ସାଧାରଣ ଜନତାଙ୍କ ପାଇଁ ଖୁସି ଖବର, କମିଲା ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍

ସାଧାରଣ ଜନତାଙ୍କ ପାଇଁ ଖୁସି ଖବର। ସେପ୍ଟେମ୍ବର ମାସ ଅର୍ଥାତ ଚଳିତ ମାସ ଠାରୁ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ପାଇଁ କମ ଦାମ ଦେବାକୁ ହେବ। ତେଲ ମାର୍କେଟିଂ କମ୍ପାନୀ ସେପ୍ଟେମ୍ବର ମାସରେ ୧୯ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ଦାମକୁ ହ୍ରାସ କରାଇ ଦେଇଛି। ଏହି ନିଷ୍ପତ୍ତି ପରେ ମୁମ୍ବାଇ, କୋଲକାତା, ଦିଲ୍ଲୀ ଏବଂ ଚେନ୍ନାଇରେ ୧୯ କିଲୋଗ୍ରାମ ବିଶିଷ୍ଟ LPG ଗ୍ୟାସ ସିଲିଣ୍ଡର ଦାମରେ ୨ ଟଙ୍କା ହ୍ରାସ ପାଇଛି। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଦିଲ୍ଲୀରେ ୧୯ କିଲୋଗ୍ରାମର ରୋଷେଇ ଗ୍ୟାସ ସିଲିଣ୍ଡର ୨ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଯାଇଛି।

lpg1ରାଜଧାନୀରେ ୧୯ କିଲୋ ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡର ଏବେ ୧୧୩୩ ଟଙ୍କାରେ ମିଳିବ। ମୁମ୍ବାଇରେ ଏହାର ଦାମ ୧୦୯୧ ଟଙ୍କାରୁ ହ୍ରାସ ପାଇ ୧୦୮୯ ଟଙ୍କା ହୋଇଯାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ତେଲ କମ୍ପାନୀ ୧୪.୨ କିଲୋଗ୍ରାମ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରିନାହିଁ। ଦେଶର ରାଜଧାନୀ ଦିଲ୍ଲୀରେ ବିନା ସବସିଡି ବିଶିଷ୍ଟ ସିଲିଣ୍ଡରର ଦାମ ୫୯୪ ଟଙ୍କା ହୋଇଯାଇଛି। ଅନ୍ୟ ସହର ମାନଙ୍କରେ ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ।

lpgମୁମ୍ବାଇରେ ବିନା ସବସିଡି ବିଶିଷ୍ଟ ରନ୍ଧନ ଗ୍ୟାସର ଦାମ ୫୯୪ ଟଙ୍କା ରହିଛି। ଚେନ୍ନାଇ ଏବଂ କୋଲକାତାରେ ଏହାର ଦାମ ରହିଛି ୬୧୦ ଟଙ୍କା ଏବଂ ୬୨୦ ଟଙ୍କା। ଏହାପୂର୍ବରୁ ଜୁଲାଇ ମାସରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ ୪ ଟଙ୍କା ପର୍ଯ୍ୟନ୍ତ ବଢିଯାଇଥିଲା। ସେହିପରି ଜୁନ ମାସରେ ଦିଲ୍ଲୀରେ ଅଣ-ସବସିଡି ଏଲପିଜି ସିଲିଣ୍ଡର ୧୧.୫୦ ଟଙ୍କା ମହଙ୍ଗା ହୋଇଥିଲା। ସେହିପରି ମଇ ମାସରେ ୧୬୨.୫୦ ଟଙ୍କା ଶସ୍ତା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.