BMW, Audi ଓ Mercedes-Benz କାର୍‌ କୁ କିଣନ୍ତୁ ଅତି ଶସ୍ତା ଦାମରେ, ଏପରି କରନ୍ତୁ ବୁକିଂ

BMW, Audi ଓ Mercedes-Benz ଭଳି ଦାମୀ ତଥା ଲଗ୍ଜରୀ କାର ପାଖାପାଖି ସମସ୍ତଙ୍କୁ ପସନ୍ଦ ଆସିଥାଏ। କିନ୍ତୁ ଏହାକୁ ସମସ୍ତେ କିଣିପାରନ୍ତି ନାହିଁ। କାରଣ ଏସବୁର ଦାମ ବହୁତ ଅଧିକ ହୋଇଥାଏ। ତେଣୁ କିଛି ଲୋକ ଏହାକୁ ପସନ୍ଦ କାରିବା ସତ୍ତ୍ୱେ ମଧ୍ୟ କିଣିବାକୁ ସାହାସ ପାଆନ୍ତି ନାହିଁ। ଆଉ ଏସବୁ ବାସ୍ତବରେ କମ ଦାମରେ ମିଳିବା ମଧ୍ୟ ବଡ଼ କଷ୍ଟ। କେବଳ ଧନୀ ଶ୍ରେଣୀର ଲୋକ ମାନେ ହିଁ ଏହାକୁ କିଣିବାକୁ ସକ୍ଷମ ହୋଇଥାନ୍ତି।

କିନ୍ତୁ ଆମେ ଆଜି ଯେଉଁ ଖବର ଆପଣଙ୍କ ପାଇଁ ନେଇ ଆସିଛୁ ତାହା ନିଶ୍ଚିତ ଭାବେ ଆପଣକୁ ଖୁସି କରିବ। ଏମିତିରେ ଆପଣ ଏସବୁ ଦାମୀ କାରକୁ ମାତ୍ର କମ ଦାମରେ ଘରକୁ କିଣି ଆଣିପାରିବେ। ସାଧାରଣ ଭାବେ ଏସବୁର ଫିଚର ଓ ମଡେଲ ଜବରଦସ୍ତ ହୋଇଥିବାରୁ ଏହାର ଦାମ ମଧ୍ୟ ଅଧିକ ରହିଥାଏ। ତେବେ ଏସବୁ ମହଙ୍ଗା କାରକୁ କିଣିବା ପାଇଁ ଟଙ୍କା ମଧ୍ୟ ସେତିିକି ଥିବା ଜରୁରୀ। ଯଦି ଏମିତିରେ ଆପଣଙ୍କୁ ଏହା କମ ଦାମରେ ମିଳିଯାଉଛି ତେବେ ବଡ଼ କଥା। ଏହିସବୁ କାର ପୁରୁଣା ହେବା ପରେ ଆପଣ ଏହାକୁ କମ ଦାମରେ କିଣିପାରିବେ। ମାନେ ସେକେଣ୍ଡ ହ୍ୟାଣ୍ଡ କାର। ମହିନ୍ଦ୍ରା ଫାଷ୍ଟ ଚଏସ୍‌ େଓ୍ଵବସାଇଟରେ ଏନେଇ ସବୁ ଡାଟା ଦିଆଯାଇଛି। ଏହି ତିନୋଟି ଦାମୀ ମଡେଲକୁ ଆପଣ କମ ଦାମରେ କିଣିପାରିବେ।

2014 BMW 3 Series 32OD SPORTLINE କୁ େଓ୍ଵବସାଇଟରେ ରେ ୧୩.୭୫ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି। ଏହା 64000 km ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ। ଏହା ଫାଷ୍ଟ ଓନର କାର ଏଥିରେ ଅଟୋମେଟିକ ଟ୍ରାନ୍ସମିସନ ସିଷ୍ଟମ ରହିଛି। କାର ସିଲଭର କଲରର ରହିଛି।

2013 AUDI Q7 3.0 TDI PREMIUM PLUS ପାଇଁ େଓ୍ଵବସାଇଟରେ ୨୧ ଲକ୍ଷ ଟଙ୍କା ରଖାଯାଇଛି। ଏହା 3800 km ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ। ଏହା ମଧ୍ୟ ଫାଷ୍ଟ ଓନର କାର ଏଥିରେ ଅଟୋମେଟିକ ଟ୍ରାନ୍ସମିସନ ସିଷ୍ଟମ ଦିଆଯାଇଛି। କାରର କଲର ଏ ବ୍ଲୁ ରହିଛି ।

2018 BMW X1 SDRIVE 20D ର ଦାମ କିନ୍ତୁ ଟିକେଅଧିକ ରହିଛି। ଏହାର ଦାମ ୨୩.୫ ଲକ୍ଷ ଟଙ୍କା ଡିମାଣ୍ଡ କରାଯାଇଛି। ଏହି କାର 10,0000 km ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ। କାରରେ ଡିଜେଲ ଇଞ୍ଜିନ ରହିଛି। କାରଫାଷ୍ଟ ଓନର ଓ ଅଟୋମେଟିକ ଟ୍ରାନ୍ସମିସନ ସିଷ୍ଟମ ରେ ଚାଲିଥାଏ। ଏହାର ରଙ୍ଗ ବ୍ଲାକ ରହିଛି।

2015 MERCEDES BENZ GLA 200 CDI SPORT ପାଇଁ ୨୩.୫ ଲକ୍ଷ ଟଙ୍କା ରଖାଯାଇଛି। ଏହି କାର 23001 km ର ରେଞ୍ଜ ଦେଇଥାଏ। କାର ଡିଜେଲ ଇଞ୍ଜିନ ସହ ଫାଷ୍ଟ ଓନର ରହିଛି। ଏହାର ରଙ୍ଗ ଧଳା ରହିିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.