ପୁଣି ବଢ଼ିଲା କମର୍ସିଆଲ ଏଲିପିଜି ସିଲିଣ୍ଡର ଦର । ନଭେମ୍ବର ପହିଲାରୁ ୨୦୨୪ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି । ଇଣ୍ଡିଆନ୍ ଅଏଲ୍ ନଭେମ୍ବର ପହିଲାରୁ ବାଣିଜ୍ୟିକ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୬୨ରୁ ୧୮୦୨ ଟଙ୍କାକୁ ବୃଦ୍ଧି କରିଛି। ତେବେ ଆଶ୍ୱସ୍ତିର ବିଷୟ ହେଉଛି ତୈଳ କମ୍ପାନୀଗୁଡ଼ିକ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି ।
ଆଜିଠୁ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୬୨ ଟଙ୍କା ବୃଦ୍ଧି ହୋଇଛି । ଦିଲ୍ଲୀରେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୮୦୨ ଟଙ୍କାକୁ ବୃଦ୍ଧି ପାଇଛି। ୫ କେଜିଆ ଏଫଟିଏଲ ସିଲିଣ୍ଡର ଦରରେ ୧୫ ଟଙ୍କା ବଢ଼ିଛି । ତେବେ ୧୪.୨ କେଜି ଏଲପିଜି ସିଲିଣ୍ଡର ଦାମ ରହିଛି ଅପରିବର୍ତ୍ତିତ । ପୂର୍ବରୁ ସେପ୍ଚେମ୍ବର ୧ରେ ୧୯ କେଜି କମର୍ସିଆଲ ଏଲଜିପି ସିଲିଣ୍ଡର ଦର ୩୯ ଟଙ୍କା ବଢ଼ିଥିଲା । ତେବେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଯୋଗୁଁ ବଜାରରେ ମିଳୁଥିବା ଜିନିଷ ମହଙ୍ଗା ହୋଇଯିବ ।
ଅନ୍ୟପଟେ ସରକାରୀ ତୈଳ କମ୍ପାନୀଗୁଡିକ ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରନ୍ତି । ଦେଶର ଅନେକ ସହରରେ ନଭେମ୍ବର ୧, ୨୦୨୪ରେ ଦୀପାବଳି ପର୍ବ ପାଳନ କରାଯାଏ, ତେଣୁ ଏହି ମାସର ପ୍ରଥମ ସପ୍ତାହରେ ଛତ୍ର ପର୍ବ ପାଳନ କରାଯିବ । ଏହି ମାସରୁ ବିବାହ ଋତୁ ମଧ୍ୟ ଆରମ୍ଭ ହେଉଛି ।