ଇତିହାସରେ ପ୍ରଥମ, ଏପ୍ରିଲରେ ବିକ୍ରି ହୋଇନି ମାରୁତି ସୁଜୁକିର ଗୋଟିଏ ବି କାର

ଇତିହାସରେ ପ୍ରଥମ ଥର ପାଇଁ ଦେଶର ସବୁଠୁ ବଡ଼ କମ୍ପାନୀ ମାରୁତି ସୁଜୁକିର ବିକ୍ରି ଶୂନ୍ୟ ହୋଇଛି। ୧୯୮୩ ପରଠୁ ଏଭଳି ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ମାସକରେ ମାରୁତିର ଗୋଟିଏ ବି କାର ବିକ୍ରି ହୋଇନାହିଁ। ପୂର୍ବରୁ କମ୍ପାନୀ ତରଫରୁ ଏନେଇ ଆଶଙ୍କା କରାଯାଇଥିଲା। ସୂଚନାଯୋଗ୍ୟ ଯେ ମାରୁତି ପ୍ରତି ମାସରେ ଦେଢ଼ ଲକ୍ଷ କାର ତିଆରି କରିଥାଏ।

Lockdown: For the first time in history Maruti Suzuki has not sold a single car

କରୋନା ଭାଇରସ ଯୋଗୁ ସାରା ଦେଶରେ ଲକଡାଉନ ଲାଗୁ କରାଯାଇଛି। ଏଣୁ ମାର୍ଚ୍ଚ ୨୫ରୁ ମାରୁତିର ସମସ୍ତ ପ୍ଲାଣ୍ଟ ବନ୍ଦ ରହିଛି। କାର ନିର୍ମାଣ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। କମ୍ପାନୀର ସମସ୍ତ ଶୋ ରୁମ ମଧ୍ୟ ବନ୍ଦ ରହିଛି। ଏଣୁ ଦେଶର ବଡ଼ କାର ନିର୍ମାତା କମ୍ପାନୀ ଗତ ମାସେ ଭିତରେ ଗୋଟେ ବି କାର ବିକ୍ରି କରିନାହିଁ।

Wait a couple days: Maruti Suzuki chairman RC Bhargava on whether ...

ଗତବର୍ଷ ମାର୍ଚ୍ଚ ମାସ ତୁଳନାରେ ଚଳିତବର୍ଷ ମାର୍ଚ୍ଚରେ ୭୯,୦୮୦ ୟୁନିଟ ବିକ୍ରି ସହ ୪୭.୪ ପ୍ରତିଶତ ତଳକୁ ଖସିଥିଲା। ଏଣୁ ଏପ୍ରିଲରେ ବିକ୍ରି ଆହୁରି କମିବ ବୋଲି କମ୍ପାନୀ ପୂର୍ବରୁ ଅନୁମାନ କରିଥିଲା। ଏପ୍ରିଲରେ ସମସ୍ତ ଅଟୋମୋବାଇଲ ଦୋକାନ ବନ୍ଦ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ଼ର ଚେୟାରମ୍ୟାନ ଆର ସି ଭାର୍ଗବ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.