LIC ପୁଣିଥରେ ଲଞ୍ଚ କଲା ମୋଦି ସରକାରଙ୍କ ଏହି ସ୍କିମ୍, ମିଳିବ ୧୨ହଜାର ପର୍ଯ୍ଯନ୍ତ ପେନସନ୍

ମୋଦି ସରକାର ପ୍ରଥମ କାର୍ଯ୍ଯକାଳ ସମୟରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍କିମ୍ ପ୍ରଧାନମନ୍ତ୍ରୀ ଭୟ ବନ୍ଦନା ଯୋଜନା(ପିଏମଭିଭିୱାଇ) ଲଞ୍ଜ କରିଥିଲେ, ଯାହାର ସମୟସୀମା ଗତ ୩୧ ମାର୍ଚ୍ଚ ୨୦୨୦ରେ ଶେଷ ହୋଇଯାଇଥିଲା। କିନ୍ତୁ ଏହି ସ୍କିମ୍ କୁ ପୁଣିଥିରେ ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ଲଞ୍ଚ କରିଛି। ସୂଚନା ମୁତାବକ ଏହି ସ୍କିମ୍ ଏଲଆଇସି ଅଧୀନରେ ଆସିବା ପରେ ପେନସନ୍ ସ୍ତରରେ ୧୨ ହଜାର ଟଙ୍କା ପର୍ଯ୍ଯନ୍ତ ପାଇପାରିବେ। ବର୍ତ୍ତମାନ ଏହି ଯୋଜନାର ସମୟ ସୀମା ଆସନ୍ତା ୨୦୨୩ ମସିହା ମାର୍ଚ୍ଚ ମାସ ପର୍ଯ୍ଯନ୍ତ ରଖାଯାଇଛି। ତେବେ ଆସନ୍ତୁ ଜାଣିବା ଏହି ଯୋଜନା ସମ୍ପର୍କରେ ବିସ୍ତାରରେ।

LIC_ପେନସନ୍ ସ୍କିମ୍ ହେବା କାରଣରୁ ୬୦ ବର୍ଷ ବୟସ ପରେ ଏହାର ଲାଭ ପାଇପାରିବେ। ଏହି ଯୋଜନା ଅନ୍ତର୍ଗତ ପ୍ରତିବର୍ଷ ୧୨,୦୦୦ଟଙ୍କାର ପେନସନ୍ ପାଇଁ ପାଖାପାଖି ୧୫.୬୬ଲକ୍ଷ ଟଙ୍କା ଏବଂ ପ୍ରତିମାସ ୧୦୦୦ ଟଙ୍କାର ନ୍ଯୁନତମ ପେନସନ ପାଇଁ ପାଖାପାଖି ୧.୬୨ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ।

senior-citizenଏହାପରେ ପେନସନ୍ ପାଇଁ ନିବେଶକଙ୍କୁ ଏକ ନିଶ୍ଚିନ୍ତ ତାରିଖ, ବ୍ଯାଙ୍କ ଆକାଉଣ୍ଟ ଏବଂ ଅବଧି ଚୟନ କରିବାକୁ ପଡିବ। ଉଦାହରଣ ସ୍ବରୂପ ଯଦି ଆପଣ ପ୍ରତ୍ଯେକ ମାସର ୧୫ ତାରିଖରେ ପେନସନ୍ ଚାହୁଁଛନ୍ତି ତେବେ ସେହି ତାରିଖ ଚୟନ କରିବାକୁ ହେବ। ଏହିଭଳି ନିବେଶକ ଯଦି ଚାହିଁବେ ତେବେ ପେନସନର ବିକଳ୍ପ ମଧ୍ଯ ବାଛିପାରିବେ। ଏହାର ଅର୍ଥ ହେଉଛି ଆପଣ ମାସିକ, ତିନି ମାସି, ଛଅ ମାସ କିମ୍ବା ବର୍ଷିକିଆ ଦେପନସନ୍ ଚାହୁଁଛନ୍ତି ତାହା ଚୟନ କରିପାରିବେ। ଯଦି ଆପଣ ମାସିକ ବିକଳ୍ପ ଚୟନ କରୁଛନ୍ତି ତେବେ ପ୍ରତ୍ଯେକ ମାସରେ ଆପଣଙ୍କ ପେନସନ୍ ବ୍ଯାଙ୍କ ଆକାଉଣ୍ଟକୁ ଆସିବ। ସେହିଭଳି ତିନି ମାସ ଚୟନ କରିଥିବା ବ୍ଯକ୍ତିଙ୍କୁ ମଧ୍ଯ ଏକାକାଳିନ ତିନି ମାସର ଟଙ୍କା ମିଳିପାରିବ। ଛଅମାସ ଏବଂ ଗୋଟିଏ ବର୍ଷ ଚୟନରେ କ୍ରମଶଃ ୬ କିମ୍ବା ୧୨ ମାସ ପରେ ଏକ ଭାଗ ପେନସନ୍ ମିଳିବ। ସୂଚନା ମୁତାବକ ସ୍କିମର ନିବେଶକଙ୍କୁ ୧ବର୍ଷ ପରେ ପେନସନ୍ ର ପ୍ରଥମ କିସ୍ତି ମିଳିବ।

moneyଏହି ଯୋଜନା ଚାଲୁ କରିବାର ଅଧିକାର କେବଳ ଏଲଆଇସି ପାଖରେ ରହିଛି। ଏହାକୁ ଅଫଲାଇନ ସହ ଏଲଆଇସିର ୱେବସାଇଟରେ ଅନଳାଇନ୍ ଜରିଆରେ ମଧ୍ଯ ଲାଭ ଉଠାଇପାରିବେ। ଏହି ଯୋଜନାର ମାଚ୍ଯୁରିଟି ଅବଧି ୧୦ ବର୍ଷ ରହିଛି। ଏହାର ପ୍ରଥମ ବର୍ଷରେ ୭.୪୦ ପ୍ରତିଶତ ସୁନିଶ୍ଚିନ୍ତ ଟଙ୍କା ପାଇପାରିବେ।

ଏହାବ୍ଯତୀତ ଟୋଲ ଫ୍ରି ନମ୍ବର-1800-227-717 ଏବଂ ଇମେଲ ଆଇଡି[email protected] ଜରିଆରେ ମଧ୍ଯ ସ୍କିମର ଲାଭ ବିଷୟରେ ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.