ବ୍ୟବସାୟ ଓ ଅର୍ଥନୀତି

ବଜେଟ ପରେ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ, ବଢ଼ିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଆଜି ସରକାରୀ ତେଲ କମ୍ପାନୀ ସାଧାରଣ ଜନନତାଙ୍କୁ ବଡ ଝଟକା। ତୈଳ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲର ଦାମ ବଢ଼ାଇବା ସହିତ ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡରର ଦାମ୍‌ ମଧ୍ୟ ବଢ଼ାଇଛନ୍ତି। ତେଲ କମ୍ପାନୀ ଗୁଡିକ ପ୍ରତିମାସ ଏଲପିଜି ସିଲିଣ୍ଡର ଦାମର ସମୀକ୍ଷା କରନ୍ତି। ସବୁ ରାଜ୍ୟରେ ଟ୍ୟାକ୍ସ ଅଲଗା ଅଲଗା ହୋଇଥାଏ ଏବଂ ଏହା ହିସାବରେ ଏଲପିଜି ଦାମରେ ପାର୍ଥକ୍ୟ ହୋଇଥାଏ। ଆଜି ଠାରୁ ୧୪.୨ କିଲୋଗ୍ରାମର ଅଣସବସିଡିଯୁକ୍ତ ଏଲପିଜି ରୋଷେଇ ଗ୍ୟାସ ସିଲିଣ୍ଡର ପାଇଁ ଅଧିକ ଦାମ୍‌ ଦେବାକୁ ପଡିବ। କିନ୍ତୁ ୧୯ କିଲୋଗ୍ରାମର ସିଲିଣ୍ଡର ଦାମ୍‌ ହ୍ରାସ ପାଇଛି।

ଏତିକି ଟଙ୍କା ମହଙ୍ଗା ହେଲା ଦର

ଦେଶର ସବୁଠାରୁ ବଡ଼ ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡ୍‌ ଏଲ୍‌ପିଜି ବିତରଣ କମ୍ପାନୀ ଏହି ଦାମ୍‌ ବୃଦ୍ଧି କରିଛି । ଇଣ୍ଡେନ୍‌ ଓ୍ୱେବସାଇଟ୍‌ ଅନୁସାରେ ସବ୍‌ସିଡ଼ି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ଦିଲ୍ଲୀରେ ୨୫ଟଙ୍କା ବଢିଛି । କିନ୍ତୁ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ ୬ଟଙ୍କା ବୃଦ୍ଧି ପାଇଛି । ଗ୍ୟାସ୍‌ ସିଲିଣ୍ଡର ଦର ବୃଦ୍ଧି ପରେ ଏବେ ଦିଲ୍ଲୀ ସିଲିଣ୍ଡର ଦାମ୍ ୭୧୯ଟଙ୍କା ହୋଇଛି । ଏହି ସିଲିଣ୍ଡରର ଦାମ୍‌ ଜାନୁଆରୀ ମାସରେ ୬୯୪ଟଙ୍କା ଥିଲା , କିନ୍ତୁ ଏବେ ଏହାର ଦାମ୍‌ ବଢିଛି ।

ସରକାର ଦେଉଛନ୍ତି ଗ୍ୟାସ୍‌ ସିଲିଣ୍ଡର ଉପରେ ସବସିଡି

ଗ୍ରାହକଙ୍କୁ ସରକାର ବର୍ଷକୁ ୧୪.୨ କିଲୋଗ୍ରାମ ଗ୍ୟାସରେ ୧୨ଟି ସିଲିଣ୍ଡର ଉପରେ ସବସିଡି ପ୍ରଦାନ କରୁଛନ୍ତି। ଯଦି ଗ୍ରାହକ ଏହା ଠାରୁ ଅଧିକ ଗ୍ୟାସ୍‌ ନେବାକୁ ଚାହାଁନ୍ତି ତାହେଲେ ସେମାନଙ୍କୁ ବଜାର ମୂଲ୍ୟରେ କିଣିବାକୁ ହେବ। ଗ୍ୟାସ୍‌ ସିଲିଣ୍ଡର ଦାମ ପ୍ରତି ମାସ ବଦଳିଥାଏ।

ଏପରି ଚେକ କରନ୍ତୁ ଏଲପିଜି ଦାମ୍‌

ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ଚେକ୍‌ କରିବା ପାଇଁ ଆପଣଙ୍କୁ ସରକାରୀ ତୈଳ କମ୍ପାନୀର ୱେବସାଇଟକୁ ଯିବାକୁ ହେବ। ଏଠାରେ କମ୍ପାନୀ ପ୍ରତି ମାସ ନୂଆ ରେଟ ଜାରୀ କରିଥାଏ। ଲିଙ୍କରେ ଆପଣ ନିଜ ସହରର ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ଚେକ୍‌ କରିପାରିବେ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

59 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago