ହାଇପ୍ରୋଫାଇଲ୍ ଛାଡପତ୍ର ; ୨.୫୨ ଲକ୍ଷ କୋଟି ଟଙ୍କା ସେୟାର ନେଇ ମ୍ୟାକେଞ୍ଜି ହେଲେ ବିଶ୍ବର ଚତୁର୍ଥ ଧନୀ ମହିଳା

ୱାସିଙ୍ଗଟନ୍ : ଆମାଜନ୍ ର ସିଇଓ ଜେଫ୍ ବେଜୋସ୍ ଙ୍କ ଛାଡପତ୍ର ପ୍ରକ୍ରୀୟା ପୁରା ହୋଇଛି । ଏହା ସହିତ ତାଙ୍କ ପୂର୍ବ ପତ୍ନୀ ମ୍ୟାକେଞ୍ଜି ଦୁନିଆର ଚତୁର୍ଥ ଧନୀ ମହିଳା ଭାବେ ପରିଚିତ ହୋଇଛନ୍ତି । ତାଙ୍କ ପଟେ ଆମାଜନ୍ ର ୪ପ୍ରତିଶତ ସେୟାର ଆସିଛି । ଯାହାର ମୂଲ୍ଯ ୩୬.୫ ଆରବ ଡଲାର (୨.୫୨ ଲକ୍ଷ କୋଟି ଟଙ୍କା) । ତେବେ ପୂର୍ବ ପତ୍ନୀଙ୍କୁ ତାଙ୍କ ଭାଗ ଦେବା ପରେ ମଧ୍ଯ ଜେଫ୍ ବେଜୋସ୍ ୧୧୪ ଆବର ଡଲାର(୭.୮୭ ଲକ୍ଷ କୋଟି ଟଙ୍କା)ର ମାଲିକ ସହିତ ଦୁନିଆର ସବୁଠୁ ବଡ ଧନୀ ଭାବେ ନିଜର ସ୍ଥାନ ବଜାୟ ରଖିଛନ୍ତି  ।

ଛାଡପତ୍ର ପାଇଁ ହୋଇଥିବା ଏଗ୍ରିମେଣ୍ଟ ମୁତାବକ ମ୍ୟାକେଞ୍ଜି ସମସ୍ତ ସେୟାର ମଧ୍ଯରୁ ୭୫ ପ୍ରତିଶତ ବେଜୋସଙ୍କୁ ଦେବା ଏବଂ ୨୫ପ୍ରତିଶତ ନିଜ ପାଖରେ ରଖିବା ପାଇଁ ରାଜି ହୋଇଥିଲେ । ଦୁହିଁଙ୍କ ପାଖରେ ଆମାଜନ୍ ର ୧୬ପ୍ରତିଶତ ସେୟାର ରହିଥିଲା । ସେଥିରୁ ୪ପ୍ରତିଶତ ଏବେ ମ୍ୟାକେଞ୍ଜିଙ୍କ ପାଖରେ ରହିଛି। କିନ୍ତୁ ମ୍ୟାକେଞ୍ଜି ନିଜର ଭାଗର ସେୟାରକୁ ବେଟିଙ୍ଗ ରାଇଟସକୁ ଦେଇ ଦେଇଛନ୍ତି । ବେଜୋସଙ୍କ ଅନ୍ଯ କମ୍ପାନୀ ମାନଙ୍କରୁ ମଧ୍ଯ ସେ କୌଣସି ଭାଗ ମାଗିନାହାନ୍ତି ।

amazonମ୍ୟାକେଞ୍ଜିଙ୍କ ପାଖକୁ ୪ପ୍ରତିଶତ ସେୟାର ଯିବାପରେ ଜେଫ୍ ବେଜୋସଙ୍କ ପାଖରେ ଆମାଜନର ୧୨ପ୍ରତିଶତ ସେୟାର ରହିଯାଇଛି । ସେ ଆମାଜନର ସବୁଠାରୁ ବଡ ସେୟାରଧାରକ ଅଟନ୍ତି । ଦ୍ବିତୀୟ ନମ୍ବରରେ ଇନଭେଷ୍ଟମେଣ୍ଟ ଗ୍ରୁପ୍ ବେନଗାର୍ଡ ଅଛନ୍ତି । ଏବଂ ୩ୟ ନମ୍ବରରେ ମ୍ୟାକେଞ୍ଜିରହିଛନ୍ତି ।

୧୯୯୩ ମସିହାରେ ଜେଫ୍ ଏବଂ ମ୍ୟାକେଞ୍ଜିଙ୍କ ସହିତ ବିବାହ କରିଥିଲା । ସେହି ସମୟରେ ଦୁହେଁ ହେଜ୍ ଫଣ୍ଡ କମ୍ପାନୀ ଡିଇ ସୋ ରେ କାମ କରୁଥିଲେ । ବିବାହର ବର୍ଷେ ପରେ ୧୯୯୪ରେ ଜେଫ୍ ଆମାଜନ୍ ଆରମ୍ଭ କରିଥିଲେ । ଆମାଜନର ପ୍ରଥମ କଣ୍ଟ୍ରାକ୍ଟ ପାଇଁ ମ୍ୟାକେଞ୍ଜି ଡିଲ୍ କରିଥିଲେ । ଯାହା ଆଜି ଟପ୍ ୩ କମ୍ପାନୀ ମଧ୍ଯରେ ସାମିଲ୍ ହୋଇପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.