ଆଜି ଠାରୁ ୧୨୨ ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର, ଜୁନରୁ ବୁକିଙ୍ଗ୍‌ କରିବା ପୂର୍ବରୁ ଚେକ କରିନିଅନ୍ତୁ ନୂଆ ରେଟ୍‌

ଏଲପିଜି ସିଲିଣ୍ଡରକୁ ନେଇ ଗ୍ରାହକଙ୍କୁ ସାମାନ୍ୟ ଆସ୍ୱସ୍ତି ଦେଲେ ସରକାର। ଆଜି ଠାରୁ ଅର୍ଥାତ୍‌ ଜୁନ୍ ୧ ତାରିଖରୁ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ହ୍ରାସ କରିଛନ୍ତି ସରକାର। ଆଇଓସି ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୨୨ ଟଙ୍କା ହ୍ରାସ ହୋଇଛି । ତେବେ ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଲଗାତାର ତୃତୀୟ ମାସ ପାଇଁ ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି । ମୂଲ୍ୟ ବୃଦ୍ଧି ହୋଇନାହିଁ କି ମୂଲ୍ୟ ହ୍ରାସ ମଧ୍ୟ ହୋଇନାହିଁ । ଉଲ୍ଲେଖଯୋଗ୍ୟ ଯେ, ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ଏହା ପୂର୍ବରୁ ମେ’ ମାସରେ ହ୍ରାସ କରାଯାଇଥିଲା ।

ଆଇଓସିର ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀରେ ଜୁନ୍ ୧ ରୁ ୧୯ କିଲୋଗ୍ରାମ କର୍ମସିଆଲ ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା ୧୪୭୩.୫୦ ଟଙ୍କା ରହିଛି । ମେ’ ମାସରେ ଏହାର ମୂଲ୍ୟ ୧୫୯୫.୫୦ ଟଙ୍କା ଥିଲା । ମେ ମାସରେ ସରକାରୀ ପେଟ୍ରୋଲିୟମ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୪୫.୫୦ ଟଙ୍କା ହ୍ରାସ କରିଥିଲେ ।

କମର୍ସିଆଲ ଏଲପିଜି ସିଲିଣ୍ଡରର ନୂଆ ରେଟସ୍‌

  • ଦିଲ୍ଲୀର ୧୯ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡରର ନୂଆ ମୂଲ୍ୟ ୧୫୯୫.୫୦ ଟଙ୍କା ବଦଳରେ ୧୪୭୩.୫୦ ଟଙ୍କା ରହିଛି । ମୁମ୍ବାଇରେ ୧୯
  • କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୫୪୫ ରୁ ହ୍ରାସ ପାଇ ୧୪୨୨.୫୦ ରହିଛି ।
  • କୋଲକାତା ୧୬୬୭.୫୦ ରୁ ୧୫୪୪.୫୦ ଟଙ୍କାକୁ ଖସି ଆସିଛି ।
  • ଏହା ବ୍ୟତୀତ ଚେନ୍ନାଇରେ ୧୭୨୫.୫୦ ରୁ ୧୬୦୩.୦୦ ଟଙ୍କାକୁ ହ୍ରାସ ପାଇଛି ।

ଘରୋଇ ଗ୍ୟାସ ସିଲିଣ୍ଡରରେ ହୋଇନାହିଁ ପରିବର୍ତ୍ତନ

ସେପଟେ ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ହ୍ରାସ କରାଯାଇ ନାହିଁ । ଅର୍ଥାତ ୧୪.୨ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ ହୋଇନାହିଁ । ମେ’ ମାସରେ ମଧ୍ୟ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା । ଏପ୍ରିଲରେ ଏଲପିଜି ସିଲିଣ୍ଡର ଦାମରେ ୧୦ ଟଙ୍କା ରିହାତି କରାଯାଇଥିଲା। ବର୍ତ୍ତମାନ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ଦାମ ୮୦୯ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.