ଡ୍ ଜେଣ୍ଡରଙ୍କ ପାଇଁ ଏହି ଯୋଜନାରେ ଭଲ ଅଫର ରହିଛି।

LIC
Picture Credit – KALINGA TV

ପଲିସିର ସମୟ ସୀମା ଆଧାରରେ ଅତି କମରେ ଆପଣ ୯୦ ରୁ ୮ ବର୍ଷ ପର୍ଯ୍ୟନ୍ତ ପଲିସିରେ ଟଙ୍କା ଦେଇପାରିବେ। ତେବେ ଏହା ପରେ ଆପଣଙ୍କ ଇଚ୍ଛା ଅନୁଯାୟୀ ଆପଣ ପଲିସିର ସମୟ ସୀମା ବଢାଇପରିବେ। ତେବେ ଏହି ପ୍ଲାନ୍ ପାଇଁ ଜଣେ ବ୍ୟକ୍ତିଙ୍କ ବୟସ ୩୫ ରୁ ୫୫ ବର୍ଷ ହୋଇଥିବା ଦରକାର। ତେବେ ଏହି ପ୍ଳାନରେ ମିନିମନ୍ ବୀମା ରାଶି ହେଉଛି ୨ ଲକ୍ଷ ଟଙ୍କା। ଏଥିରେ କିଛି ରେଷ୍ଟ୍ରିକ୍ସନ୍ ମଧ୍ୟ ନାହିଁ।

ଯଦି ଆପଣ ୨୦ ବର୍ଷ ପାଇଁ ପଲିସି କରୁଛନ୍ତି ତେବେ ଆପଣ ବଞ୍ଚିଥିବା ସମୟରେ ଆପଣଙ୍କୁ ପ୍ରତି ୧୦ରେ ଓ ୧୫ ବର୍ଷରେ ଆପଣଙ୍କ ଟଙ୍କାର ୧୦ ପ୍ରତିଶତ ମିଳିବ। ୩୦ ବର୍ଷ ପାଇଁ ଏହି ପ୍ଲାନ୍ କରି ପଇସା ଦେଉଥିଲେ, ଆପଣ ବଞ୍ଚିଥିବା ବେଳେ ଆପଣଙ୍କୁ ଏହାର ୧୫ ବର୍ଷ,୨୦ ବର୍ଷ ଓ ୨୫ ବର୍ଷରେ ୧୫ ପ୍ରତିଶତ ଟଙ୍କା ମିଳିବ। ୪୦ ବର୍ଷ ପାଇଁ ପଲିସି କରୁଥିଲେ ଆପଣ ବଞ୍ଚିଥିବା ସମୟରେ ପ୍ରଥମେ ପଲିସିର ୨୦ ବର୍ଷ, ପରେ ୨୫ ବର୍ଷ, ୩୦ ବର୍ଷ ଓ ଶେଷରେ ୩୫ ବର୍ଷରେ ଆପଣଙ୍କ ଟଙ୍କାର ଯେତିକି ସୁଧ ହୋଇଥିବ ତାର ୨୦ ପ୍ରତିଶତ ଆପଣଙ୍କୁ ମିଳିବ।

ତେବେ ଏହି ଯୋଜନାର ୩ ଟର୍ମ ରହିଛି। ୩ ଟି ଭିନ୍ନ ଭିନ୍ନ ଟର୍ମ ସହିତ LIC ଏହି ଯୋଜନା ଜାରି କରିଛି, ଯେଉଁଥିରେ ୨୦ ବର୍ଷ, ୩୦ ବର୍ଷ ଏବଂ ୪୦ ବର୍ଷ ପାଇଁ ପ୍ଲାନ୍ ରହିଛି। ଆପଣ କେଉଁ ପ୍ଲାନ୍ ବାଛିବେ ତାହା ଆପଣଙ୍କ ଉପରେ ନିର୍ଭର କରେ । ତେବେ ପ୍ଲାନ୍ ଅନୁଯାୟୀ ଆପଣଙ୍କୁ ପ୍ରିମିୟମ୍ ରାଶି ଦେବାକୁ ପଡିବ । ଯଦି ଆପଣ ୨୦ ବର୍ଷର ପ୍ଲାନ୍ ବାଛନ୍ତି, ତେବେ ଆପଣଙ୍କୁ ୧୦ ବର୍ଷ ପାଇଁ ପ୍ରିମିୟମ୍ ଦେବାକୁ ପଡିବ। ଅନ୍ୟ ପଟେ, ଯଦି ଆପଣ ୩୦ ବର୍ଷର ଅବଧି ଚୟନ କରନ୍ତି, ତେବେ ଆପଣଙ୍କୁ ୧୫ ବର୍ଷ ପାଇଁ ପ୍ରିମିୟମକୁ ଦେବାକୁ ପଡିବ। ଏହା ବ୍ୟତୀତ, ଯଦି ଆପଣ ୪୦ ବର୍ଷର ଅବଧି ଚୟନ କରନ୍ତି, ତେବେ ଆପଣଙ୍କୁ ୨୦ ବର୍ଷ ପାଇଁ ପ୍ରିମିୟମ୍ ଦେବାକୁ ପଡିବ ।

ମ୍ୟାଚୁରିଟି ବେନେଫିଟ୍: ଯଦି ନିଜ ପ୍ଲାନର ସମୟସୀମା ମଧ୍ୟରେ କୌଣସି ବ୍ୟକ୍ତି ମରିଯାଆନ୍ତି, ତେବେ ତାଙ୍କ ବୀମା ରାଶିର ୧୨୫% ବୋନସ୍ ସହିତ ଟଙ୍କା ନାମାଙ୍କନକାରୀଙ୍କୁ ଦିଆଯିବ। ଠିକ୍ ସେହିପରି ବୀମାର ସମ୍ପୂର୍ଣ୍ଣ ସମୟ ସରିବା ପରେ ବା ମ୍ୟାଚୁରିଟିସମାପ୍ତ ହେବା ପରେ, ବୀମାଧାରୀମାନଙ୍କୁ ୧୦୦ ପ୍ରତିଶତ ଟଙ୍କା ଫେରସ୍ତ ସହିତ ଦିଆଯିବା। ତେବେ ଏଥିରେ ମନି ବ୍ଯାକକୁ ୧୦୦ ପ୍ରତିଶତ ମ୍ୟାଚୁରିଟି ସହିତ ଯୋଡାଯାଏନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.