ଗୋଟିଏ ଆପରେ ସବୁ କମ୍ପାନୀର ଗ୍ୟାସକୁ କରିପାରିବେ ବୁକ୍‌, କେମିତି ଜାଣନ୍ତୁ ଷ୍ଟେପ ବାଇ ଷ୍ଟେପ ପ୍ରୋସେସ୍‌

ଆଜିର ସମୟରେ ସବୁ କାମ ପାଇଁ ଆମକୁ ଅଲଗା ଅଲଗା ପ୍ଲାଟଫର୍ମ ବ୍ୟବହାର କରିବାକୁ ପଡିଥାଏ। ଏହି କାରଣରୁ ଅନେକ ଥର ସମସ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ଆପଣ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଉମଙ୍ଗ ଆପରେ ଅନେକ ପ୍ରକାର କାମ ଏକାସାଥିରେ କରିପାରିବେ।ଉମଙ୍ଗ୍ ଆପ୍ ଏମିତି ଏକ ଆପ୍‌, ଯାହା ଜରିଆରେ ଆଧାର, ଡିଜିଲକର ଠାରୁ ନେଇରୋଷେଇ ଗ୍ୟାସ ସହ ଜଡିତ ଅନେକ ସେବାର ଲାଭ ଏକାସାଥିରେ ଉଠାଇପାରିବେ। ଏହି ଆପ୍ ଜରିଆରେ କୌଣସି ବି ଅଏଲ ମାର୍କେଟିଙ୍ଗ କମ୍ପାନୀ ଠାରୁ ରନ୍ଧନ ଗ୍ୟାସର ରିଫିଲ ଅର୍ଡର କରିପାରିବେ।

ଉମଙ୍ଗ ଆପରେ ଇଣ୍ଡେନ, ଭାରତ ଗ୍ୟାସ ଏବଂ ଏଚପି ଗ୍ୟାସ ସିଲିଣ୍ଡର ବୁକ୍ କରିପାରିବେ

  1. ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରୁ ଉମଙ୍ଗ ଆପ୍ ଡାଉନଲୋଡ୍ କରନ୍ତୁ।
  2. ଯଦି ଆପଣ ପୂର୍ବରୁ ଉମଙ୍ଗ ଆପରେ ରେଜିଷ୍ଟ୍ରେସନ କରିସାରିଛନ୍ତି ତାହେଲେ କେବଳ ଲଗ-ଇନ୍ କରନ୍ତୁ।
  3. ଯଦି ପୂର୍ବରୁ ରେଜିଷ୍ଟ୍ରେସନ ହୋଇନାହିଁ ତାହେଲେ ରେଜିଷ୍ଟ୍ରେସନ ପ୍ରକ୍ରୀୟା ପୂରା କରନ୍ତୁ।
  4. ଏବେ ହୋମ ସ୍କ୍ରୀନରେ କ୍ୟାଟୋଗୋରିଜକୁ ଯାଆନ୍ତୁ।
  5. ଏଠାରେ ଆପଣଙ୍କୁ ୟୁଟିଲିଟୀ ଅପସନ୍ ମିଳିବ।
  6. ଏଥିରେ ଆପଣ ନିଜ ଅଏଲ ମାର୍କେଟିଙ୍ଗ୍ କମ୍ପାନୀକୁ ସିଲେକ୍ଟ କରିନିଅନ୍ତୁ।
  7. ଏଠାରେ ଆପଣଙ୍କୁ ଗ୍ୟାସ କନେକସନ୍ ସହ ଜଡିତ ସବୁ ପ୍ରକାରର ବିବରଣୀ ମିଳିଯିବ।
  8. ଆପଣ ଏଠାରେ ରିଫିଲ ହିଷ୍ଟ୍ରୀ ଚେକ କରିପାରିବେ। ଏହାଛଡା କେଓ୍ଵାଇସି ଡକ୍ୟୁମେଣ୍ଟ ପ୍ରସ୍ତୁତ କରିପାରିବେ।
  9. ଏହାବ୍ୟତୀତ ଆପଣ ଅଲଗା ଅଲଗା ଗ୍ୟାସ ବିତରଣ କମ୍ପାନୀର ଆପ୍ ଜରିଆରେ ମଧ୍ୟ ଗ୍ୟାସ ସିଲିଣ୍ଡର ବୁକ୍ କରିପାରିବେ।
  10. ଆପଣ ଚାହିଁଲେ ଆଇଭିଆର ଜରିଆରେ ମିସଡକଲ୍ ଦ୍ୱାରା ମଧ୍ୟ ବୁକ୍ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.