LICର ଆଣିଛି ନୂଆ ସ୍କିମ୍: ଥରେ ପ୍ରିମିୟମ ଭରନ୍ତୁ, ସାରା ଜୀବନ ପେନସନ୍ ପାଆନ୍ତୁ

ପେନସନ୍ କଥା ଶୁଣିଲେ ୬୦ ବର୍ଷ ପରେ ମିଳିଥାଏ ବୋଲି ମନକୁ ଆସିଥାଏ । ହେଲେ ଏହି ନିୟମକୁ LIC ବଦଳାଇ ଦେଇଛି । ଏବେ ଆପଣଙ୍କୁ ପେନସନ୍ ପାଇଁ ୬୦ ବର୍ଷ ଅପେକ୍ଷା କରିବାକୁ ପଡ଼ିବନି । ଥରେ ପ୍ରିମିୟମ ଦେବେ ଏବଂ ମାସିକ ୧୨ ହଜାର ଟଙ୍କା ମିଳିବ । ଶୁଣିବାକୁ ଅସମ୍ଭବ ଲାଗୁଥିଲେ ହେଁ ଏମିତି ଏକ ଚମତ୍କାର ଅଫର ଆଣିଛି ଏଲଆଇସି । LICର ଏହି ସ୍କିମ୍ ଯାହାକୁ ନେଲେ ଆପଣଙ୍କୁ ୬୦ ନୁହେଁ ୪୦ ବର୍ଷରୁ ପେନସନ୍ ମିଳିବା ଆରମ୍ଭ ହୋଇଯିବ ।

ଏଲଆଇସି ପକ୍ଷରୁ ଆପଣଙ୍କ ଅବସରକାଳୀନ ଯୋଜନା ଭାବରେ ଏହି ପ୍ଲାନ ଅଣାଯାଇଛି । କେବଳ ଥରେ ମାତ୍ର ପ୍ରିମିୟମ୍ ଭରନ୍ତୁ ଏବଂ ଜୀବନ ସାରା ପାଆନ୍ତୁ ମାସକୁ ୧୨ ହଜାର । ସରଳ ପେନସନ୍ ଯୋଜନା ନାମ ଏହି ପ୍ଲାନର ଆରମ୍ଭରେ ବର୍ଷକୁ ଥରେ ମାତ୍ର ପ୍ରିମିୟମ୍ ଭରିବାକୁ ପଡିବ । ୧ ଜୁଲାଇ ୨୦୨୦ରୁ ଏହି ପ୍ଲାନ ଆରମ୍ଭ କରି ସାରିଛି ଏଲଆଇସି । ଆସନ୍ତୁ ଜାଣିବା କ’ଣ ଏହି ସରଳ ପେନସନ୍ ଯୋଜନା ଓ କେମିତି ଏହାର ଲାଭ ଉଠାଇ ପାରିବେ ।

ସରଳ ପେନସନ୍ ଯୋଜନା କ’ଣ ?

ସରଳ ପେନସନ୍ ଯୋଜନା ଏକ ସିଙ୍ଗିଲ ପ୍ରିମିୟମ ପେନସନ୍ ପ୍ଲାନ୍ । ପଲିସି ନେବା ସମୟରେ ଆପଣଙ୍କୁ ମାତ୍ର ଥରେ ପ୍ରିମିୟମ୍ ଦେବାକୁ ପଡ଼ିବ । ଏହାପରେ ପୂରା ଜୀବନ ଆପଣଙ୍କୁ ପେନସନ୍ ମିଳିବ । ପେନସନଧାରୀଙ୍କ ମୃତ୍ୟୁ ହୋଇଗଲେ ତାଙ୍କ ନୋମିନିଙ୍କୁ ପ୍ରିମିୟମର ପୂରା ଟଙ୍କା ଫେରସ୍ତ ମିଳିଯିବ । ଏହା ଏକ ଇମିଡିଏଟ ୟୁନିଟି ପ୍ଲାନ୍ । ଅର୍ଥାତ ପଲିସି ନେବା ପରେ ହିଁ ଆପଣଙ୍କୁ ପେନସନ୍ ମିଳିବା ଆରମ୍ଭ ହୋଇଯିବ । ପଲିସି ନେବା ପରେ ଆପଣ ଯେତେ ଟଙ୍କା ପେନସନ୍ ପାଇବେ ସେତିକି ହିସାବରେ ପ୍ରତିମାସ ପୂରା ଜୀବନ ମିଳିବ ।

ଦୁଇ ପ୍ରକାରରେ ନେଇ ପାରିବେ ପଲିସି

Single Life: ଏହି ପଲିସିରେ ସିଙ୍ଗଲ ଲାଇଫ ଏବଂ ଜଏଣ୍ଟ ଲାଇଫ୍ ନାମକୁ ଦୁଇ ପ୍ରକାର ପ୍ଲାନ ରହିଛି । ସିଙ୍ଗଲ ଲାଇଫରେ ଆପଣ ଯେବେ ପର୍ଯ୍ୟନ୍ତ ଜୀବିତ ଅଛନ୍ତି ସେଯାଏଁ ପେନସନ ଏବଂ ମୃତ୍ୟୁ ପରେ ନୋମିନିଙ୍କୁ ବେସ୍ ପ୍ରିମିୟମ ପ୍ରଦାନ କରାଯିବ ।

Joint Life: ଜଏଣ୍ଟ ଲାଇଫରେ ପତି-ପତ୍ନୀଙ୍କୁ ଜୀବିତ ଥିବା ଯାଏଁ ପେନସନ ଏବଂ ନୋମିନିଙ୍କୁ ବେସ ପ୍ରିମିୟମ ପ୍ରଦାନ କରାଯିବ । ୪୦ରୁ ୮୦ ବର୍ଷ ବୟସ୍କ ବ୍ୟକ୍ତି ଏହି ପଲିସି ନେଇ ପାରିବେ ।

ପଲିସିର ବିଶେଷତ୍ୱ: ପଲିସି ନେବା ମାତ୍ରକେ ହିଁ ଆପଣଙ୍କର ପେନସନ ପ୍ଲାନ ଆରମ୍ଭ ହୋଇଯିବ । ତେବେ ପେନସନ ମାସିକ, ତ୍ରୈମାସିକ, ଷଣ୍ମାଷିକ ବା ବାର୍ଷିକ ରହିବ ଏହା ଆପଣଙ୍କ ଉପରେ ନିର୍ଭର କରିବ । ଉଭୟ ଅନଲାଇନ ଏବଂ ଅଫଲାଇନରେ ଆପଣ ଏହି ଅର୍ଥ କାଢି ପାରିବେ । ସର୍ବନିମ୍ନ ୧୨ ହଜାର ଟଙ୍କାରୁ ଏହି ପଲିସି ଆରମ୍ଭ ହେଉଥିବା ବେଳେ ସର୍ବାଧିକ ରାଶିର କୌଣସି ସୀମା ନାହିଁ । ଏହି ପଲିସି ଧାରକଙ୍କ ପଲିସି ନେବାର ୬ ମାସ ମଧ୍ୟରେ ଲୋନ୍ ମଧ୍ୟ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.