ଏଠାରେ ଗ୍ୟାସ୍‌ ସିଲିଣ୍ଡର ବୁକିଂ କରିବାରେ ମିଳୁଛି କ୍ୟାସବ୍ୟାକ୍‌, ଅଫର ମାତ୍ର ଅଳ୍ପ ଦିନ ପାଇଁ ଜଲଦି କରନ୍ତୁ

ଗ୍ୟାସ୍ ସିଲିଣ୍ଡର ପ୍ରାୟ ସବୁ ଘରେ ଥିବ। କାହିଁକିନା ଏହା ବହୁତ ଜରୁରୀ ଜିନିଷ ମଧ୍ୟରୁ ଗୋଟିଏ। ଆପଣ ପ୍ରତି ମାସ ଗ୍ୟାସ ସିଲିଣ୍ଡରର ବୁକ୍ କରୁଥିବେ। କାହା ପାଖରେ ଭାରତ ଗ୍ୟାସ କନେକସନ୍ ଅଛିତ କାହା ପାଖରେ ଇଣ୍ଡେନ କିମ୍ବା ଏଚ୍‌ପି। ସରକାରଙ୍କ ଦ୍ୱାରା ମିଳୁଥିବା ସବସିଡି ବ୍ୟତୀତ ଯଦି ଆପଣ ଅଧିକ କିଣୁଛନ୍ତି ତାହେଲେ ଏହା ଆପଣଙ୍କୁ ମହଙ୍ଗା ପଡିଥାଏ। ଆପଣ ପ୍ରାୟତଃ ଗ୍ୟାସ ଏଜେନ୍ସୀ କିମ୍ବା ଭେଣ୍ଡରକୁ ମେସେଜ୍ କରି ଗ୍ୟାସ୍ ବୁକିଂ କରିଦିଅନ୍ତି । କିନ୍ତୁ କ’ଣ ଆପଣଙ୍କୁ ଜଣାଅଛି କି ଆପଣଙ୍କୁ ଗ୍ୟାସ ବୁକିଂରେ କ୍ୟାସବ୍ୟାକ ବି ମିଳିପାରେ। ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ।

ବର୍ତ୍ତମାନ ଯଦି ଆମାଜନ ପେ ଜରିଆରେ ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ବୁକ୍ କରୁଛନ୍ତି, ତାହେଲେ ଆପଣଙ୍କୁ ୫୦ ଟଙ୍କା କ୍ୟାସବ୍ୟାକ୍ ମିଳିବ। ଆମାଜନ୍ ପେ ଦ୍ୱାରା ଆପଣ ଦେଶର ସବୁଠାରୁ ବଡ଼ ଏଲପିଜି କମ୍ପାନୀ ଇଣ୍ଡେନ ଠାରୁ ନେଇ ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ କିମ୍ବା ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡର ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ।

lpgଆସନ୍ତୁ ଜାଣିବା ଏହାର ଲାଭ ଆପଣ କେମିତି ଉଠାଇବେ

ଏଲପିଜି ସିଲିଣ୍ଡର ବୁକିଙ୍ଗରେ କ୍ୟାସବ୍ୟାକ୍ ପାଇବା ପାଇଁ ଆପଣଙ୍କୁ ପ୍ରଥମେ ଆମାଜନ ଆପ୍ ଡାଉନଲୋଡ୍ କରିବାକୁ ହେବ। ଏହାପରେ ଆପଣ ‘ଆମାଜନ୍ ପେ’ର ପେମେଣ୍ଟ ଅପ୍‌ସନକୁ ଯାଆନ୍ତୁ। ଏଠାରେ ଆପଣ ନିଜ ଗ୍ୟାସ୍ ସର୍ଭିସର ପ୍ରୋଭାଇଡର ଅପ୍‌ସନକୁ ଚୟନ କରନ୍ତୁ ଏବଂ ନିଜ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର କିମ୍ବା ଗ୍ୟାସ୍ କମ୍ପାନୀର ସବସ୍କ୍ରିପସନ ନମ୍ବର ଜରିଆରେ ବୁକିଂ କରନ୍ତୁ।

ଆସନ୍ତୁ ଜାଣିବା ଆପଣଙ୍କୁ କ୍ୟାସବ୍ୟାକ୍ କେବେ ପର୍ଯ୍ୟନ୍ତ ମିଳିବ

ଗ୍ରାହକ ଆମାଜନ୍ ପେ ର ପ୍ଲାଟଫର୍ମରେ ଏଲପିଜି ସିଲିଣ୍ଡରର ବୁକିଙ୍ଗ୍ କରିବା ପରେ ହିଁ ଆପଣଙ୍କୁ ପେମେଣ୍ଟ ବିଷୟରେ କନଫର୍ମେସନ୍ ମିଳିଯିବ। ଟଙ୍କା ପେମେଣ୍ଟ କରିବା ପରେ ଆପଣଙ୍କୁ ଗ୍ୟାସ୍ ଡିଷ୍ଟ୍ରିବ୍ୟୁଟର କମ୍ପାନୀଙ୍କ ପକ୍ଷରୁ ବୁକିଙ୍ଗ୍ ଆଇଡି ମିଳିବ । ଏହାର ଠିକ୍ ତିନି ଦିନ ଭିତରେ ଆପଣଙ୍କୁ କ୍ୟାସବ୍ୟାକ୍ ମଧ୍ୟ ମିଳିଯିବ। ସିଲିଣ୍ଡର ବୁକିଂର ସାତ ଦିନ ଭିତରେ ଆପଣଙ୍କୁ ଡେଲିଭର ମଧ୍ୟ ହୋଇଯିବ।

କେତେ ଦିନ ପର୍ଯ୍ୟନ୍ତ ରହିଛି ଅଫର୍

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଅଫର ଏକ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ରହିଛି। ପୂର୍ବରୁ ଗ୍ରାହକଙ୍କ ପାଇଁ ଏହି ଅଫର ୩୧ ଅଗଷ୍ଟ ପର୍ଯ୍ୟନ୍ତ ଥିଲା। କିନ୍ତୁ ଗ୍ରାହକଙ୍କ ଅନୁରୋଧ କ୍ରମେ ଏହି ଅଫରକୁ ଡିସେମ୍ବର ପହିଲା ପର୍ଯ୍ୟନ୍ତ କରିଦିଆଯାଇଛି। ଧ୍ୟାନ ରଖନ୍ତୁ, ଏହି କ୍ୟାସବ୍ୟାକ୍ ସେହି ଗ୍ରାହକଙ୍କୁ ମିଳିବ, ଯେଉଁମାନେ ଏହି ସିଜନରେ ଏହି ସୁବିଧାର ଲାଭ ପୂର୍ବରୁ ଉଠାଇ ନାହାଁନ୍ତି।

ବୁକିଙ୍ଗ୍ କରିବାର ତୁରନ୍ତ ପରେ ଆପଣଙ୍କୁ ପେମେଣ୍ଟ କରିବାକୁ ହେବ। ଏଥିପାଇଁ ଆପଣ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ କିମ୍ବା ୟୁପିଆଇର ଅପସନକୁ ବାଛିପାରିବେ। ସେହିପରି ଯଦି ଆପଣଙ୍କ ଆମାଜନ ପେ ଖାତାରେ ପୂର୍ବରୁ ହିଁ କିଛି ଟଙ୍କା ଅଛି ତାହେଲେ ଆପଣ ତାହାର ଉପଯୋଗ ମଧ୍ୟ କରିପାରିବେ।

Leave A Reply

Your email address will not be published.