ନୂଆ ବର୍ଷରୁ ମହଙ୍ଗା ମାଡ଼, ବଢିଲା କର୍ମସିଆଲ ଗ୍ଯାସ ସିଲିଣ୍ଡର ଦାମ୍

ନୂଆ ବର୍ଷର ଆରମ୍ଭ ମହଙ୍ଗା ମାଡ଼ରୁ ଆରମ୍ଭ ହୋଇଛି। ପ୍ରତିମାସରେ ଆଇଓସିଏଲ ପକ୍ଷରୁ ଏଲପିଜି ଦାମ୍ ରେ ପରିବର୍ତ୍ତନ କରାଯାଏ। ୱେବସାଇଟରେ ଦିଲ୍ଲୀରେ ୧୪.୨ କିଲୋ ଅଣ ସବିସିଡି ଏଲପିଜି ସିଲିଣ୍ଡର ଦାମ୍ ୬୯୪ ହୋଇଛି। କଲିକତାରେ ଏହାର ଦାମ୍ ୭୨୦.୫୦ ଟଙ୍କା, ମୁମ୍ବାଇରେ ୬୯୪ ଟଙ୍କା ଏବଂ ଚେନ୍ନାଇରେ ଦାମ୍ ୭୧୦ ଟଙ୍କା ରହିଛି। ପୂର୍ବରୁ ଡିସେମ୍ବରରେ ଏଲପିଜିର ଦାମ୍ ୨୦୦ ଟଙ୍କା ବଢିଥିଲା।
ଡିସେମ୍ବର ୩ ତାରିଖରେ ଏହାର ଦାମ୍ ୫୦ ଟଙ୍କା ବଢିଥିବା ବେଳେ ଡିସେମ୍ବର ୧୫ ତାରିଖରେ ଏହାର ଦାମ୍ ୫୦ ଟଙ୍କା ବଢିଥିଲା। ଏହି ମହଙ୍ଗା ଅଣ ସବସିଡି ଏବଂ କର୍ମସିଆଲ ଗ୍ଯାସ ସିଲିଣ୍ଡରରେ ହୋଇଛି।

କିନ୍ତୁ ଏବେ ୧୪.୨ କିଲୋ ଏଲପିଜି ସିଲିଣ୍ଡର ଦାମ୍ ବଢିନାହିଁ। କିନ୍ତୁ କର୍ମସିଆଲ ଗ୍ଯାସ ସିଲିଣ୍ଡର ଦାମକୁ ବଢାଇଦିଆଯାଇଛି। IOC ୱେବସାଇଟ ମତୁବାକ, ୧୯ କିଲୋ କର୍ମସିଆଲ ଗ୍ଯାସ ସିଲିଣ୍ଡରର ଦାମ୍ ବଢାଇଦିଆଯାଇଛି। ଦିଲ୍ଲୀରେ ୧୯ କିଗ୍ରା ସିଲିଣ୍ଡର ନୂଆ ଦାମ୍ ୧୩୪୯ ରହିଛି, ଯାହା ପୂର୍ବରୁ ୧୩୩୨ ରହିଥିଲା। ଅର୍ଥାତ୍ ଦିଲ୍ଲୀରେ ପୁଣି ୧୭ ଟଙ୍କା ବଢିଛି ଦାମ୍। ସେହିପରି କଲିକତାରେ ୨୨.୫୦ ପଇସା, ମୁମ୍ବାଇରେ ୧୭ ଟଙ୍କା, ଚେନ୍ନାଇରେ ୧୬.୫୦ ଟଙ୍କା ବଢିଛି।

LPG

ଆପଣ ମଧ୍ୟ ରୋଷେଇ ଗ୍ଯାସ ସିଲିଣ୍ଡର ଦାମ୍ ଚେକ୍ କରିବା ପାଇଁ ସରକାରୀ ତେଲ କମ୍ପାନୀ ୱେବସାଇଟ ଯାଇ ଚେକ୍ କରିପାରିବେ। ଏଠାରେ କମ୍ପାନୀ ପ୍ରତି ମାସର ନୂଆ ମୂଲ୍ଯ ଜାରି କରିଥାଏ।

You might also like