ଏଲ୍‌ପିଜି ସିଲିଣ୍ଡର ବୁକିଙ୍ଗ୍‌ କରନ୍ତୁ ୨୭୦୦ କ୍ୟାସ୍‌ବ୍ୟାକ୍‌ ଅଫର ପାଆନ୍ତୁ: ଜାଣନ୍ତୁ କିପରି କରିବେ

LPGର ଦର ବୃଦ୍ଧିକୁ ନେଇ ଗ୍ରାହକ ମାନେ ଚିନ୍ତାରେ ଥିବା ବେଳେ ଆଉ ଏକ ବଡ଼ ଖବର ଆସିଛି । ବର୍ତ୍ତମାନ ଆପଣ ଶସ୍ତା LPG ସିଲିଣ୍ଡର ବୁକ୍ କରିପାରିବେ। ଏଥର ଗ୍ରାହକ ସିଲିଣ୍ଡର ବୁକିଙ୍ଗ କରି ପାଇପାରିବେ କ୍ୟାସବ୍ୟାକ୍‌ ଅଫର । ଏକ ସ୍ୱତନ୍ତ୍ର ଅଫର ଅଧିନରେ ଏଲ୍‌ପିଜି ସିଲିଣ୍ଡର ବୁକିଙ୍ଗ କଲେ ଗ୍ରାହକ ପାଇପାରିବେ ୨୭୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ଅଫର । ଏହା ସହ ଗ୍ରାହକ ପାଇପାରିବେ ଆହୁରି ଅନେକ ସୁବିଧା। ଏହି ଲାଭ ପାଇଁ ଆପଣଙ୍କୁ କେବଳ ‘ପେଟିଏମ୍’ ମାଧ୍ୟମରେ ଗ୍ୟାସ୍ ବୁକ୍ କରିବାକୁ ପଡିବ। ତେବେ ଆସନ୍ତୁ ଜାଣିବା ଆପଣ କେଉଁ ଅଫରଗୁଡିକ ପାଇବେ ଏବଂ ଏହି ଅଫରଗୁଡିକର ଲାଭ ଉଠାଇବା ପାଇଁ କ’ଣ କରିବାକୁ ହେବ।

ଏହି ବିଶେଷ ଅଫର ଅନୁଯାୟୀ, ଯଦି ଆପଣ ପେଟିଏମ୍ ସହିତ LPG ସିଲିଣ୍ଡର ବୁକ୍ କରନ୍ତି, ତେବେ ଆପଣ ୨୭୦୦ ଟଙ୍କା ସିଧାସଳଖ ଲାଭ ପାଇବେ। ବାସ୍ତବରେ ପେଟିଏମ୍ ଏଲପିଜି ସିଲିଣ୍ଡର ବୁକିଂ ଉପରେ କ୍ୟାସବ୍ୟାକ୍ ଏବଂ ଅନ୍ୟାନ୍ୟ ପୁରସ୍କାର ଘୋଷଣା କରିଛି। ପେଟିଏମ୍ ୩ ପେ ୨୭୦୦ କ୍ୟାସବ୍ୟାକ୍ ଅଫର୍ ନାମକ ଏକ ସ୍କିମ୍ ଆରମ୍ଭ କରିଛି।ନୂଆ ଉପଭୋକ୍ତାମାନେ ଏହି ଅଫରର ଲାଭ ଉଠାଇବାକୁ ସମର୍ଥ ହେବେ। ଏହି ସ୍କିମରେ ନୂଆ ଗ୍ରାହକଙ୍କୁ ପ୍ରଥମ ୩ ମାସ ଯାଏଁ ଗ୍ୟାସ ବୁକିଙ୍ଗ ଉପରେ ୯୦୦ ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ କ୍ୟାସ୍‌ବ୍ୟାକ୍‌ ମିଳିବ । ଏହି ଅଫର ପାଇଁ କିଛି ସର୍ତ୍ତ ମଧ୍ୟ ରହିଛି ବୋଲି ଜଣାପଡିଛି ।

ଏହି ଅଫର ପାଇଁ କିଛି ସର୍ତ୍ତ ମଧ୍ୟ ଅଛି। ବାସ୍ତବରେ, ଏହି କ୍ୟାସବ୍ୟାକ୍ କେବଳ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ପ୍ରଥମ ଥର ପାଇଁ LPG ସିଲିଣ୍ଡର ବୁକ୍ କରିଛନ୍ତି। ପ୍ରତି ମାସରେ ତିନୋଟି ଗ୍ୟାସ୍ ସିଲିଣ୍ଡର ବୁକିଂ କରିବା ସମୟରେ, ଆପଣ ପ୍ରଥମ ବୁକିଂରେ ୯୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇବେ। ଏହି କ୍ୟାସବ୍ୟାକ୍ ତିନିମାସ ପାଇଁ ଉପଲବ୍ଧ ହେବ। ଏହି କ୍ୟାସବ୍ୟାକ୍ ୧୦ ରୁ ୯୦୦ ଟଙ୍କା ମଧ୍ୟରେ ହୋଇପାରେ।

Leave A Reply

Your email address will not be published.