ଜେଫ ବେଜୋସଙ୍କୁ ପଛରେ ପକାଇଲେ ଏହି ବ୍ଯକ୍ତି, ଦୁନିଆର ସବୁଠାରୁ ଧନୀ ବ୍ଯକ୍ତି ହେଲେ Bernard Arnault

ଗତ କିଛି ହେଲାଣି ଦୁନିଆର ସବୁଠାରୁ ଧନୀ ବ୍ଯକ୍ତି ତାଲିକାର ଶୀର୍ଷରେ ଆମାଜନର ଫାଉଣ୍ଡର ଜେଫ ବେଜୋସ ରହିଥିଲେ। ଏବେ ବେଜୋସଙ୍କ ସ୍ଥାନ ଛଡାଇ ନେଇଛନ୍ତି Louis Vuitton କମ୍ପାନୀର ମାଲିକ ବର୍ନାଡ ଆରନଲ୍ଟ। ଦୁନିଆର ସବୁଠାରୁ ଧନୀ ବ୍ଯକ୍ତି ହୋଇଛନ୍ତି ଆରନଲ୍ଟ।

ନିଜ କମ୍ପାନୀ Louis Vuitton ଯୋଗୁଁ ଆରନଲ୍ଟ ଧନୀ ତାଲିକାର ଶୀର୍ଷରେ ରହିଛନ୍ତି। ତାଙ୍କ କମ୍ପାନୀ ଭଲ ବ୍ଯବସାୟ କରିଥିବାରୁ କମ୍ପାନୀର ଭାଲ୍ଯ ଅଧିକ ବଢିଯାଇଛି। ଯାହାର ଫାଇଦା କମ୍ପାନୀର ମାଲିକଙ୍କୁ ମିଳିଛି।

Louis Vuitton କମ୍ପାନୀ ଏକ ଫ୍ରାନ୍ସ କମ୍ପାନୀ। ଏହା କମ୍ପାନୀ କପଡା, କସମେଟିକ, ଫ୍ଯାଶନ ଆସୋସେରିଜ, ଘଣ୍ଟା, ପରଫ୍ଯୁମ୍, ଗହଣା, ୱାଇନ, ପର୍ସ ଆଦି ପ୍ରଡକ୍ଟ ପ୍ରସ୍ତୁତ କରିଥାଏ। Louis Vuitton ପ୍ରଡକ୍ଟ ସମଗ୍ର ବିଶ୍ବରେ ବେଶ ଲୋକପ୍ରିୟ।

ସୂଚନା ଅନୁସାରେ, Bernard Arnault ସମଗ୍ର ସମ୍ପତ୍ତି ୧୯,୮୯୦ କୋଟି ଡଲାର ଟଙ୍କା। ଯାହା ପରେ ଆମାଜନ ଫାଉଣ୍ଡର ଜେଫ ବେଜୋସଙ୍କ ସମ୍ପତ୍ତି ୧୯,୪୯୦ କୋଟି ଡଲାର ରହିଛି।

Leave A Reply

Your email address will not be published.