ଭାରତରେ ଲଗଜରୀ କାରଗୁଡିକର ଦମଦାର୍ ସେଲ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

ଭାରତରେ ଲଗଜରୀ କାରର ଡିମାଣ୍ଡ ବେସ୍ ଅଧିକ ରହିଛି । ୨୦୨୫ ରେ ଏହି ଗାଡିଗୁଡିକର ସେଲ୍ ବହୁତ ଅଧିକ ହେଇଛି । ୨୦୨୪-୨୫ ରେ ଦେଶର ଲୋକମାନେ Mercedes ଠାରୁ Land Rover ଏବଂ BMW ରୁ Audi ପର୍ଯ୍ୟନ୍ତ କାରଗୁଡିକୁ ପସନ୍ଦ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହି କାରଗୁଡିକ ବିଷୟରେ ।

ଚଳିତ ବର୍ଷରେ ଲଗଜରୀ କାର ସେଲରେ Mercedes-Benz ଚର୍ଚ୍ଚାରେ ରହିଛି । ଗତ ଆର୍ଥିକ ବର୍ଷରେ Mercedes ଭାରତରେ ୧୮,୯୨୮ ୟୁନିଟ୍ ସେଲ୍ କରିଥିଲା, ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୪% ଅଧିକ ରହିଛି । Mercedes ର ସବୁଠାରୁ ପସନ୍ଦିତ କାର ହେଉଛି E-Class LWB । ଏଥି ସହ Mercedes ଦାବି କରିଛି ଯେ ବ୍ରାଣ୍ଡର ଟପ୍-ଏଣ୍ଡ ହୁଇକଲ୍ସ, ଯାହାର ମୂଲ୍ୟ ପ୍ରାୟ ୧.୫ କୋଟି ଟଙ୍କା ରହିଛି । ଆପଣମାନେ ଜାଣିରଖନ୍ତୁ ଯେ ଭାରତରେ ଏହାର ଡିମାଣ୍ଡ ଅଧିକ ରହିଛି ।

Jaguar Land Rover ର ଦମଦାର୍ ସେଲ୍ :
୨୦୨୫ ଆର୍ଥିକ ବର୍ଷରେ Jaguar Land Rover ର ବମ୍ପର ସେଲ୍ ହୋଇଛି । ଗତ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଏଥର ଏହି ବ୍ରାଣ୍ଡର ୪୦% ଅଧିକ ଗାଡ଼ି ସେଲ୍ ହୋଇଛି । କମ୍ପାନୀ କହିଛି ଯେ Jaguar Land Rover ଭାରତକୁ ଆସିବା ପରଠାରୁ ଏହା ଗତ ୧୭ ବର୍ଷ ମଧ୍ୟରେ ସର୍ବାଧିକ ସେଲ୍ ହୋଇଛି । ୨୦୨୫ ଆର୍ଥିକ ବର୍ଷରେ, ଏହି ବ୍ରାଣ୍ଡର ୬,୧୮୩ଟି ଗାଡ଼ି ସେଲ୍ ହୋଇଥିଲା । ଏଥି ସହ ଗତ ଦୁଇ ବର୍ଷ ମଧ୍ୟରେ ଏହି ଗାଡ଼ିର ରିଟେଲ୍ ସେଲ୍ ପ୍ରାୟ ଦ୍ବିଗୁଣିତ ହୋଇଛି ।

Lexus, BMW ଏବଂ Audi ର ମଧ୍ୟ ସେଲ୍ ବୃଦ୍ଧି :
Lexus ଇଣ୍ଡିଆ ସେଲର ଅଫିସିଆଲ୍ ଡାଟା ପ୍ରକାଶ କରିନାହିଁ । କିନ୍ତୁ କମ୍ପାନୀ ଦାବି କରିଛି ଯେ ୨୦୨୫ ଆର୍ଥିକ ବର୍ଷରେ ଭାରତରେ Lexus ସେଲ୍ ୧୯% ବଢ଼ିଛି । BMW ଗ୍ରୁପ୍ କେବଳ ଏହି ଆର୍ଥିକ ବର୍ଷର ଫୋରଥ୍ କ୍ବୋରଟରରେ ୩,୯୧୪ ୟୁନିଟ୍ ସେଲ୍ କରିଛି । ଯେଉଁଥିରେ ୩,୭୬୪ BMW ଏବଂ ୧୫୦ ଟି ମିନି କାର୍ ସାମିଲ୍ ଅଛି । FY25 ର ଫୋରଥ୍ କ୍ବୋରଟରରେ Audi ୧,୨୨୩ ଟି ଗାଡ଼ି ସେଲ୍ କରିଛି । ଏଥି ସହ କମ୍ପାନୀ ଦାବି କରିଛି ଯେ ଆର୍ଥିକ ବର୍ଷ ୨୫ର ଫୋରଥ୍ କ୍ବୋରଟର ତୁଳନାରେ Audi ସେଲ୍ ୧୭% କୁ ବୃଦ୍ଧି ପାଇଛି ।