LIC ରେ ଖାଲିପଡିଛି ୩୦୦ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ ଅଫିସର ପଦବୀ, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ଜୀବନ ବୀମା ନିଗମ(LIC) ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । LIC ରେ ଖାଲିପଡିପଥିବା ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଏଲଆଇସିରେ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ ଅଫିସର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଯେଉଁମାନେ ଆବେଦନ କରିବାକୁ ଇଚ୍ଛୁକ ସେମାନେ ଆବେଦନ କରିପାରିବେ ।

ନୋଟିଫିକେସନ ମୁତାବକ, ଯୋଗ୍ୟତା ଏବଂ ଅନୁଭବ ରଖିଥିବା ପ୍ରାର୍ଥୀ ଏଲଆଇସିର ଅଫିସିଆଲ ୱେବସାଇଟ୍‌  licindia.in କୁ ଯାଇ ଅନଲାଇନ ମୋଡ ଜରିଆରେ ଆବେଦନ କରିପାରିବେ। ଏହି ଭର୍ତ୍ତି ପାଇଁ ବୟସ ସୀମା, ଚୟନ ପ୍ରକ୍ରିୟା ଏବଂ ଅନ୍ୟ ସମସ୍ତ ବିବରଣୀ ପାଇଁ ନୋଟିଫିକେସନ ନିଶ୍ଚିତ ଭାବେ ଚେକ୍‌ କରିନିଅନ୍ତୁ। ଏହା ପରେ ଆବେଦନ କରନ୍ତୁ ।

ପଦବୀ ବିବରଣୀ : ୩୦୦

ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ ଅଫିସର(AAO)

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୧ ଜାନୁଆରୀ ୨୦୨୩ ରହିଛି। ପରୀକ୍ଷା ଶୁଳ୍କ ଜମା କରିବାର ଶେଷ ତାରିଖ ମଧ୍ୟ ୩୧ ଜାନୁଆରୀ ୨୦୨୩ ରହିଛି। ପରୀକ୍ଷା ହେବାର ୭ କିମ୍ବା ୧୦ ଦିନ ପୂର୍ବରୁ ଆଡମିଟ୍‌ କାର୍ଡ ଜାରି କରାଯିବ । ପ୍ରାରମ୍ଭିକ ପରୀକ୍ଷା ୧୭ ଫେବୃଆରୀ କିମ୍ବା ୨୦ ଫେବୃଆରୀ ୨୦୨୩ରୁ ଆୟୋଜିତ କରାଯିବ। ମୁଖ୍ୟ ପରୀକ୍ଷା ୧୮ ମାର୍ଚ୍ଚ ୨୦୨୩ରେ ଆୟୋଜନ ହେବ ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଖରେ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ କୌଣସି ବିଷୟରେ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ।

ବୟସ ସୀମା : ଏହି ପଦବୀରେ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସସ ୨୧ ବର୍ଷରୁ ୩୦ ବର୍ଷ ହେବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ଅଧିକତମ ବୟସ ସୀମାରେ ଛୁଟ୍‌ ମିଳିବ ।

ମାସିକ ଦରମା : ଚୟନିତ ପ୍ରାର୍ଥୀଙ୍କୁ ୫୩,୬୦୦ ଟଙ୍କା ପ୍ରତି ମାସକୁ ଦରମା ମିଳିବ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କୁ ୭୦୦ ଟଙ୍କା ଆବେଦନ ଶୁଳ୍କ ଭରିବାକୁ ହେବ। ସଂରକ୍ଷିତ ବର୍ଗଙ୍କ ପାଇଁ ୮୫ ଟଙ୍କା ମିଳିବ ।

ଚୟନ ପ୍ରକ୍ରିୟା : ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ ଅଫିସର ପଦବୀ ପାଇଁ ସିଲେକ୍ସନ ତିନିଟି ପର୍ଯ୍ୟାୟରେ ହେବ। ଯେଉଁଥିରେ ଏଲଆଇସି ଏଏଓ ପ୍ରାରିମ୍ଭିକ ଏବଂ ମୁଖ୍ୟ ପରୀକ୍ଷା ପରେ ସାକ୍ଷାତକାର ମାଧ୍ୟମରେ ହେବ। ଏହା ପରେ ମେଡିକାଲ ଟେଷ୍ଟ କରାଯିବ।

ଅଧିକ ଜାଣିବା ପାଇଁ କ୍ଲିକ୍‌ କରନ୍ତୁ :

https://licindia.in/Bottom-Links/Careers/Recruitment-of-AAO(Generalist)-2023

https://ibpsonline.ibps.in/licaaojan23/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.