ଏଲଆଇସି ସୁପର ହିଟ ପଲିସି : ମାତ୍ର ୨୩୩ ଟଙ୍କା ଜମା କରି ଆୟକର ଛାଡ ସହ ପାଆନ୍ତୁ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ ପୁରା ସ୍କିମ

ନୂଆଦିଲ୍ଲୀ : ଏଲଆଇସି ତାର ଗ୍ରାହକଙ୍କ ପାଇଁ ବହୁତ ମନଲୋଭା ଯୋଜନାମାନ ଆଣିଛି । ଯଦି ଆପଣ ଜଣେ ଲକ୍ଷପତି ହେବାକୁ ଚାହୁଛନ୍ତି ତେବେ ଏହିସବୁ ପ୍ଲାନ ବିଷୟରେ ନିଶ୍ଚୟ ଜାଣନ୍ତୁ । ଏଲଆଇସି ଜୀବନ ଲାଭ ଏମିତି ଏକ ପଲିସି ଯେଉଁଥିରେପ୍ରତି ମାସ ମାତ୍ର ୨୩୩ ଟଙ୍କା ଜମା କରି ୧୭ ଲକ୍ଷ ଟଙ୍କା ଯାଏ ପାଇପାରିବେ । ଆସନ୍ତୁ ଜାଣିବା ଏହି ପଲିସି ବିଷୟରେ ।
ଏଲଆଇସି ଜୀବନ ଲାଭ :
ଏହା ଏକ ନନ୍‌-ଲିଙ୍କ ପଲିସି ଯାହାର ନାମ ରଖାଯାଇଛି ଏଲଆଇସି ଜୀବନ ଲାଭ (୯୩୬) । କାରଣ ଏହି ପଲିସିର ସେୟାର ମାର୍କେଟ ସହ କୌଣସି ସମ୍ପର୍କ ନାହିଁ । ମାର୍କେଟ ବଢ଼ୁ ବା କମୁ ଏହା ଆପଣଙ୍କ ଟଙ୍କାକୁ ପ୍ରଭାବିତ କରିବ ନାହିଁ । ଅର୍ଥାତ ଏହି ଯୋଜନା(ପ୍ଲାନ) ରେ ଆପଣଙ୍କ ଟଙ୍କା(ଡିପୋଜିଟ ) ପୁରା ସୁରକ୍ଷିତ । ଏହା ଏକ ଲିମିଟେଡ ପ୍ରମିୟମ ପ୍ଲାନ । ପିଲାଙ୍କ ବିବାହ, ଶିକ୍ଷା ଓ ସମ୍ପତ୍ତି କିଣିବା ଆଦି କାର୍ଯ୍ୟକୁ ଦୃଷ୍ଟିରେ ରଖି ଏହି ଯୋଜନା କରାଯାଇଛି ।
ପଲିସି ସମ୍ପର୍କରେ
୧. ଜୀବନ ଲାଭ ଯୋଜନା ଉଭୟ ଲାଭ ଓ ସୁରକ୍ଷା ପ୍ରଦାନ କରିଥାଏ ।
୨. ୮ ରୁ ୫୯ ବର୍ଷ ବୟସ୍କ ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇ ପାରିବେ ।
୩. ଏହି ପଲିସି ଟର୍ମ ୧୬ ରୁ ୨୫ ବର୍ଷ ରହିଛି ।
୪. ଅତି କମରେ ୨ ଲକ୍ଷ ଟଙ୍କାର ପଲିସି ନେଇ ପା ରିବେ ।
୫. ସର୍ବାଧିକ ଅର୍ଥର କୌଣସି ଲିମିଟ୍‌ ନାହିଁ ।
୬. ୩ ବର୍ଷର ପ୍ରିମିୟମ ଦେବା ପରେ ଏହି ପଲିସିରୁ ଋଣ ଉଠାଇବାର ସୁବିଧା ପାଇପାରିବେ ।
୭. ଏହି ପ୍ରିମିୟମ ଉପରେ ଆୟକର ଛାଡ ସୁବିଧା ରହିଛି । ପଲିସି ହୋଲ୍ଡରଙ୍କ ମୃତ୍ୟୁ ପରେ ନୋମିନି ଏହାର ଡେଥ ବେନିଫିଟ ସହ ପଲିସିର ଲାଭ ଉଠାଇ ପାରିବେ ।